ସୁଦର୍ଶନ ପାଇବେ ସୂର୍ଯ୍ୟ ଦତ୍ତ ଜାତୀୟ ପୁରସ୍କାର

ପୁରୀ ଅଫିସ,୬ା୨: ସୂର୍ଯ୍ୟଦତ୍ତ ଜାତୀୟ ପୁରସ୍କାର ପାଇଁ ଅନ୍ତର୍ଜତେୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମନୋନୀତ ହୋଇଛନ୍ତି। ଏ ନେଇ ପଟ୍ଟନାୟକ ରବିବାର ସୂଚନା ଦେଇଛନ୍ତି। କଳା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିବ। ପୁଣେର ସୂର୍ଯ୍ୟଦତ୍ତ ଗ୍ରୁପ୍‌ ଅଫ୍‌ ଅନୁଷ୍ଠାନର ୨୫ତମ ପ୍ରତିଷ୍ଠା ଦିବସରେ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପାଇବାକୁ ବିଭିନ୍ନ କ୍ଷେତ୍ରରେ ଦେଶର ମୋଟ ୧୧ ଜଣ ବ୍ୟକ୍ତି ମନୋନୀତ ହୋଇଛନ୍ତି।