ବ୍ଲାକ୍‌ମେଲିଂ ଯୋଗୁ ଆତ୍ମହତ୍ୟା

ଦଶରଥପୁର,୫ା୧(ଡି.ଏନ୍‌.ଏ.):ଦଶରଥପୁର ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ସାମ୍‌ନାକୁ ଆସିବାରେ ଲାଗିଛି ା ସେମାନଙ୍କ ପ୍ରେମକୁ ଉଭୟ ପରିବାର ପକ୍ଷରୁ ସ୍ବୀକୃତି ମିଳି ନ ଥିଲା। ଅନ୍ୟ ଜଣେ ଯୁବକ ଏହି ପ୍ରେମୀଯୁଗଳଙ୍କୁ ବ୍ଲାକ୍‌ମେଲିଂ କରିବା ଯୋଗୁ ସେମାନେ ଆମତ୍ହତ୍ୟା ପନ୍ଥା ଆପଣେଇ ନେଇ ଥିଲେ ବୋଲି ମୃତ ଯୁବକଙ୍କ ମା’ ମଞ୍ଜୁଲତା ଦାସ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ପ୍ରେମୀଯୁଗଳଙ୍କ ସମସ୍ୟାର ଫାଇଦା ଉଠାଇବାକୁ ଚେଷ୍ଟା କରି ସେମାନଙ୍କୁ ବ୍ଲାକ୍‌ମେଲିଂ କରୁଥିବା ଯୁବକଙ୍କ ଗିରଫ ଦାବିରେ ଗ୍ରାମବାସୀ ଓ ମୃତ ଯୁବକଙ୍କ ପରିବାର ସଦସ୍ୟମାନେ ମଙ୍ଗଳବାର ଥାନା ଘେରାଉ କରିଥିଲେ ା ପୋଲିସ ଏ ସଂକ୍ରାନ୍ତରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି।
ସୂଚନାଯୋଗ୍ୟ, ମଙ୍ଗଳପୁର ଥାନା ଦୁଦୁରାଅନ୍ତା ପଞ୍ଚାୟତ ଗଣପତିପାଟଣା ଗ୍ରାମର ଜଣେ ନାବାଳିକାଙ୍କ ସହ ସେହି ଗ୍ରାମର ପ୍ରତାପ ଦାସ(୨୧)ଙ୍କ ପ୍ରେମ ସମ୍ପର୍କ ଥିଲା ା ଦୁହେଁ ପରସ୍ପରକୁ ଭଲପାଉଥିଲେ। ମାତ୍ର ଉକ୍ତ ଗ୍ରାମର ପିଣ୍ଟୁଆ ନାମକ ଜଣେ ଯୁବକ ପ୍ରତାପଙ୍କ ମେଲ୍‌ ଆଇଡି ହ୍ୟାକ୍‌ କରି ପ୍ରେମିଯୁଗଳଙ୍କ ଅନ୍ତରଙ୍ଗ ଫଟୋ ଏବଂ ନାବାଳିକା ପ୍ରେମିକା ପ୍ରତାପଙ୍କ ପାଖକୁ ପଠାଇଥିବା କିଛି ବିଶେଷ ମୂହୁର୍ତ୍ତର ଫଟୋକୁ ହ୍ୟାକ୍‌ କରି ସେହି ପ୍ରେମିଯୁଗଳଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ। ସମ୍ପୃକ୍ତା ନାବାଳିକାଙ୍କୁ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିବାକୁ ପିଣ୍ଟୁଆ ବାଧ୍ୟ କରୁଥିଲେ। ଯଦି ସମ୍ପର୍କ ନ ରଖିବ ମୋ ପାଖରେ ଥିବା ଫୋଟଗୁଡ଼ିକୁ ଭାଇରାଲ୍‌ କରିଦେବି ବୋଲି ସେ ଧମକ ଦେଇଆସୁଥିଲେ। ପ୍ରତାପ ଏ କଥା କିଛି ଦିନ ତଳେ ନିଜ ମାଆଙ୍କୁ କହିଥିଲେ ବୋଲି ମଞ୍ଜୁଲତା ମଙ୍ଗଳବାର ଏତାଲାରେ ଦର୍ଶାଇଛନ୍ତି ା ଭଏସ୍‌ ରେକର୍ଡରେ ସମ୍ପୃକ୍ତା ନାବାଳିକା ପିଣ୍ଟୁଆ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିବା କହିଥିଲେ ା ଏପରି କି ସେ ଆମ ଦୁହିଙ୍କ ମରିବା ପାଇଁ ଦାୟୀ ବୋଲି ପ୍ରତାପ ଏବଂ ତାଙ୍କ ପ୍ରେମିକା କହିଥିଲେ। ଆମ ଦୁହିଙ୍କ ସହ ଯାହାହେଲା ଆଉ କାହା ସହିତ ଏପରି ନ ହେଉ, ଆମ ସହ ପିଣ୍ଟୁଆ ଯେଉଁ କାମ କରିଛି ଏଥିପାଇଁ ତାଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଭଏସ୍‌ ରେକର୍ଡରେ ଏହି ପ୍ରେମୀଯୁଗଳ ଆକୁଳ ନିବେଦନ କରିଛନ୍ତି। ପିଣ୍ଟୁଆ ବିରୋଧରେ ବୟାନ ପରେ ବି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ରହିଥିଲା। ମାତ୍ର ମଙ୍ଗଳବାର ପ୍ରତାପଙ୍କ ମା’ଏତାଲା କରିବା ଏବଂ ଘଟଣା ଉପରେ ପିଣ୍ଟୁଆ ବିରୋଧରେ ଗ୍ରାମବାସୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ନୋଟିସ୍‌ କରିବା ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି ା ଘଟଣା ସମ୍ପର୍କରେ ମଙ୍ଗଳପୁର ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଯାଜପୁର ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ ଘଟଣାର ତଦନ୍ତ କରାଯାଇ ଖୁବ୍‌ଶୀଘ୍ର ସତ୍ୟାସତ୍ୟ ଉନ୍ମୋଚନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri