ସୁକପାଇକା ନଦୀ ପୁନରୁଦ୍ଧାର ହେଉ

କଟକ ଅଫିସ, ୩ା୭: କଟକ ସଦର ଉପଖଣ୍ଡ ଅଧୀନ ୨୭.୫କିମି ଦୈର୍ଘ ସୁକପାଇକା ନଦୀ ଓ ଏବଂ ସେରୁଆ ନଦୀର ବାମପାର୍ଶ୍ୱ ଅବବାହିକା ୧୩.୧୨ କିମି ଦୈର୍ଘ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ଶୁକ୍ରବାର କଟକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି ଭର୍ତ୍ତୃହରି ମହତାବ ଅଧ୍ୟକ୍ଷତା କରିଥିଲେ। ମହାନଦୀରୁ ବାହାରିଥିବା ଶାଖା ସୁକପାଇକା ନଦୀର ମୁହାଣକୁ ବନ୍ୟା ନିୟନ୍ତ୍ରଣ ପାଇଁ ୧୯୫୧ ମସିହାରୁ ବନ୍ଦ କରିଦିଆଯାଇଛି। ଏବେ ଏହାର ପୁନରୁଦ୍ଧାର କରାଯାଇ ପାରିଲେ ଜିଲାର ଅର୍ଥନୀତି ବିକାଶରେ ବହୁଳ ମାତ୍ରାରେ ସହାୟକ ହୋଇପାରିବ। ସେହିପରି ମାଲିଆ ଡ୍ରେନେଜର ପୁନରୁଦ୍ଧାର କରାଗଲେ ଜଳ ଉତ୍ସ ସଂଗ୍ରହ, ଜଙ୍ଗଲ ସୃଷ୍ଟି, ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ। କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଯୋଗଦେଇ ବହୁମତ ଅଭିଯାନ ମାଧ୍ୟମରେ ଜବରଦଖଲ ଉଚ୍ଛେଦ ଓ ଥଇଥାନ ବ୍ୟବସ୍ଥା ଉପରେ ଗୁରୁତ୍ତାରୋପ କରିଥିଲେ।
ଜିଲାପାଳ ଭବାନୀ ଶଙ୍କର ଚୟନୀ ଯୋଗଦେଇ ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ୪୪ କୋଟି ଅନୁଦାନ ରାଶିର ବିସ୍ତୃତ ରିପୋର୍ଟ ଦେବାକୁ ଜଳ ସମ୍ପଦ ବିଭାଗ ନିର୍ବାହିଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, କଟକ ସଦର ଓ କିଶୋରନଗର ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri