ଗୁଆହାଟୀ,୫।୩: ଆସାମରେ ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ MKI (Su-୩୦ MKI) ଯୁଦ୍ଧ ବିମାନ ରାଡାରରୁ ନିଖୋଜ ହୋଇଯାଇଛି। ବିମାନଟି ସହ ବାୟୁସେନାର ସମ୍ପର୍କ ବିଚ୍ଛିନ୍ନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ଟ୍ରାକ୍ କରାଯାଇ ପାରିନାହିଁ। ଗୁଆହାଟୀ ପ୍ରତିରକ୍ଷା ପିଆର୍ଓଙ୍କ ସୂଚନା ଅନୁଯାୟୀ, ବାୟୁସେନାର ଏକ ବିଶେଷ ଦଳ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ନିୟୋଜିତ ହୋଇଛନ୍ତି ଏବଂ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।
ସୂଚନା ଅନୁଯାୟୀ, ଏହି Su-୩୦ MKI ବିମାନଟି ଯୋରହାଟରୁ ଉଡ଼ାଣ ଭରିଥିଲା। କାର୍ବି ଆଙ୍ଗଲଙ୍ଗ୍ ଜିଲା ଉପରେ ’ସର୍ଟି’ (Sorte) ବା ଅଭ୍ୟାସ କରୁଥିବା ସମୟରେ ହଠାତ ଏହା ରାଡାରରୁ ଗାୟବ ହୋଇଯାଇଥିଲା। କିଛି ରିପୋର୍ଟ ଅନୁଯାୟୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ମାତ୍ର ବାୟୁସେନା କିମ୍ବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ଆଧିକାରିକ ବୟାନ ଆସିନାହିଁ।
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସି ଭି ଆସନ୍ଦ ବୋଷଙ୍କ ଇସ୍ତଫା, ମମତା କହିଲେ…
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ସମୟରେ ପାହାଡ଼ିଆ ଅଞ୍ଚଳରୁ ଏକ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। କିଛି ପ୍ରତ୍ୟକ୍ଷଦର୍ଶୀ ପାହାଡ଼ ପଛପଟୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ତେବେ ଉକ୍ତ ସ୍ଥାନଟି ଜନବସତିଠାରୁ ବହୁ ଦୂରରେ ଥିବା ଜଣାପଡ଼ିଛି।
ଭାରତୀୟ ବାୟୁସେନାର ଏହି ମୁଖ୍ୟ ଯୁଦ୍ଧ ବିମାନର କିଛି ବିଶେଷତା:
ନିର୍ମାଣ: ଏହା ଏକ ରୁଷୀୟ ମୂଳର ଟୁଇନ୍ ସିଟର୍ ଏବଂ ଟୁଇନ୍ ଇଞ୍ଜିନ ବିଶିଷ୍ଟ ମଲ୍ଟିରୋଲ ଫାଇଟର ଜେଟ। ଏହା ୮ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ବାହ୍ୟ ଅସ୍ତ୍ରଶସ୍ତ୍ର ଏବଂ ଏକ ୩୦ ମିଲିମିଟର GSH ଗନ ବହନ କରିବାରେ ସକ୍ଷମ। ଏହି ବିମାନ ଏକାସାଙ୍ଗରେ ଆକାଶରୁ ଆକାଶକୁ ଏବଂ ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରେ। ସୁଖୋଇ-୩୦ MKI ପ୍ରାୟ ୩ ହଜାର କିଲୋମିଟର ଦୂର ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ସମର୍ଥ।
ତେବେ ବର୍ତ୍ତମାନ ବାୟୁସେନାର ହେଲିକପ୍ଟର ଏବଂ ଗ୍ରାଉଣ୍ଡ ଟିମ ନିଖୋଜ ବିମାନର ସନ୍ଧାନ ଜାରି ରଖିଛନ୍ତି।

