ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାର୍ଡ(ଟିଟିଏସ୍‌)ରୁ ବାହାରୁଥିବା ଦୁର୍ଗନ୍ଧ ସାରା ସହରକୁ ଅସ୍ତବ୍ୟସ୍ତ କରୁଛି। ପଚାଶଢ଼ା ଗନ୍ଧରେ ନାକ ଫାଟିପଡୁଛି। ଅଦୂରଦର୍ଶୀ ବର୍ଜ୍ୟବସ୍ତୁ ପରିଚାଳନାର ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ। ସହରରୁ ଦୈନିକ ବାହାରୁଥିବା ଶହ ଶହ ଟନ୍‌ ପଚାଶଢ଼ା ଆବର୍ଜନା ସହରର ମଧ୍ୟସ୍ଥଳ ସୈନିକ ସ୍କୁଲ ଡମ୍ପିଂୟାର୍ଡରେ ପାହାଡ଼ ଭଳି ଗଦାହୋଇ ରହୁଛି। ବର୍ଷା ହେବା ମାତ୍ରେ ପରିସ୍ଥିତି ଅସମ୍ଭାଳ ହେଉଛି। ରାତି ପାହିବା ମାତ୍ରେ ଡମ୍ପିଂୟାର୍ଡରେ ଶହ ଶହ ଅଳିଆବୁହା ଗାଡ଼ି ଲାଗିଯାଉଛି । ତେବେ ଏହାର ସମାଧାନକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ପୌର ପ୍ରଶାସନ ଏକପ୍ରକାର ବାଟବଣା ହୋଇଛନ୍ତି। ଗତ ୬ମାସ ହେଲା ଏଭଳି ସମସ୍ୟା ଲାଗି ରହିଥିଲେ ସୁଦ୍ଧା ଏହାର ସମାଧାନ କିପରି ହେବ, ତା’ର ଉତ୍ତର କାହା ପାଖରେ ନାହିଁ। ମେୟର, କମିଶନର, ବିଭିନ୍ନ ଦଳର ରାଜନେତା କ୍ଷେତ୍ର ପରିଦର୍ଶନ କରି ଚାଲିଯାଉଛନ୍ତି। ଦିନକୁ ଦିନ ବର୍ଜ୍ୟ ଗନ୍ଧ ଉତ୍କଟ ହେଉଛି।
ରାଜ୍ୟ ରାଜଧାନୀର କଳେବର ବୃଦ୍ଧିକୁ ଦେଖି ୧୯୪୯ ଅଗଷ୍ଟ ୧୯ରୁ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତର କରାଯାଇଥିଲା। ଏହି ସହରକୁ ଅତ୍ୟାଧୁନିକ ଓ ସୁନ୍ଦର ସ୍ବାସ୍ଥ୍ୟକର ସହର ପରିକଳ୍ପନା କରି ୧୯୪୬ରେ ଜର୍ମାନ୍‌ ଆର୍କିଟେକ୍ଟ ଓଟୋ କୋନିସ୍‌ବର୍ଗ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ। ଇତିହାସ କହେ ୩ ହଜାର ବର୍ଷ ତଳେ ଏହା ମନ୍ଦିରମାଳିନୀ କଳିଙ୍ଗ ସାମ୍ରାଜ୍ୟ ଭାବେ ପରିଚିତ ଥିଲା। ଭୁବନେଶ୍ୱର ମ୍ୟୁନିସିପାଲିଟିରୁ ଏହା ୧୯୯୪ ଅଗଷ୍ଟ ୧୪ରେ ମହାନଗର ନିଗମରେ ପରିଣତ ହୋଇଛି। ଇତିମଧ୍ୟରେ ୪୫ ଓ୍ବାର୍ଡରୁ ୬୭ ଓ୍ବାର୍ଡକୁ ବୃଦ୍ଧି ପାଇଛି। ଜନସଂଖ୍ୟା ମଧ୍ୟ ୧ଲକ୍ଷରୁ ୧୫ ଲକ୍ଷକୁ ବୃଦ୍ଧି ପାଇଛି। ବିଭିନ୍ନ ଦିଗକୁ ସହରର କଳେବର ବିସ୍ତାରିତ ହେବାରେ ଲାଗିଛି। ସହରରୁ ଦୈନିକ ବାହାରୁଥିବା ୩୦୦ଟନ୍‌ ଆବର୍ଜନା ଏବେ ୮୦୦ ଟନ୍‌କୁ ବୃଦ୍ଧି ପାଇଲାଣି। ୨୦୨୩ ମେ’ ୧୫ ତାରିଖରୁ ଭୁଆସୁଣୀ ଡମ୍ପିଂୟାର୍ଡ ବନ୍ଦ ହେବା ପରେ ସୈନିକ ସ୍କୁଲ ଡମ୍ପିଂୟାର୍ଡ ଏକମାତ୍ର ଭରସା ା ସହରରୁ ଦୈନିକ ୮୦୦ ଟନ୍‌ ଅଳିଆ ଏହି ଡମ୍ପିଂୟାର୍ଡରେ ଗଦା ହେଉଛି। ଗତ ୬ମାସ ମଧ୍ୟରେ ସୈନିକ ସ୍କୁଲ ଡମ୍ପିଂୟାର୍ଡରେ ପ୍ରାୟ ୧ ଲକ୍ଷ ୫ ଟନ୍‌ ବର୍ଜ୍ୟବସ୍ତୁ ଗଦାହେଲାଣି। ସହର ସାରା ଅଳିଆ ଏଠାକୁ ଆସି ମାସାଧିକ ସମୟ ଧରି ପର୍ବତ ଆକାରରେ ଗଦାହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଅଳିଆ ଚାପ କମାଇବାକୁ ସହରର ବିଭିନ୍ନ ସ୍ଥାନରେ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମ୍‌ସିସି) କରାଯାଇଛି। ସେଥିରୁ ଅଧିକାଂଶ ଅଚଳ ହୋଇପଡ଼ିଛି। ବର୍ଜ୍ୟବସ୍ତୁର ସୁପରିଚାଳନାକୁ ନେଇ କୌଣସି ଦୀର୍ଘମିଆଦୀ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଅଭାବ ଯୋଗୁ ଆଜି ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ବିଏମ୍‌ସିକୁ ପରିଚାଳନା କରିବାକୁ ଆସୁଥିବା କମିଶନର ମାତ୍ର ବର୍ଷେ କି ଦୁଇ ବର୍ଷରେ ବଦଳି ହୋଇ ଚାଲିଯାଉଛନ୍ତି। ୨୦୧୪ରୁ ୨୦୨୨ ମଧ୍ୟରେ ୬ ଜଣ କମିଶନର ଓ ପ୍ରଶାସକ ବିଏମ୍‌ସିରୁ ବଦଳି ହେଲେଣି। ମାତ୍ର ସହରର ମୁଖ୍ୟ ସମସ୍ୟା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମ୍‌ସି କିମ୍ବା ନଗର ଉନ୍ନୟନ ବିଭାଗ ପକ୍ଷରୁ କୌଣସି ଠୋସ୍‌ ଯୋଜନା ହୋଇପାରିଲା ନାହିଁ। ଏଭଳି ଖାମଖିଆଲ ମନୋଭାବକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୭ମାସ ପରେ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ହୋଇପାରିଲା ନାହିଁ। ଏସମ୍ପର୍କରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଏହି ସମସ୍ୟା ବିଷୟରେ ଆମେ ଅବଗତ ଅଛୁ। ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୪୦ ଦିନ ମଧ୍ୟରେ ସମାଧାନ ହେବ ବୋଲି ଆଶା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୩୧ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri