ଭୁବନେଶ୍ୱରରେ ପହଞ୍ଚିଲା ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର,୧୦ା୨: ଖଲ୍ଲିକୋଟ ରାଜ ପରିବାରର ଶେଷ ଦାୟାଦ ରାଣୀସାହେବା ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କ ପାର୍ଥିବ ଶରୀର ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛି। ଚେନ୍ନାଇରୁ ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯାଇଛି।

ସୁଜ୍ଞାନ କୁମାରୀ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଥିଲେ। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ୨ଥର ବିଧାୟିକା ରହିଥିଲେ।