ଝିଅ ପ୍ରେମ ବିବାହ କରିବାରୁ ମା’ବାପା ଶୁଦ୍ଧି ହେଲେ

ଆଳି,୮ା୯(ବନମାଳୀ ସେନାପତି):ଝିଅ ବିବାହଯୋଗ୍ୟା ହେବା ପରେ ତାକୁ ଭଲ ବର ଏବଂ ଭଲ ଘର ଦେଖି ବିବାହ ଦେବାକୁ ପ୍ରତ୍ୟେକ ମା’ବାପାଙ୍କ ଇଚ୍ଛା ଥାଏ। ମାତ୍ର ଝିଅ ଯେତେବେଳେ ମା’ବାପାଙ୍କ ଇଚ୍ଛାକୁ ପ୍ରତ୍ୟାଖ୍ୟାନ କରି କୌଣସି ଯୁବକଙ୍କୁ ପ୍ରେମ କରି ଚାଲିଯାଏ, ସେତେବେଳେ ମା’ବାପା ଭାଙ୍ଗି ପଡ଼ନ୍ତି। ଏପରି କି କେହି କେହି ଝିଅର ମୁହଁ ଆଉ ଜୀବନରେ ଚାହଁିବେନି ବୋଲି ପ୍ରତିଜ୍ଞା ମଧ୍ୟ କରନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ। ଜଣେ ଯୁବତୀ ନିଜ ଇଚ୍ଛାରେ ତାଙ୍କ ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିବା ପରେ ମା’ବାପା ଝିଅର ଜୀବନ୍ତ ଅବସ୍ଥାରେ ଶୁଦ୍ଧି ହୋଇଛନ୍ତି। ଏପରି କି ଘର ସମ୍ମୁଖରେ ଝିଅର ଫଟୋ ରଖି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ ନୂଆବଜାର ନିକଟ ଲକ୍ଷ୍ମୀଧର ମଳିକଙ୍କ ଝିଅ ଦୀପାଞ୍ଜଳି ସେହି ଗ୍ରାମର ଅନାମ ମଳିକଙ୍କ ପୁଅ ରାଜେନ୍ଦ୍ରଙ୍କୁ ବୁଧବାର ପ୍ରେମ ବିବାହ କରିଛନ୍ତି। ଏହି ବିବାହକୁ ପୂର୍ବରୁ ଦୀପାଞ୍ଜଳିଙ୍କ ପରିବାର ଲୋକ ବିରୋଧ କରି ଆସୁଥିଲେ ସୁଦ୍ଧା କେହି ଶୁଣି ନ ଥିଲେ। ପରିବାରର ଅନିଚ୍ଛା ସତ୍ତ୍ୱେ ଝିଅ ପ୍ରେମ ବିବାହ କରିବାରୁ ମା’ବାପା ଗୁରୁବାର ଦୀପାଞ୍ଜଳିଙ୍କ ପାଇଁ ଶୁଦ୍ଧି ହୋଇଛନ୍ତି। ଏପରି କିି ଘର ସମ୍ମୁଖରେ ଦୀପାଞ୍ଜଳିଙ୍କ ଫଟୋ ଏବଂ ଶ୍ରଦ୍ଧାଞ୍ଜଳି ପୋଷ୍ଟର ଲଗାଇଛନ୍ତି। ଗୋଟିଏ ପଟେ ଦୀପାଞ୍ଜଳିଙ୍କ ଶାଶୁଘରେ ବିବାହର ଚତୁର୍ଥୀ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ତାଙ୍କ ବାପଘର ଲୋକମାନେ ପଣ୍ଡିତ ଡକାଇ ବିଧିବିଧାନ ଅନୁସାରେ ଝିଅ ଜୀବିତ ଥାଇ ଶୁଦ୍ଧି ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀପାଞ୍ଜଳିଙ୍କ ଶାଶୁଘର ଓ ବାପଘରର ଦୂରତ୍ୱ ମାତ୍ର ଶହେ ମିଟର ହୋଇଥିବାରୁ ଏହା ଅଧିକ ଚର୍ଚ୍ଚାର ପରିସରକୁ ଆସିଛି। ଏ ନେଇ ରାଜେନ୍ଦ୍ରଙ୍କ ବାପା ଅନାମଙ୍କୁ ପଚାରିବାରେ ସରକାରୀ ଆଇନକାନୁନ ଓ ବିଧିବିଧାନ ଅନୁସାରେ ସେ ତାଙ୍କ ପୁଅର ବାହାଘର କରିଛନ୍ତି। ଉଭୟେ ପୁଅ ଏବଂ ବୋହୂ ସାବାଳକ। କିନ୍ତୁ ସେମାନେ ମୋ ବୋହୂର ଜୀବନ୍ତ ଶୁଦ୍ଧି ହେବା ସହ ଆଳି ନୂଆବଜାରରେ ତା’ର ଶ୍ରଦ୍ଧାଞ୍ଜଳି ବ୍ୟାନର ଲଗାଇଛନ୍ତି, ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଅପରପକ୍ଷରେ ଦୀପାଞ୍ଜଳିଙ୍କ ଦାଦା ବାବୁରାମ କୁହନ୍ତି, ସେମାନେ ଦୀର୍ଘଦିନ ହେବ ଏହି ପ୍ରେମ ସମ୍ପର୍କରେ ଜାଣିବା ପରେ ବିରୋଧ କରୁଥିଲେ। ଝିଅ ତାଙ୍କ କଥା ନ ମାନି ଘର ଛାଡ଼ି ପଳାଇ ପ୍ରେମ ବିବାହ କରିଥିବାରୁ ଏଭଳି ଏକ ଚରମ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri