ଦୁରାରୋଗ୍ୟରେ ସୁକାନ୍ତ: ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

ବରୀ,୨।୧୧(ଡି.ଏନ.ଏ.): ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ଏସବୁ ଯୋଜନା କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ଯାହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲାର ବରୀ ବ୍ଲକ ଅଞ୍ଚଳରେ। ବ୍ଲକ ଅଧୀନ ରମ୍ପା ପଞ୍ଚାୟତର ସୁକାନ୍ତ ଚନ୍ଦ୍ର ବିଶ୍ୱାଳ(୫୨)ଦୁଇ ବର୍ଷ ଧରି ଦୁରାରୋଗ୍ୟର ଶିକାର ହୋଇଛନ୍ତି। ମାତ୍ର ଆର୍ଥତ୍କ ସମ୍ବଳ ନ ଥିବାରୁ ତାଙ୍କର ଚିକିତ୍ସା ହୋଇ ପାରୁନାହିଁ। ବ୍ଲକ୍‌ କାର୍ଯ୍ୟାଳୟ ପରିସରରୁ ମାତ୍ର ୫ କି.ମି. ଦୂରରେ ତାଙ୍କ ଘର ହୋଇଥିଲେ ମଧ୍ୟ ତାଙ୍କ ସମ୍ପର୍କରେ ବ୍ଲକ ପ୍ରଶାସନ ନିକଟରେ ଖବର ନାହିଁ। ସ୍ତ୍ରୀ, ବୃଦ୍ଧ ବାପା, ମାଆ ଓ ଝିଅକୁ ନେଇ ସୁକାନ୍ତଙ୍କ ପରିବାର। ଚଳିତ ବନ୍ୟାରେ ସୁକାନ୍ତଙ୍କ ପରିବାର ପ୍ରଭାବିତ ହୋଇଥିଲେ ହେଁ ତାଙ୍କୁ ସରକାରଙ୍କ ତରଫରୁ ବନ୍ୟା ସାହାୟତା ଯଥା: ୫୦ କି.ଗ୍ରା. ଚାଉଳ ଓ ୫ ଶହ ଟଙ୍କା ମିଳିନାହିଁ। ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ନାମ ଥିଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ସେ ଏ ପର୍ଯ୍ୟନ୍ତ ଘର ପାଇ ପାରିନାହାନ୍ତି। ସରକାରୀ ସୁବିଧା ପାଇବା ପାଇଁ ସୁକାନ୍ତ ବାରମ୍ବାର ଜିଲା ଓ ବ୍ଲକ୍‌ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସୁକାନ୍ତଙ୍କ ଏପରି ଅବସ୍ଥା ଜାଣିବା ପରେ ବରୀ ଅଞ୍ଚଳର ସାମାଜିକ କର୍ମୀ ତ୍ରିବିକ୍ରମ ମହାନ୍ତି(ଜୁଲୁ) ଶନିବାର ତାଙ୍କ ବାସଭବନରେ ପହଞ୍ଚତ୍ ୫୦ କି.ଗ୍ରା. ଚାଉଳ, ବିସ୍କୁଟ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତେଣୁ ସୁକାନ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ତାଙ୍କ ପରିବାର ଜିଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌କୁ ସମସ୍ତେ ମାନିଲେ

ଫୁଲବାଣୀ ଅଫିସ, ୨୫ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ...

ଦୁର୍ଘଟଣାରେ ଗୁରୁତରଙ୍କୁ ସହାୟତାର ହାତ ବଢ଼ାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼,୨୦।୩ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଦ୍ୱାରା ନିଃସ୍ବାର୍ଥପର ସେବା ପାଇଁ ଶୁକ୍ରବାର ଜଣେ ଯୁବକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହେଉଥିବା ଭଲ ମଣିଷ...

ରଥ ଚକ ପରଖିଲା ଏକ୍ସପର୍ଟ ଟିମ୍‌

ପୁରୀ ଅଫିସ,୩୧ା୫:ରଥ ନିର୍ମାଣ ବେଳେ ଅଖ ଓ ଚକରେ ଫାଟ ଦେଖିବାକୁ ମିଳିଥିଲା। ଏନେଇ ଏକ୍ସପର୍ଟ କମିଟି ସୋମବାର ରଥଖଳାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛି।...

ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ

ମାଲକାନଗିରି, ୧୭।୧ (ଡି.ଏନ.ଏ.)  ମାଲକାନଗିରି ଜିଲାରେ ଯୋଗାଣ ବିଭାଗ ଚଢାଉ କରି ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ କରିଛି। ଫଳରେ ଜିଲାରେ ଯେ ମଣ୍ଡି...

ଉଚ୍ଛେଦରେ ସୀମିତ ସମ୍ପ୍ରସାରଣ

ବଇଣ୍ଡା, ୧୦ା୮(ପରିକ୍ଷିତ ସାହୁ):  ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍‌ କରାଯାଉଛି। ହେଲେ କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ...

ପାଚେରି ଭଙ୍ଗାକୁ ନେଇ ଉତ୍ତେଜନା

ଧାମନଗର,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗରରେ ପାଣି ଟାଙ୍କି ପାଚେରି ଭଙ୍ଗାକୁ ନେଇ ଶନିବାର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ସନ୍ଧ୍ୟାରେ...

ଅମାନିଆଙ୍କୁ ୮୫,୦୦୦ ଜରିମାନା

ବ୍ରହ୍ମପୁର ଅଫିସ,୧୩ା୮: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଦିନକୁ ଏହାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍‌...

ବିଲରୁ ନବଜାତକର ମୃତଦେହ ଉଦ୍ଧାର

ପାପଡ଼ାହାଣ୍ଡି,୨୨ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ପଞ୍ଚାୟତ ଖୁଡ଼ିଗୁଡ଼ା ନିକଟ ବିଲରୁ ବୁଧବାର ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି। ଗତ ଦୁଇଦିନ ହେଲା...

Advertisement
Archives

Model This Week