ସୁଧୁରୁନି ସ୍ବାସ୍ଥ୍ୟସେବା

ନୟାଗଡ,୨୨ା୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଅଭିଯୋଗ ହୋଇ ଆସୁଛି। ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ବିଭିନ୍ନ ସମୟରେ ସାଧାରଣରେ ଦାବି ହୋଇ ଆସୁଥିଲେ ମଧ୍ୟ ଏହାର ପ୍ରତିକାର ହେଉ ନାହିଁ । ସ୍ବାସ୍ଥ୍ୟସେବାକୁ ସୁଧାରିବାକୁ ନୟାଗଡ ହେମେନ୍ଦ୍ର ସେନା ପକ୍ଷରୁ ପ୍ରଥମେ ଜିଲା ମୁଖ୍ୟ ଚିକିସତ୍ାଧିକାରୀ(ସିଡିଏମଓ)ଙ୍କୁ ଓ ପରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଜୁଲାଇ ୩ ସୁଦ୍ଧା ଦାବି ପୂରଣ ନ ହେଲେ ଜୁଲାଇ ୪ରେ ଜିଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଧାରଣା ଦିଆଯିବ ବୋଲି ନୟାଗଡ଼ ହେମେନ୍ଦ୍ର ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।
ଅଭିଯୋଗ ଅନୁସାରେ ଜିଲା ମୁଖ୍ୟ ଚିକିସତ୍ାଳୟ ପରିସରରେ ଡାକ୍ତର ଅଭାବ ସବୁବେଳେ ଲାଗି ରହିଛି । ଏହାର ସମାଧାନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସୁଫଳ ମିଳୁନି । ସେହିପରି ଚିକିସତ୍ାଳୟ ପରିସରରେ ଆଖି, କର୍ଣ୍ଣ ଓ ନାଶା ବିଭାଗର ଏକ ବହିଃ ରୋଗୀ ବିଭାଗ ସହ ଅସ୍ତ୍ରୋପଚାର କକ୍ଷର ଆବଶ୍ୟକତା ରହିଛି । ହେଲେ ଏହାକୁ ନିର୍ମାଣ କରାଯାଉନି । ଏଣୁ ରୋଗୀ ଆଖି, ନାଶା, କର୍ଣ୍ଣ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ବେସରକାରୀ ଭାବେ ଚିକିସତ୍ିତ ହେଉଛନ୍ତି । ଏଠାରେ ୨ଜଣ ଡାକ୍ତର ଥିବାବେଳେ ରୋଗୀ ଏହାର ସୁଫଳ ନେଇ ପାରୁ ନାହାନ୍ତି । ସେହିଭଳି ଅଲଟ୍ରାସାଉଣ୍ଡ ପରୀକ୍ଷଣ ସପ୍ତାହକୁ ୩ ଦିନ କରାଯାଉଛି । ଏଠାରେ ଏଯାବତ ଅଲଟ୍ରା ସାଉଣ୍ଡ ବିଶେଷଜ୍ଞ ନିଯୁକ୍ତି ହେଉ ନ ଥିବାରୁ ୬ଦିନିଆ ସେବା ମିଳି ପାରୁ ନାହିଁ । ଏଣୁ ଅଲଟ୍ରା ସାଉଣ୍ଡ ବିଶେଷଜ୍ଞ ପଦବୀ ଶୀଘ୍ର ପୂରଣ କରିବା ପାଇଁ ଦାବି ହୋଇ ଆସୁଛି । ଆଇସିୟୁ କରାଯାଇଛି। ହେଲେ କର୍ମଚାରୀ ଓ ଡାକ୍ତର ଅଭାବ ଦର୍ଶାଇ ଆଇସିୟୁକୁ କାର୍ଯ୍ୟକ୍ଷମ କରା ନ ଯାଇ ତାଲା ପକାଇ ରଖା ଯାଇଛି। ଜିଲା ମୁଖ୍ୟ ଚିକିସତ୍ାଳୟରେ ୩ଜଣ ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ଓ ଦୁଇ ଜଣ ଆଇସିୟୁ ଚିକିସତ୍ା ଉପରେ ତାଲିମ ନେଇଥିବା ଡାକ୍ତର ଥିବାରୁ ଆଇସିୟୁକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାର ଦାବି ହୋଇ ଆସୁଛି । ଆଇସିୟୁକୁ କାର୍ଯ୍ୟକ୍ଷମ ପାଇଁ ଅତିକମରେ ୨ଟି ଆଇସିୟୁ ବେଡ ଜରୁରୀକାଳୀନ ୱାର୍ଡରେ ପକାଇ ବହିଃ ବିଭାଗରେ ରୋଗୀଙ୍କୁ ଦେଖିବାକୁ ସୁଯୋଗ ଦିଆଯାଉ। ସିଟି ସ୍କାନ ଓ ଏମ୍‌ଆରଆଇ ପରୀକ୍ଷା କରିବାର ବ୍ୟବସ୍ଥା ନାହିଁ । ଏହି ଦୁଇ ସୁବିଧା କିପରି କରାଯାଇ ପାରିବ ସେଥିପ୍ରତି ବ୍ୟବସ୍ଥା କରାଯାଉ । ପୁଣି ପାଥୋଲୋଜି ବିଭାଗରେ କେହି ପାଥୋଲୋଜିଷ୍ଟ ନାହାନ୍ତି। ଟେକ୍‌ନସିଆନମାନେ ପାଥୋଲୋଜିରେ କାମ ଚଳାଉଛନ୍ତି । ଏଣୁ ପାଥୋଲୋଜିଷ୍ଟ ପଦ ଶୀଘ୍ର ପୂରଣ କରିବାର ବ୍ୟବସ୍ଥା ହେଉ । କିଡନୀ ରୋଗୀ ନିମନ୍ତେ ଡାଏଲେସିସ କେନ୍ଦ୍ରରେ ନାନା ଅସୁବିଧା ରହିଛି । ଏହାର ସମାଧାନ କରାଯାଉ । ମୃତଦେହ ପରିବହନ ପାଇଁ ମହାପ୍ରୟାଣ ଥାଇ ନ ଥିଲା ପରି। ସବୁବେଳେ ମହାପୟାଣ ଗାଡି ପ୍ରାୟ ଅଚଳ ରହୁଛି । ଏଣୁ ମହାପ୍ରୟାଣ ଗାଡିକୁ ତୁରନ୍ତ ମରାମତି କରାଯାଇ ମୃତଦେହ ପରିବବହନ ବ୍ୟବସ୍ଥା କରାଯାଉ । ମୃତଦେହ ପରିବହନ ବ୍ୟବସ୍ଥା ନ ଥିବାରୁ ମୃ୍‌ତ ଦେହ ଘରେ ପହଞ୍ଚିଲା ବେଳକୁ ବେଳେବେଳେ କିଛି ଲୋକ ବାଧ୍ୟ ହୋଇ ବାଇକରେ ଆଣୁଛନ୍ତି । ବହୁ ଗରିବ ଲୋକ ଅଯଥାରେ ଘରୋଇ ଆମ୍ବୁଲାନ୍ସରେ ବାଧ୍ୟ ହୋଇ ମୃତଦେହ ଘରକୁ ଆଣି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ସେହିଭଳି ମେଡିସିନ୍‌ ୱାର୍ଡ ନିକଟରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ଉଦ୍ଦେଶ୍ୟରେ ଗରମ ଓ ଥଣ୍ଡା ପାଣିର ବ୍ୟବସ୍ଥା କରାଯାଉ । ପୁଣି ରୋଗୀଙ୍କ ସମ୍ପର୍କୀୟଙ୍କ ଉଦ୍ଦେଶ୍ୟରେ ପ୍ରତକ୍ଷାଳୟ ବ୍ୟବସ୍ଥା, ୨୦ଟି ଶୌଚାଳୟ ସହ ରକ୍ଷଣାବେକ୍ଷଣର ଦାୟିତ୍ୱ ନେବାର ବ୍ୟବସ୍ଥା ହେଉ । ବର୍ଣ୍ଣିଙ୍କ ୱାର୍ଡର ପୁନରୁଦ୍ଧାର କରାଯାଉ । ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ନିଯୁକ୍ତି ନେଇଥିବା ଭେଣ୍ଡର ତଥା ଆଉଟ ସୋସିର୍ଂ ଏଜେନ୍ସି କର୍ମଚାରୀଙ୍କ ଦରମା ଠିକରେ ଜମା କରୁ ନ ଥିବା ଅଭିଯୋଗର ତଦନ୍ତ ହେଉ। ଏନେଇ ହେମେନ୍ଦ୍ର ସେନାର ସାଧାରଣ ସମ୍ପାଦକ ଶେଖ ଅବଦୁଲ ଆଜାଦ କୁହନ୍ତି ଗତ ୧୯ ତାରିଖରେ ହେମେନ୍ଦ୍ରେସେନାର ୭ଜଣିଆ ଦଳ ମୋ ନେତୃତ୍ୱରେ ଜିଲାପାଳଙ୍କୁ ଭେଟିଥିଲୁ । ଜିଲାପାଳ ଆମ୍ଭର ଦାବି ଗୁରୁତର ସହ ଶୁଣିଛନ୍ତି। ଯେଉଁ ଗୁଡିକ ଜିଲା ପ୍ରଶାସନ ଦ୍ୱାରା ପୂରଣ ହୋଇ ପାରିବ ସେଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଛି। ସିଡିଏମ୍‌ଙ୍କୁ ଭେଟି ଦାବି ଜଣାଇଥିଲୁ। ଦାବି ପୂରଣ ନ ହେବାରୁ ଜିଲାପାଳଙ୍କୁ ଭେଟିଛୁ । ଦାବି ପୂରଣ ନ ହେଲେ ଜୁଲାଇ ୪ରେ ଧାରଣା ଦିଆଯିବ ବୋଲି କହିଛନ୍ତି। ସିଡିଏମ୍‌ଓ ମକରନ୍ତ ବେଉରା କୁହନ୍ତି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରୋଗୀଙ୍କୁ ସେବା ଯୋଗାଇବାକୁ ପ୍ରଚେଷ୍ଟା ଜାରି ରହିଛି । ହେମେନ୍ଦ୍ର ସେନା ପକ୍ଷରୁ କିଛି ଦାବି ନେଇ ମୋ ପାଖକୁ ଆସିଥିଲେ। ସେମାନଙ୍କ ସହ ଦାବି ସମ୍ପର୍କରେ ସନ୍ତୋଷଜନକ ଆଲୋଚନା ହୋଇଛି । ତେବେ ପୁଣି ସମାନ ଦାବି ନେଇ ଜିଲାପାଳଙ୍କୁ ଭେଟିଛନ୍ତି। ଏନେଇ ଆମ ପାଖକୁ ଚିଠି ଆସିଛି ବୋଲି କହିଛନ୍ତି ।
୧୧୨ ସ୍ଥାନରେ ୩୦ ଡାକ୍ତର
ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୧୨ ଡାକ୍ତର ପଦବୀ ରହିଛି । ତେବେ ମାତ୍ର ୩୦ ଡାକ୍ତର ଅଛନ୍ତି । ଅନ୍ୟପକ୍ଷେ ସରକାର ନୂଆକରି ୩୫ ଡାକ୍ତର ନିଯୁକ୍ତି କରିଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୫ ଡାକ୍ତର କାର୍ଯ୍ୟରେ ଯୋଗ ଦେଇ ୬ଜଣ ପିଜି କରିବାକୁ ଚାଲିଗଲେଣି । ଆଉ କିଛି ପିଜି କରିବାକୁ ଯିବାକୁ ରହିଛି । ବର୍ତ୍ତମାନ ଜିଲା ମୁଖ୍ୟ ଚିକିସତ୍ାଳୟର ଡାକ୍ତର ସଂଖ୍ୟା ୫୯ରେ ରହିଛି । ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ୨୯ ଡାକ୍ତର ନିୟୋଜିତ ପରେ ପୁଣି ଜିଲା ମୁଖ୍ୟ ଚିକିସତ୍ାଳୟର ଡାକ୍ତରଙ୍କ ସଂଖ୍ୟା ହ୍ରାସ ପାଇବବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri