୮% କମିଲା ଚିନି ଉତ୍ପାଦନ

ଭୁବନେଶ୍ୱର,୩।୧(ଅନୁରାଧା ମହାରଣା): ୨୦୨୩-୨୪ ସିଜନରେ ପ୍ରଥମ ୩ମାସରେ ଦେଶରେ ଚିନି ଉତ୍ପାଦନ ପ୍ରାୟ ୮% (୭.୭%) ହ୍ରାସ ପାଇ ୧୧୩ ଲକ୍ଷ ଟନକୁ ଖସି ଆସିଛି। ଆଖୁ ଉତ୍ପାଦନରେ ହ୍ରାସ ହେତୁ ମହାରାଷ୍ଟ୍ର ଏବଂ କର୍ନାଟକରେ ଚିନି ଉତ୍ପାଦନରେ ହ୍ରାସ ଘଟିଛି। ତଥ୍ୟ ପ୍ରକାଶ କରି ନ୍ୟାଶନାଲ ଫେଡେରେଶନ ଅଫ୍‌ କୋଅପରେଟିଭ ଚିନି କାରଖାନା (ଏନ୍‌ଏଫସିଏସ୍‌ଏଫ୍‌) କହିଛି, ଚଳିତ ସିଜନରେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ୫୧୧ କାରଖାନା ଏପର୍ଯ୍ୟନ୍ତ ୧୨୨୩ ଲକ୍ଷ ଟନ ଆଖୁକୁ ପେଡ଼ିଛି। ଦେଶର ତିନୋଟି ପ୍ରମୁଖ ଚିନି ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର ଏବଂ କର୍ନାଟକରେ ଉତ୍ପାଦନରେ ହ୍ରାସ ଘଟିଛି। ଆଖୁରସରୁ ଇଥାନଲ ଉତ୍ପାଦନକୁ ସରକାର ସୀମିତ ରଖିଛନ୍ତି। ୨୦୨୩-୨୪ରେ ଦେଶ ଘରୋଇ ବ୍ୟବହାର ପାଇଁ ୩୦୫ ଲକ୍ଷ ଟନ ଚିନି ଉତ୍ପାଦନ କରିବ ବୋଲି ଆଶା କରାଯାଉଛି। ୨୦୨୨-୨୩ରେ ଉପତ୍ାଦନ ପରିମାଣ ୩୩୦.୯୦ ଲକ୍ଷ ଟନ ଥିଲା। ତଥ୍ୟ ଅନୁଯାୟୀ, ଚିନି ଉତ୍ପାଦନ କ୍ଷେତ୍ରରେ ସର୍ବବୃହତ୍‌ ରାଜ୍ୟ ମହାରାଷ୍ଟ୍ର ଡିସେମ୍ବର ପର୍ଯ୍ୟନ୍ତ ୩୮.୪୦ ଲକ୍ଷ ଟନ ଚିନି ଉତ୍ପାଦନ କରିଥିବାବେଳେ ବର୍ଷ ୨୦୨୨-୨୩, ୪୭.୪୦ ଲକ୍ଷ ଟନ ଉତ୍ପାଦିତ ହୋଇଛି। ସେହିପରି କର୍ନାଟକରେ ୨୪ ଲକ୍ଷ ଟନ ଚିନି ଉତ୍ପାଦନ ହୋଇଥିବାବେଳେ ଗତ ବର୍ଷ ୨୬.୭୦ ଲକ୍ଷ ଟନ ଉତ୍ପାଦନ କରାଯାଇଥିଲା। ଉତ୍ତରପ୍ରଦେଶରେ, ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ୩୪.୬୫ ଲକ୍ଷ ଟନ ଚିନି ଉତ୍ପାଦନ ହୋଇଛି, ଯାହାକି ୧ ବର୍ଷ ପୂର୍ବରୁ ୩୦.୮୦ ଲକ୍ଷ ଟନ ଥିଲା। ଥଣ୍ଡା ବଢ଼ିଲେ ଚିନି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବର୍ଷ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ୧୧୫ ଲକ୍ଷ ଟନ ଚିନି ଉତ୍ପାଦନ ହୋଇପାରେ। ମହାରାଷ୍ଟ୍ରରେ ୯୦ ଲକ୍ଷ ଟନ ଚିନି ଏବଂ କର୍ନାଟକରେ ୪୨ ଲକ୍ଷ ଟନ ଚିନି ଉତ୍ପାଦନ କରାଯାଇପାରିବ। ତାମିଲନାଡୁରେ ଉତ୍ପାଦନ ୧୨ ଲକ୍ଷ ଟନ ଏବଂ ଗୁଜରାଟରେ ୧୦ ଲକ୍ଷ ଟନ ହେବ ବୋଲି ଆକଳନ କରାଯାଇଛି। ଆଗାମୀ ଦିନରେ ଇଥାନଲ ଉତ୍ପାଦନ ଉପରେ ପ୍ରତିବନ୍ଧକ କୋହଳ କରାଯାଇପାରିବ ବୋଲି ଏନ୍‌ଏଫ୍‌ସିଏସ୍‌ଏଫ୍‌ ଏମ୍‌ଡି ପ୍ରକାଶ ନାୟକାନୱାରେ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଚିନି ଉତ୍ପାଦନ ୨୯୦ ଲକ୍ଷ ଟନ ଥିଲା, ଯାହା ଆହୁରି ୧୫ ଲକ୍ଷ ଟନ ବୃଦ୍ଧି ପାଇପାରେ। ସେ କହିଛନ୍ତି, ଏନ୍‌ଏଫ୍‌ସିଏସଏଫ୍‌ ଏବଂ ଇଣ୍ଡିଆନ ସୁଗାର ମିଲ୍ସ ଆସୋସିଏସନ କେନ୍ଦ୍ର ସରକାରଙ୍କ ଏନେଇ ଦୃଷ୍ଟି ଆକର୍ଷଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri