ଦିଲ୍ଲୀରେ ଏବେ ବି ମୁଠା ଟାଣ

ଭୁବନେଶ୍ୱର, ୮।୪(ରବିନାରାୟଣ ଜେନା): ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ  ଦିଲ୍ଲୀରେ ସୁଜାତା ଆର. କାର୍ତ୍ତିକେୟନଙ୍କ ଅବସରକୁ ନେଇ କେତେକ ଓଡ଼ିଆ ଅଫିସରଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ଓଡ଼ିଶାର ଜଣେ ମହିଳା ପ୍ରଶାସନିକ ଅଧିକାରୀ କିଭଳି ତାଙ୍କ କାର୍ଯ୍ୟକାଳ ଭିତରେ ମହିଳାମାନଙ୍କ ପ୍ରେରଣାର ଉତ୍ସ ସାଜିଥିଲେ  ଓ ମହିଳା ସଶକ୍ତୀକରଣ କରିଥିଲେ ସେନେଇ  ଦିଲ୍ଲୀରେ ଏକ ଇଂଲିଶ ଲିଫ୍‌ ଲେଟ୍‌ ବିଭିନ୍ନ କାର୍ଯ୍ୟାଳୟରେ ଘୂରି ବୁଲୁଛି। ଏଭଳି ବାର୍ତ୍ତା ଜଣେ ସ୍ବେଚ୍ଛାକୃତ ଅବସର ଓଡ଼ିଆ ମହିଳା ଅଧିକାରୀଙ୍କ କ୍ଷେତ୍ରରେ ପ୍ରଥମ ଘଟଣା ହୋଇଥିବାରୁ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। କେତେକ ବରିଷ୍ଠ ଖବରଦାତା ଏହାକୁ ସୁଜାତାଙ୍କ ରାଜନୈତିକ ଚାଲ୍‌ ବୋଲି କହୁଥିବାବେଳେ ଆଉ କେତେକେ ଜଣେ ସଫଳ ମହିଳାଙ୍କ କାହାଣୀ ବୋଲି ବିବେଚନା କରୁଛନ୍ତି।
ତେବେ ସୂତ୍ର ଅନୁଯାୟୀ, ସୁଜାତା ମାର୍ଚ୍ଚ ୧୩ରେ ସ୍ବେଚ୍ଛାକୃତ ଅବସର ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ୨୭ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ସ୍ବେଚ୍ଛାକୃତ ଅବସର ମଞ୍ଜୁର ପାଇଁ ସୁପାରିସ କରାଯାଇଥିଲା। ମାର୍ଚ୍ଚ ୨୮ରେ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ସୁଜାତାଙ୍କ ଅବସର ପତ୍ରକୁ ଅନୁମୋଦନ କରିଥିଲେ। ଅର୍ଥାତ୍‌ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରର ଅନୁମତି ମିଳିଥିଲା। ଏଥିରେ ଦିଲ୍ଲୀରେ ତାଙ୍କର କେତେ ମୁଠା ଟାଣ (ପକଡ) ରହିଛି ତାହା ସ୍ପଷ୍ଟ ବୁଝାପଡୁଛି।  ଏହା ପରେ ଦିଲ୍ଲୀର କେତେକ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଏକ ଇଂଲିଶ ଲିଫ୍‌ ଲେଟ୍‌ ଜରିଆରେ ସୁଜାତାଙ୍କ କୃତିତ୍ୱ ବଣ୍ଟନ କରାଯାଇଥିଲା।
ଲିଫ୍‌ ଲେଟ୍‌ରେ ଉଲ୍ଲେଖ ରହିଛି, ସେ ଜଣେ ମହିଳା;  ଯିଏ ସଦାସର୍ବଦା ମହିଳାଙ୍କୁ ସଶକ୍ତୀକରଣ କରିବାର ଲକ୍ଷ୍ୟ ରଖିଥିଲେ।   ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଭାବରେ ସୁଜାତା ଯୋଗଦେଇଥିଲେ ଏବଂ ଆଇଏଏସ୍‌ ଏକାଡେମୀରେ ସେ ସ୍ବର୍ଣ୍ଣପଦକ ବିଜେତା ଥିଲେ।
ନକ୍ସଲ ପ୍ରଭାବିତ ସୁନ୍ଦରଗଡ଼ ଜିଲାରେ ଜିଲାପାଳ ଭାବେ  ସୁଜାତା କାମ କରୁଥିବାବେଳେ ସେ ଏକ ନୂଆ ପଦକ୍ଷେପ ନେଇଥିଲେ। ସୁନ୍ଦରଗଡ଼ ଜିଲାରେ ବିଦ୍ୟାଳୟରେ ଡ୍ରପ୍‌ ଆଉଟ୍‌ ହାର କମାଇବା ପାଇଁ ୨୦୦୫ରେ ବ୍ୟାଙ୍କ ପ୍ରୋତ୍ସାହନରେ ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନଙ୍କ ପାଇଁ ସାଇକେଲ ଯୋଗାଇବାର ବ୍ୟବସ୍ଥା ଆରମ୍ଭ କରିଥିଲେ।   ସେତେବେଳେ ଝିଅମାନଙ୍କ ପାଇଁ ବିଦ୍ୟାଳୟକୁ ଯିବା ରାସ୍ତା ଅତ୍ୟନ୍ତ ଦୁର୍ଗମ ଥିଲା, ବିଶେଷ କରି  ଅଷ୍ଟମ ଶ୍ରେଣୀ ପରେ ଜନଜାତି ଝିଅମାନେ ବିଦ୍ୟାଳୟ ଛାଡ଼ି ଦେଉଥିଲେ। ଏହାକୁ ନେଇ ସେ ସାଇକେଲ ଯୋଜନା ଆରମ୍ଭ କରିଥିଲେ।  ଏହାର ମୁଖ୍ୟ ମନ୍ତ୍ର ଥିଲା ‘ଚଳନଶୀଳତା ହେଉଛି ସଶକ୍ତୀକରଣ’। ଏହି ସରଳ ପଦକ୍ଷେପ ଯୋଗୁ ଛାତ୍ରୀମାନଙ୍କ ଶିକ୍ଷା ଅବ୍ୟାହତ ରହିଲା ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସଶକ୍ତ କରିଥିଲା। ପରେ ଏହି ଯୋଜନା ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇଥିଲା।
ପରବର୍ତ୍ତୀ ସମୟରେ ସେ ‘ଫୁଟବଲ୍‌ କଲେକ୍ଟର’ ଭାବେ ଜଣାଶୁଣା ଥିଲେ, କାରଣ ସେ ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଦୂରବର୍ତ୍ତୀ ଗ୍ରାମଗୁଡ଼ିକୁ ଫୁଟବଲ୍‌ ଓ ହକି ସାମଗ୍ରୀ ବଣ୍ଟନ କରୁଥିଲେ।  ଯୁବବର୍ଗଙ୍କୁ ଖେଳ ପାଇଁ ପ୍ରୋତ୍ସାହନ ମିଳୁଥିବାରୁ ସେ ଏହାକୁ ସ୍ବାଗତ କରୁଥିଲେ। ଫଳରେ ନକ୍ସଲ ଅପରାଧ ବା ମାଦକଦ୍ରବ୍ୟରୁ ଯୁବବର୍ଗ ଦୂରେଇ  ରହୁଥିଲେ।  ୨୦୦୬ରେ ସୁନ୍ଦରଗଡ଼ ଜିଲାରେ ମଧ୍ୟାହ୍ନଭୋଜନ ଯୋଜନାରେ ଅଣ୍ଡାକୁ ସାମିଲ କରିଥିଲେ ବୋଲି ଲିଫ୍‌ଲେଟ୍‌ରେ ଉଲ୍ଲେଖ ରହିଛି।
ପରେ ସେ କଟକ ଜିଲାପାଳ ଓ ମିଶନ ଶକ୍ତି ନିର୍ଦ୍ଦେଶିକାରୁ   ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବରେ କାର୍ଯ୍ୟ କରିଛନ୍ତି।  ସେହି ସମୟରେ, ସେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିବା ଲିଫ୍‌ଲେଟ୍‌ରେ ଉଲ୍ଲେଖ ରହିଛି;  ଯାହା ସବୁ ସମ୍ଭବତଃ ସରକାରୀ ଅଫିସର କରିବା କଥା। ତେବେ ଏହି ଲିଫ୍‌ଲେଟ୍‌ ବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା କୌତୂହଳ ଏବେ ନିକଟରେ ଓଡ଼ିଶାରେ ଆସି ପହଞ୍ଚିଛି।

Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?