Posted inଫୁରସତ

ଆତ୍ମହତ୍ୟା, ହେଲେ କାହିଁକି???

ଦିନକୁ ଦିନ ବଢିବାରେ ଲାଗିଛି ଆତ୍ମହତ୍ୟା ଜନୀତ ମୃତ୍ୟୁ ସଂଖ୍ୟା। ବିଶେଷ କରି ଏଭଳି ମୃତ୍ୟୁ ଘଟଣାରେ ଯୁବ ବୟସ୍କଙ୍କ ସଂଖ୍ୟା ଅଧିକ ଥିବା ଅତ୍ୟନ୍ତ ପରିତାପର ବିଷୟ। ଏହି ଆତ୍ମହତ୍ୟା ପ୍ରବଣତା ଏକ ପ୍ରକାରର ମାନସିକ ବ୍ୟାଧି। ତେବେ କ’ଣ ଏହାର କାରଣ ଏବଂ କିପରି ଏହାର ନିରାକରଣ କରାଯାଇ ପାରିବ ତା’କୁ ନେଇ ଏଥରର ବିଶେଷ ଉପସ୍ଥାପନା…

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଆତ୍ମହତ୍ୟା ହେଉଛି ଏକ ଜଣାଶୁଣା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା। ତଥ୍ୟ ଅନୁଯାୟୀ, ବିଶ୍ୱର ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରନ୍ତି। ମାନସିକ ବିଷାଦ ଓ ମାନସିକ ରୋଗ ଆତ୍ମହତ୍ୟାର ପ୍ରମୁଖ କାରଣ।
ଆତ୍ମହତ୍ୟା ବା ସୁଇସାଇଡ୍‌ ୨ ପ୍ରକାର ହୋଇଥାଏ।
ଯଥା:
୧- ସୁଇସାଇଡ୍‌: ଯେକୌଣସି ଉପାୟରେ ନିଜେ ନିଜର ଜୀବନ ନେବା।
୨- ପାରା-ସୁଇସାଇଡ: ଅନ୍ୟକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଇବା। ତଥ୍ୟ ଅନୁଯାୟୀ, ଆତ୍ମହତ୍ୟା ପ୍ରବଣତା ନାରୀମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଅଧିକ ଦେଖାଯାଏ।
ଆତ୍ମହତ୍ୟାର ମୁଖ୍ୟ କାରଣ:
୧. ମାନସିକ ରୋଗ ଓ ବିଷାଦ ରୋଗ: ଡିପ୍ରେସନ, ସ୍କିଜୋଫ୍ରେନିଆ, ଉନ୍ମାଦ ରୋଗ, ନିଶା ପ୍ରତି ଅତ୍ୟଧିକ ଆସକ୍ତ ବ୍ୟକ୍ତିମାନେ ଆତ୍ମହତ୍ୟା କରିବାକୁ ପଛେଇ ନଥା’ନ୍ତି। ବିଷାଦ ରୋଗ ରହିଲେ ବ୍ୟକ୍ତିର ମନ ଖରାପ ହେବା, କାମରେ ଅନାଗ୍ରହ ପ୍ରକାଶ କରିବା, ଏକା ରହିବା ଭଳି ଲକ୍ଷଣସବୁ ଦେଖାଯାଇଥାଏ। ବ୍ୟକ୍ତି ଏହି ରୋଗରେ ଧୀରେ ଧୀରେ ଆକ୍ରାନ୍ତ ହୋଇ ଆତ୍ମହତ୍ୟାକୁ ଆପଣାଇଥାଏ।
୨. ଛାନିଆ ରୋଗ: ଏହି ରୋଗରେ ରୋଗୀକୁ ବ୍ୟସ୍ତ ଲାଗିବା, ଛାତି ଧଡ଼ ଧଡ଼ ହେବା, ଶରୀରର ବିଭିନ୍ନ ଜାଗାରେ ଯନ୍ତ୍ରଣା ଆଦି ହୋଇଥାଏ। ଅନେକ ଚିକିତ୍ସା ସତ୍ତ୍ୱେ ରୋଗ ଭଲ ନ ହେଲେ ବ୍ୟକ୍ତିଟି ଶେଷରେ ଆତ୍ମହତ୍ୟା ପନ୍ଥା ଆପଣାଇଥାଏ।
୩. ସ୍କିଜୋଫ୍ରେନିଆ: ଏହି ରୋଗରେ ପୀଡ଼ିତ ହେଲେ ଅନ୍ୟକୁ ସନ୍ଦେହ କରିବା, ମନେମନେ କଥା ହେବା, ହସିବା ଏବଂ ମନରେ ଅତ୍ୟଧିକ ଡର ଆସିବା ଆଦି ଲକ୍ଷଣ ଦେଖା ଦେଇଥାଏ। ଫଳରେ ଜଣେ ଆତ୍ମହତ୍ୟା କରିଥାଏ।
୪. ଉନ୍ମାଦ ରୋଗ: ଏହି ରୋଗରେ ରୋଗୀ ଅତ୍ୟଧିକ ଫୂର୍ତ୍ତି ହେବା, ନିଜକୁ ବଡ଼ ଭାବିବା, ସବୁ କ୍ଷେତ୍ରରେ ଗଣ୍ଡଗୋଳ ଆଦି କରିବା, ନିଜକୁ କ୍ଷତି ପହଞ୍ଚାଇବା ଆଦି କରିଥାଏ। କରିଥାଏ। ଏମିତିକି କେବେ କେବେ ନିଜକୁ ମୃତ୍ୟୁ ମୁଖକୁ ପହଞ୍ଚାଇବାକୁ ବି ପଛାଇ ନ ଥାଏ।
୫. ନିଶାଦ୍ରବ୍ୟ: ନିଶାଦ୍ରବ୍ୟକୁ ବହୁଳ ମାତ୍ରାରେ ବ୍ୟବହାର କରି ନିଜ ଉପରୁ ନିଜ ଭାରସାମ୍ୟ ହରାଇ ନିଶାସକ୍ତ ବ୍ୟକ୍ତି ଆତ୍ମହତ୍ୟା କରିଥା’ନ୍ତି। ଉପରୋକ୍ତ କାରଣଗୁଡ଼ିକୁ ଛାଡ଼ିଦେଲେ ଯୁବାବସ୍ଥାରେ ଆତ୍ମହତ୍ୟାର ଆହୁରି ଅନେକ କାରଣ ରହିଛି। ସେଗୁଡ଼ିକ ହେଲା-
– ଦରକାରଠାରୁ ଅଧିକ ପାଇବା ପାଇଁ ଆଶା କରିବା।
– ପାରିବାରିକ ସମସ୍ୟା
– ପ୍ରେମରେ ବିଫଳତାକୁ ସହ୍ୟ ନ କରିପାରିବା
– ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବା
– ଅତ୍ୟଧିକ ଋଣରେ ବୁଡ଼ି ରହିବା
– ପରୀକ୍ଷାରେ ବିଫଳତା
– ବେରୋଜଗାରି
– ଅନ୍ତରଙ୍ଗ ଲୋକଙ୍କ ବିୟୋଗକୁ ଗ୍ରହଣ କରି ନ ପାରିବା
– ଦରିଦ୍ରତା
– ମୋବାଇଲ୍‌ ବା ଇଣ୍ଟରନେଟ୍‌କୁ ବହୁଳମାତ୍ରାରେ ବ୍ୟବହାର କରି ଛୋଟ ପିଲା ଓ ଯୁବତୀଯୁବକମାନେ କ୍ରୋଧଶକ୍ତ ହେବାରୁ ଛୋଟଛୋଟ କଥାରେ ଆତ୍ମହତ୍ୟା କରିବା ପାଇଁ ପଛାଉନାହାନ୍ତି।
ନିରାକରଣ:
ବର୍ତ୍ତମାନ ଆତ୍ମହତ୍ୟାକୁ କିପରି ରୋକାଯାଇପାରିବ ତାହାହିଁ ସମାଜ ଆଗରେ ବଡ଼ ଆହ୍ବାନ। ଆତ୍ମହତ୍ୟା ପ୍ରବଣତା ପ୍ରତିକାର ଲାଗି ମାନସିକ ରୋଗୀମାନଙ୍କୁ ତାଙ୍କ ମନର କଥା ପରିପ୍ରକାଶ କରିବା ପାଇଁ ପ୍ରୋତ୍ସାହନ କରିବା ଦରକାର। ଥରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି ପ୍ରତି ସର୍ବଦା ନିରୀକ୍ଷଣ କରିବା ଦରକାର। କାରଣ ସେ ପୁଣିଥରେ ଆତ୍ମହତ୍ୟା ଉଦ୍ୟମ କରିପାରେ। ପ୍ରାଥମିକ ଲକ୍ଷଣ ଯେପରିକି ଅନ୍ୟମାନଙ୍କ ସହ ମିଳାମିଶା ନ କରିବା, ଏକା ଏକା ରହିବା, ବେଶୀ କଥା ନ କହିବା, ଖାଇବା, ଶୋଇବା ଆଦି ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆସିବା ଏହିସବୁ ଲକ୍ଷଣ ଯଦି କାହାଠାରେ ଦେଖୁଛନ୍ତି, ତେବେ ତାଙ୍କୁ ଭଲ ଭାବରେ ନିରୀକ୍ଷଣ କରିବା ଓ ତାଙ୍କୁ ମାନସିକ ବିଭାଗ ଡାକ୍ତରଙ୍କ ପରାମର୍ଶ କରାଇବା ଦରକାର। ଫଳରେ ଆତ୍ମହତ୍ୟାକୁ ରୋକାଯାଇପାରିବ। ଅଭିଭାବକମାନେ କିଶୋରୀକିଶୋରଙ୍କ ଚାଲିଚଳନ, ଆଚରଣରେ ପରିବର୍ତ୍ତନ ଓ ଇଣ୍ଟରନେଟ୍‌ ବା ମୋବାଇଲ୍‌ର ବହୁଳ ବ୍ୟବହାର ଦେଖିଲେ ସେଥିପ୍ରତି ସତର୍କ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri