Posted inଜାତୀୟ

ନିଜ ପରିବାରକୁ ଚିହ୍ନିବାକୁ ମନା କରିଦେଲେ ସିଦ୍ଧୁ!

ଚଣ୍ଡିଗଡ଼,୨୯ ।୧: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଏନ୍‌ଆର୍‌ଆଇ ଭଉଣୀ ସୁମନ ତୁର ସିଦ୍ଧୁଙ୍କ ପରିବାର ସଦସ୍ୟଙ୍କର ଏକ ଫଟୋ ଜାରି କରିଛନ୍ତି । ସୂଚନାଯୋଗ୍ୟ, ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀରେ ସୁମନ ତୁର କହିଥିଲେ ସିଦ୍ଧୁଙ୍କ ବ୍ୟବହାର ଅମାନବୀୟ । ଏହାସହ ତୁର କହିଥିଲେ ସିଦ୍ଧୁ ମିଛ କହିଛନ୍ତି ଯେ ତାଙ୍କ ମାତାପିତା ଆଇନ ଅନୁଯାୟୀ ଅଲଗା ହୋଇଛନ୍ତି । ସିଦ୍ଧୁ ଖୁବ୍ ନିର୍ଦ୍ଦୟ ବୋଲି ତାଙ୍କ ଭଉଣୀ କହିଛନ୍ତି । ଏହାପରେ ନବଜୋତ ସିଂ ସିଦ୍ଧୁ ଓ ତାଙ୍କ ପତ୍ନୀ ନବଜୋତ କୌର ସୁମନ ତୁରଙ୍କୁ ଚିହ୍ନନ୍ତି ନାହିଁ ବୋଲି କହିଥିଲେ । ଏବେ ସୁମନ ତାଙ୍କ ପରିବାରର ଏକ ଫଟୋ ଜାରି କରିଛନ୍ତି ଯେଉଁଥିରେ ସେ ତାଙ୍କ ଭାଇ ସିଦ୍ଧୁଙ୍କସହ ନଜର ଆସିଛନ୍ତି ।
ସୂଚନାଯୋଗ୍ୟ, ଶନିବାର ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ସିଦ୍ଧୁ ପ୍ରାର୍ଥିପତ୍ର ଦାଖଲ କରିବାକୁ ଥିବା ବେଳେ ଏହା ପୂର୍ବରୁ ଅର୍ଥାତ୍ ଶୁକ୍ରବାର ଏହି ଫ୍ୟାମିଲି ଡ୍ରାମା ଆରମ୍ଭ ହୋଇଯାଇଛି । ସୁମନ ଅଭିଯୋଗ କରିଛନ୍ତି କି ୧୯୮୬ରେ ସିଦ୍ଧୁଙ୍କ ପିତା ଭଗବନ୍ତ ସିଦ୍ଧୁଙ୍କ ମୃତ୍ୟୁ ପରେ ନବଜୋତ ସିଂ ସିଦ୍ଧୁ ତାଙ୍କ ମାଆ ଓ ବଡ ଭଉଣୀଙ୍କୁ ଘରୁ ବାହାର କରି ଦେଇଥିଲେ । ହେଲେ ପୁଅର ଇମେଜ ରକ୍ଷା କରିବାକୁ ଯାଇ ସିଦ୍ଧୁଙ୍କ ମାଆ ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ଏଣେତେଣେ ବୁଲିବା ସହ ଶେଷରେ ଦିଲ୍ଲୀ ରେଲୱେ ଷ୍ଟେଶନରେ ଅନାଥ ଭଳି ପଡି ତାଙ୍କର ମୃତ୍ୟୁ ହୋଇଥିଲା । ସିଦ୍ଧୁ ଏସବୁ କାମ କେବଳ ସମ୍ପତି ପାଇଁ କରିଥିବା ସୁମନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri