ନିଫ୍‌ଟ ନୋବେଲ୍‌ ଆଲୁମ୍‌ନିରେ ଓଡ଼ିଆ ପୁଅ ସୁଜିତ୍‌

ଭୁବନେଶ୍ୱର, ୧୩। ୩ (ବ୍ୟୁରୋ): ରାଜ୍ୟର ସମୃଦ୍ଧ ହସ୍ତତନ୍ତ କଳା ଏବେ ବିଶ୍ୱ ବଜାରରେ ନୂଆ ପରିଚୟ ପାଇଛି। ଓଡ଼ିଶା ହସ୍ତତନ୍ତ ସାମଗ୍ରୀର ସ୍ବତନ୍ତ୍ର ବ୍ରାଣ୍ଡିଂ କରିବା ସହ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଡିଜାଇନର ସୁଜିତ୍‌ ମେହେର ଆଉ ଏକ ଗୌରବ ଆଣିଛନ୍ତି। ତାଙ୍କ ନାମ ନିଫ୍‌ଟ ନୋବେଲ୍‌ ଆଲୁମନିରେ ସ୍ଥାନ ପାଇଛି। ସବ୍ୟସାଚୀ ମୁଖାର୍ଜୀ, ମନୀଷ ଅରୋରାଙ୍କ ଭଳି ସୁନାମଧନ୍ୟ ଫ୍ୟାଶନ ଡିଜାଇନରଙ୍କ ମଧ୍ୟରେ ସୁଜିତ୍‌ ମେହେରଙ୍କ ନାମ ସ୍ଥାନ ପାଇଛି। ଦୀର୍ଘଦିନ ଧରି ଓଡ଼ିଶାର ହସ୍ତତନ୍ତକୁ ବ୍ରାଣ୍ଡିଂ କରିବା ନେଇ ଚିନ୍ତା କରାଯାଉଥିବାବେଳେ ଏହାକୁ ବାସ୍ତବରେ କରି ଦେଖାଇଛନ୍ତି କଳାହାଣ୍ଡିର ପୁଅ ସୁଜିତ୍‌। ଏହାଦ୍ୱାରା ହସ୍ତତନ୍ତ ଶାଢି ଓ ପୋଷାକର ଚାହିଦା ବୃଦ୍ଧି ପାଇବ। ବିଦେଶକୁ ହସ୍ତତନ୍ତ ଯୋଗାଣର ବାଟ ପ୍ରଶସ୍ତ ହେବା ସହ ଓଡ଼ିଶା ନାଁରେ ଆଉ ଏକ ଫର୍ଦ୍ଦ ଯୋଡିହେବ। କେବଳ ସେତିକି ନୁହେଁ, ଏହାଦ୍ୱାରା ରାଜ୍ୟର ବହୁ ବୁଣାକାର ମଧ୍ୟ ଉପକୃତ ହୋଇପାରିବେ।
ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ ଟେକ୍ନୋଲୋଜି (ନିଫ୍‌ଟ) ବେଙ୍ଗାଲୁରୁରୁ ଡିଜାଇନ୍‌ ପାଠ୍ୟକ୍ରମ ଶେଷ କରିବା ପରେ ସୁଜିତ ୭ବର୍ଷ ହେବ ଓଡ଼ିଶାର ହସ୍ତତନ୍ତକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ପରୀକ୍ଷା ନିରୀକ୍ଷା କରିଥିଲେ। ଏନେଇ ସୁଜିତ୍‌ କୁହନ୍ତି, ହସ୍ତତନ୍ତକୁ ନେଇ ବହୁତ ଲିମିଟେଶନ ରହିଥିବା ମୁଁ ଦେଖିଥିଲି। ସମ୍ବଲପୁରୀରେ କେବଳ ଶାଢି ଓ ସାଲ୍‌ଓ୍ବାର ହିଁ ହୋଇପାରିବ ବୋଲି ଏକ ପ୍ରକାର ଧାରଣା ସମସ୍ତଙ୍କ ମନରେ ରହିଥିଲା। ଏହାକୁ ହିଁ ମତେ ବଦଳାଇବାର ଥିଲା। ୨୦୧୩ରେ ଡିଜାଇନ୍‌ ପାଠ୍ୟକ୍ରମ ସରିବା ପୂର୍ବରୁ ୨୦୧୨ରେ ପ୍ରଥମ କରି ମୁଁ ବାଙ୍ଗାଲୋରରେ ଓଡ଼ିଶାର ହସ୍ତତନ୍ତକୁ ନେଇ ଏକ ଫ୍ୟାଶନ ଶୋ’ କରିଥିଲି। ଏହା ଖୁବ୍‌ ପ୍ରଶଂସା ସାଉଣ୍ଟିଥିଲା। ଆମେ ନିଜ ହସ୍ତତନ୍ତର ମହତ୍ତ୍ୱ ବୁଝୁନେ, ମାତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାର ଖୁବ୍‌ କ୍ରେଜ୍‌ ରହିଛି। ଏମିତିକି ରଷିଆନ ଓ ୟୁରୋପିଆନ୍‌ ମୋଡ୍‌ରେ ଆମ ହସ୍ତତନ୍ତକୁ ଲୋକମାନେ ଭଲ ପସନ୍ଦ କରୁଛନ୍ତି ବୋଲି ସୁଜିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ୟଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri