ଅଜଣା ରୋଗରେ ପୀଡିତ, ଚିକିତ୍ସା ପାଇଁ ନାହିଁ ଅର୍ଥ

ଜାମଟିକ୍ରା,୧ା୫(ଡି.ଏନ୍‌.ଏ.): ବରଗଡ ଜିଲା ଅତାବିରା ବ୍ଲକ ମନାପଡା ପଞ୍ଚାୟତ ଲୁରୁପାଲି ଗ୍ରାମର ମଳୟ ପଧାନ(୪୧) ବର୍ତ୍ତମାନ ଅଜଣା ରୋଗରେ ପୀଡିତ ହୋଇଛନ୍ତି। ଅଭାବ ଅନଟନ ଯୋଗୁ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ଫଳରେ ସେ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି।
ମଳୟ ଜଣେ ଶିକ୍ଷିତ ଏବଂ ସେ ଗୋଟିଏ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ହିସାବରେ କାମ କରୁଥିଲେ। ୨୦୨୧ ନଭେମ୍ବର ୫ରେ ରେଙ୍ଗାଲି କ୍ୟାମ୍ପରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍ଗ ଡାହାଣ ଗୋଡ ଭାଙ୍ଗିଯାଇଥିଲା। ସେ ଆୟୁର୍ବେଦ ଚିକିତ୍ସା କରି ଭଲ ହୋଇଗଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଆଉ ଗୋଟିଏ ଅଜଣା ରୋଗ ମାଡି ବସିଲା। ତାଙ୍କ ପେଟରେ ମଇଳା ପାଣି ଜମି ରହିବାରୁ ଗତ ଜାନୁୟାରୀ ମାସରେ ତାଙ୍କର ଅସ୍ତ୍ରୋପଚାର କରି ମଳନଳୀ ବାହାର କରାଯାଇଥିଲା। ଅଭାବ ଯୋଗୁ ସେ ଔଷଧ ମଧ୍ୟ ଖାଇ ପାରୁନାହାନ୍ତି। ଆଉ ତିନିମାସ ପରେ ପୁଣି ଗୋଟିଏ ଅସ୍ତ୍ରୋପଚାର କରାଯିବ । କିନ୍ତୁ ତାଙ୍କ ପାଖରେ ଟଙ୍କା ନାହିଁ । ସରକାରୀ ସହାୟତା କହିଲେ ତାଙ୍କ ମା’ ଜେମା ଦେଈ ପାଉଛନ୍ତି ମାସିକ ୫ଶହ ଟଙ୍କା ଓ ୧୦ କେଜି ଚାଉଳ। ଏହି ସହାୟତାରେ ମା’ ପୁଅଙ୍କୁ ଚଳିବା କଷ୍ଟକର ହୋଇପଡୁଛି। ଯେଉଁ ଅଳ୍ପ ଜମି ଅଛି ତାହା ବନ୍ଧକ ପଡିଛି। ବର୍ଷା ଦିନେ ଘରେ ପାଣି ଗଳୁଛି। ଅତି ଦୟନୀୟ ଅବସ୍ଥାରେ ମା’ ପୁଅ ଚଳୁଛନ୍ତି। ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗ କଲେ ମଳୟଙ୍କ ଅସ୍ତ୍ରୋପଚାର ହୋଇ ସେ ପୂର୍ବ ଅବସ୍ଥାକୁ ଫେରିପାରିବେ ବୋଲି ଜେମା ଦେଈ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri