ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ୱର,୩୧ା୩: ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖଭବନରେ ସେ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି। ଏହା ପରେ ନୀଳଗିରି ଅଞ୍ଚଳରେ ରାଜନୈତିକ ଉଷ୍ଣତା ଜୋର୍‌ ଧରିଛି। ନୀଳଗିରି  ନିର୍ବାଚନ ମଣ୍ଡଳୀରୁ ସୁକାନ୍ତଙ୍କ ସହ ୨ହଜାରରୁ ଊର୍ଦ୍ଧ୍ୱ ସମର୍ଥକ ଭୁବନେଶ୍ୱର ଆସିଛନ୍ତି।

ସୂଚନାଯୋଗ୍ୟ, ବିଧାୟକ ନାୟକ ତାଙ୍କ ନୀଳଗିରି କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ଭାଜପାରୁ ଇସ୍ତଫା ସହ ସେ ତାଙ୍କ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ହେଲେ କେଉଁ ଦଳରେ ଯୋଗଦେବେ ସେ ନେଇ ମୁହଁ ଖୋଲି ନ ଥିଲେ ହେଁ ଆଜି ବିଜେଡିରେ ମିଶିଛନ୍ତି।