Posted inଜାତୀୟ

ଆତ୍ମହତ୍ୟା: ଦିନମଜୁରିଆ ଆଗରେ

ନୂଆଦିଲ୍ଲୀ, ୩୦ା୮:ଗତ କିଛି ବର୍ଷ ଭଳି ୨୦୨୧ରେ ଦେଶରେ ଆତ୍ମହତ୍ୟା ବୃଦ୍ଧିପାଇଛି। ପାରିବାରିକ ସମସ୍ୟା, ଅସୁସ୍ଥତା ଦୁଇଟି ପ୍ରମୁଖ କାରଣ ହୋଇଥିବାବେଳେ ବୃତ୍ତି ଓ ପେସାଗତ ସମସ୍ୟା ଜନିତ ଆତ୍ମହତ୍ୟା ଚିନ୍ତାଜନକ ରହିଛି। କାରଣ ମହାମାରୀ କରୋନା ଯୋଗୁ ଆର୍ଥିକ ସ୍ଥିତ ଦୋହଲିଯିବା ଏବଂ ନିଯୁକ୍ତ କ୍ଷେତ୍ର ସଙ୍କୁଚିତ ହେବା ଯୋଗୁ ବଞ୍ଚତ୍ବାର ମୋହ ତୁଟାଇ ଦେଇଛନ୍ତି ଅନେକ ଦିନମଜୁରିଆ, ଚାଷୀ, ଆତ୍ମନିଯୁକ୍ତିଧାରୀ, ବେତନଭୋଗୀ, ବେକାର ଯୁବତୀଯୁବକ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ, ଦେଶରେ ୨୦୨୦ ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଛି। ୨୦୨୧ରେ ମୋଟ ୧ ଲକ୍ଷ ୬୪ ହଜାର ୩୩ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ୨୦୨୦ରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୫୩ ହଜାର ୫୨। ପାରିବାରିକ ସମସ୍ୟା, ଅସୁସ୍ଥତା, ବୃତ୍ତିଗତ ସମସ୍ୟା, ଏକଲାପଣ, ହିଂସା, ନିଶା ଆସକ୍ତ ଏବଂ ଆର୍ଥିକ କ୍ଷତି ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ଏନ୍‌ସିଆର୍‌ବି ୨୦୨୧ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ କାରଣଗୁଡ଼ିକ ମଧ୍ୟରେ ପ୍ରେମ ବ୍ୟାପାର, ବୈବାହିକ ବିବାଦ, ସାମାଜିକ ମର୍ଯ୍ୟଦା ହାନି, ପରୀକ୍ଷାରେ ବିଫଳତା, ସମ୍ପତ୍ତି ବିବାଦ, ଆତ୍ମୀୟଙ୍କୁ ହରାଇବା, ଅଭାବ ଅନଟନ, ଅଣନିଯୁକ୍ତି ଏବଂ ଅବୈଧ ସମ୍ପର୍କ ଅନ୍ୟତମ। ବୃତ୍ତି ତଥା ପେସାଗତ ସମସ୍ୟା ଜନିତ ଆତ୍ମହତ୍ୟା କ୍ଷେତ୍ରରେ ଦୈନିକ ମଜୁରିଆଙ୍କ ସଂଖ୍ୟା ସର୍ବାଧିକ ୨୫.୬% ଥିବାବେଳେ ୧୨.୩% ଆତ୍ମନିଯୁକ୍ତିଧାରୀ, ୯.୭% ଦରମାଭୋଗୀ, ୦.୯% ଅବସରପ୍ରାପ୍ତ କର୍ମଚାରୀ ରହିଛନ୍ତି। ସେହିପରି କୃଷି କ୍ଷେତ୍ରରେ ନିଯୁକ୍ତ ୬.୬ ପ୍ରତିଶତ ବ୍ୟକ୍ତି ଏବଂ ନିଯୁକ୍ତିରୁ ବଞ୍ଚତ୍ତ ୮.୪ ପ୍ରତିଶତ ବ୍ୟକ୍ତି ଜୀବନ ହାରିବା ଭଳି ଚରମପନ୍ଥାକୁ ବାଛି ନେଇଛନ୍ତି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ରହିଛି ୮%।
ଦେଶର ୫ ବଡ଼ ରାଜ୍ୟରେ ୫୦.୩ ପ୍ରତିଶତ ଆତ୍ମହତ୍ୟା ଘଟଣା ଘଟିଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୨,୨୦୭ (୧୩.୫%) ଘଟଣା ଘଟିଥିବାବେଳେ ତାମିଲନାଡୁରେ ୧୮,୯୨୫ (୧୧.୫%), ମଧ୍ୟପ୍ରଦେଶରେ ୧୪,୯୬୫ (୯.୧%), ପଶ୍ଚିମବଙ୍ଗରେ ୧୩,୫୦୦ (୮.୨%) ଏବଂ କର୍ନାଟକରେ ୧୩,୦୫୬(୮%) ଆତ୍ମହତ୍ୟା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଅବଶିଷ୍ଟ ୨୩ ରାଜ୍ୟ ଏବଂ ୮ କେନ୍ଦ୍ର ଶାସିତ ଅଞ୍ଚଳରେ ୪୯.୭% ମାମଲା ପଞ୍ଜୀକୃତ ହୋଇଛି। ସେଥିତ୍ମଧ୍ୟରୁ ଓଡ଼ିଶାରେ ୫୫୬୧(୩.୪%) ଆତ୍ମହତ୍ୟା ଘଟିଛି, ଯାହାକି ୨୦୨୦ ତୁଳନାରେ ୧୫ ଅଧିକ। ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା କ୍ଷେତ୍ରରେ ଓଡ଼ିଶାରେ ସର୍ବାଧିକ ୪୦୩୩(୭୧.୪%)ଟି ଘଟଣା ଘଟିଛି। ଏ କ୍ଷେତ୍ରରେ ଓଡ଼ିଶା ୨୦୨୦ରେ ମଧ୍ୟ ଆଗରେ ରହିଥିଲା। ଉକ୍ତ ବର୍ଷ ମୋଟ ୫୫୪୬ ଆତ୍ମହତ୍ୟା ଘଟଣା ମଧ୍ୟରୁ ୪୫୦୬ଟି ଥିଲା ପାରିବାରିକ ସମସ୍ୟା।
୧ ଲକ୍ଷ ଜନସଂଖ୍ୟାକୁ ନେଇ ଆତ୍ମହତ୍ୟା ହାର ଆକଳନ କରାଯାଇଥାଏ। ତଦନୁଯାୟୀ ଦେଶରେ ୨୦୨୧ରେ ଆତ୍ମହତ୍ୟା ହାର ୧୨ ରହିଛି, ଯାହାକି ୧୯୬୭ ପରଠାରୁ ସର୍ବାଧିକ। ୨୦୧୦ରେ ଦ୍ୱିତୀୟ ସର୍ବାଧିକ ଆତ୍ମହତ୍ୟା ହାର (୧୧.୩୫) ରହିଥିଲା। ୨୦୨୧ ରିପୋର୍ଟ ଅନୁଯାୟୀ, ଆଣ୍ଡାମାନ ନିକୋବରରେ ଆତ୍ମହତ୍ୟା ହାର ସର୍ବାଧିକ ୩୯.୭ ରହିଥିବାବେଳେ ସିକିମ୍‌ରେ ୩୯.୨, ପୁଡୁଚେରୀରେ ୩୧.୮, ତେଲଙ୍ଗାନା ଓ କେରଳରେ ୨୬.୯ ଏବଂ ଓଡ଼ିଶାରେ ୧୨.୩ ରହିଛି। ୨୦୨୦ରେ ଦେଶର ଆତ୍ମହତ୍ୟା ହାର ୧୧.୩ ଥିବାବେଳେ ଓଡ଼ିଶାରେ ଥିଲା ୧୨.୨।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri