ପଦା ହେଉଛି ସୁଲିଆ ସଂରକ୍ଷିତ ଜଙ୍ଗଲ

ଭବାନୀପାଟଣା,୧୮।୪(ସ୍ବ.ପ୍ର): ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ଅତୁଳନୀୟ। ଜଙ୍ଗଲ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି ଜଙ୍ଗଲ ସମ୍ପଦ। କେଉଁଠି ଜଙ୍ଗରେ ନିଆଁ ବଡ ବଡ ଗଛ ଜଳି ଗଲାଣି ତ ଆଉ କେଉଁଠି ଜଙ୍ଗଲରୁ ଗଛ କାଟି ସଫା କରି ଦେଉଛନ୍ତି କାଠ ବ୍ୟବସାୟୀ, କାଠ ଚୋର। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ବଣଜଙ୍ଗଲ ଘେରା କଳାହାଣ୍ଡି ଜିଲାର ଉତ୍ତର ବନଖଣ୍ଡରେ ଥିବା ସୁଲିଆ ସଂରକ୍ଷିତ ଜଙ୍ଗଲରେ। କାଠ ମାଫିଆଙ୍କ ଦୌରାମତ୍‌ୟ ଯୋଗୁ ଏହି ଜଙ୍ଗଲ ଏବେ ପଦା ହେବାକୁ ବସିଲାଣି। ଗତ କିଛି ଦିନ ଏହି ଜଙ୍ଗଲର ତେରେ ନାମ ଘାଟି ରାସ୍ତାର ୨ ପାର୍ଶ୍ୱରେ ଅନେକ ଗଛ କଟାଯାଇଥିବା ଦେଖିବାକୁ ମିଳିଛି। କିଏ ଏହି ଗଛ କାଟିଲା ସେନେଇ ବନ ବିଭାଗ ପାଖରେ ଖବର ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରକାଶ ଯେ, ୧୫୩୯ ବର୍ଗ କିଲୋମିଟର ଓ ୫ଟି ରେଞ୍ଜକୁ ନେଇ ଗଠିତ ଜିଲାର ଉତ୍ତର ବନଖଣ୍ଡ । ୫ଟି ରେଞ୍ଜରେ ୨୦୦ରୁ ଊଦ୍ଧର୍‌ବ ଭିଏସଏସ ଟିମ ଓ ପ୍ରାୟ ୩୦୦ ବନ କର୍ମଚାରୀ ଏହି ବନ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଜଙ୍ଗଲକୁ ସୁରକ୍ଷା ଦେବାରେ ଫେଲ ମାରିଛି ବିଭାଗ। ଫଳରେ ଏକର ଏକର ଜଙ୍ଗଲ ଜମିରେ ଥିବା ଗଛ ସବୁକୁ କାଟି ସଫା କରି ଦିଆଯାଇଛି। ଘାଟିରେ ଥିବା ଲକ୍ଷାଧିକ ସଂଖ୍ୟାରେ ଗଛ କଟା ଯାଇଥିବା ଦେଖିବାକୁ ମିଳିଛି । ହେଲେ କିଏ ଏ ଗଛ କାଟିଛି ତାହା ବନ ବିଭାଗ ପାଖରେ ଖବର ନାହିଁ। କେବଳ ଏ ଗୋଟିଏ ଅଞ୍ଚଳ ନୁହେଁ ବରଂ ଘାଟିରେ ଥିବା ପାଖାପାଖି ୧୦ କିଲୋମିଟର ପରିସୀମା ମଧ୍ୟରେ ଥିବା ସମସ୍ତ ଗଛ କଟା ଯାଇଥିବା ଦେଖିବାକୁ ମିଳିଛି। ଜିଲାରେ ଦିନକୁ ଦିନ କାଠମାଫିଆଙ୍କ ଉତ୍ପାତ ବୃଦ୍ଧି ପାଇଥିଲେ ହେଁ ବନ ବିଭାଗର ଅପାରଗତା ଯୋଗୁ ବିପଦରେ ପଡିଛି ଜଙ୍ଗଲ ସମ୍ପଦ। ଠିକ ଭାବରେ ବନ ବିଭାଗ ପକ୍ଷରୁ ରାତ୍ରି ପାଟ୍ରୋଲିଂ କରାଯାଉ ନ ଥିବା ଯୋଗୁ ଏଭଳି ଗଛ କଟା ଚାଲିଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ପୋଡୁ ଚାଷ ପାଇଁ ଜଙ୍ଗଲ କ୍ଷୟ ହେଉଥିବା ବନ ବିଭାଗ କହୁଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଓ ଜଙ୍ଗଲ ବିଭାଗର ଉଦାସୀନ ମନୋଭାବ ଯୋଗୁ ପ୍ରାୟ ଧ୍ବଂସାଭିମୁଖୀ ଏହି ଜଙ୍ଗଲ ସମ୍ପଦ। କେତେବେଳେ ଜଙ୍ଗଲରେ ନିଆଁ ଲାଗୁଛି ତ ଆଉ କେତେବେଳେ ମଣିଷ କାଟି ନେଉଛି ବିଶାଳକାୟ ବୃକ୍ଷ। ଅନ୍ୟପଟେ ବନ୍ୟପ୍ରାଣୀ ଶିକାର ହେଉଥିବା ନେଇ ମଧ୍ୟ ନଜିର ରହିଛି। ପ୍ରଶାସନର ସବୁ ନିଷ୍ପତି ସତ୍ତ୍ୱେ ଆଜି ଅସୁରକ୍ଷିତ ହୋଇପଡ଼ିଛି ଜଙ୍ଗଲ। ପରିବେଶ ସନ୍ତୁଳନ ରକ୍ଷା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ପୁରୁଣା ଜଙ୍ଗଲର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନା ବଞ୍ଚୁଛି ନୂଆ ବୃକ୍ଷ, ନା ସୁରକ୍ଷା ପାଉଛି ପୁରଣା ଜଙ୍ଗଲ। ଏହି ସବୁ ସଙ୍ଗୀନ ଅଭିଯୋଗ ବନବିଭାଗର କାର୍ଯ୍ୟକୁ ନେଇ ସୃଷ୍ଟି କରିଛି ତମାମ ପ୍ରଶ୍ନ । ଏନେଇ ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ରଙ୍କୁ ପଚାରିବାରୁ ଏ ବିଷୟରେ ଗଣମାଧ୍ୟମରୁ ଖବର ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri