Posted inଖେଳ

ସୁଖରାମ ଅଧିନାୟକ

ଭୁବନେଶ୍ୱର, ୫।୧୨ (ତପନ ସ୍ବାଇଁ):ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟ ନଗେଶ ଟ୍ରଫି ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ସୁଖରାମ ମାଝି ଅଧିନାୟକ ଓ ଲିଙ୍ଗରାଜ ରାଉତରା ଉପ-ଅଧିନାୟକ ମନୋନୀତ ହୋଇଛନ୍ତି। ରାମଦାସ ମୁର୍ମୁ ପ୍ରଥମଥର ପାଇଁ ରାଜ୍ୟ ଦଳରେ ସାମିଲ ହୋଇଛନ୍ତି। ପ୍ରତିଯୋଗିତାରେ ମୋଟ ୨୮ଟି ଦଳ ଅଂଶଗ୍ରହଣ କରିବେ। ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ଏ, ବି, ସି ଓ ଡି’ ଏଲିଟ ଏବଂ ଇ ଓ ଏଫ୍‌’ ପେଟ୍‌ ଗ୍ରୁପ୍‌ରେ ଖେଳିବେ। ଏଲିଟ ଗ୍ରୁପ୍‌ରୁ ୮ ଓପ୍ଲେଟ୍‌ ଗ୍ରୁପ୍‌ରୁ ୨ଟି ଦଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ। ଏଲିଟ ଗ୍ରୁପ୍‌ ‘ସି’ରେ ଓଡ଼ିଶା ସ୍ଥାନ ପାଇଛି। ଏହି ଗ୍ରୁପ୍‌ର ମ୍ୟାଚଗୁଡ଼ିକ କେରଳର କୋଚିଂରେ ଚଳିତ ମାସ ୧୮ରୁ ୨୨ ପର୍ଯ୍ୟନ୍ତ ଖେଳିବ। ଗ୍ରୁପ୍‌ ପର୍ଯ୍ୟାୟରେ ଓଡ଼ିଶା ୧୮ରେ ଝାଡ଼ଖଣ୍ଡ, ୧୯ରେ କେରଳ, ୨୦ରେ ବିହାର ଓ ୨୨ରେ ଉତ୍ତର ପ୍ରଦେଶକୁ ଭେଟିବ। ସୁପର ଏଇଟ୍‌, ସେମିଫାଇନାଲ ଓ ଫାଇନାଲ ଜାନୁୟାରୀ ଶେଷ ସପ୍ତାହରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଓଡ଼ିଶା ଦୃଷ୍ଟିବାଧିତ ଦଳ ପ୍ରଥମଥର ପାଇଁ ବିମାନ ଯୋଗେ କେରଳ ଯାଇ ଟୁର୍ନାମେଣ୍ଟ ଖେଳିବ। ଏଥିପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିବାରୁ ରାଜ୍ୟ କ୍ରୀଡ଼ା ବିଭାଗକୁ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘର ସାଧାରଣ ସମ୍ପାଦକ ସନ୍ନ୍ୟାସ କୁମାର ବେହେରା ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶା ଦଳ
ମହମ୍ମଦ ଜାଫର ଇକବାଲ, କାଳିଆ ପ୍ରଧାନ, ହିକିମ ମୁର୍ମୁ, ଅନିଲ ମଲିକ, ଦେବରାଜ ବେହେରା, ଅଞ୍ଜନ ସିଂ, ରାମଦାସ ମୁର୍ମୁ, ପଙ୍କଜ ଭୁଏ, ଲାଲପ୍ରସାଦ ସୋରେନ, ଅର୍ଜୁନ ଭତ୍ରା, ସୁଖରାମ ମାଝି (ଅଧିନାୟକ), ଲିଙ୍ଗରାଜ ରାଉତରା (ଉପ-ଅଧିନାୟକ), ଧନପତି ଗୌଡ଼ା (ଉଇକେଟ କିପର), ସୁକଦେବ ସୋରେନ। କୋଚ୍‌: ଚନ୍ଦ୍ରଶେଖର ପଟ୍ଟନାୟକ, ମ୍ୟାନେଜର: ସୁରେଶ ବେହେରା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri