Categories: ରାଜ୍ୟ

ଆକାଶ’ର ସଫଳ ପରୀକ୍ଷଣ

ବାଲେଶ୍ୱର,୨୫ା୧- ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ‘ଆକାଶ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ସୋମବାର ଅପରାହ୍ନ ୨ଟା ୨୫ ମିନିଟରେ ଏହି ପରୀକ୍ଷଣ ହୋଇଥିଲା। ୫.୭୮ ମିଟର ଲମ୍ବ ଓ ୭୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୦ କି.ମି.। ଶବ୍ଦର ବେଗଠାରୁ ଅଢ଼େଇଗୁଣ ଅଧିକ ବେଗରେ ‘ଆକାଶ’ ସ୍ଥିରୀକୃତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା। ଏଥିରେ ୬୦ କିଲୋ ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଇଛି।