‘ଅଗ୍ନି ପ୍ରାଇମ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧ା୧୦: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆରଡିଏ ଅଧିନସ୍ଥ ଅବ୍‌ଦୁଲ କଲାମ ଦ୍ବୀପରୁ ‘ଅଗ୍ନି ପ୍ରାଇମ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ରେ ‘ଅଗ୍ନି ପ୍ରାଇମ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦି କ୍ଷମତା ହେଉଛି ୧ ହଜାରରୁ ୨ ହଜାର କିଲୋମିଟର। ପରୀକ୍ଷଣ ସମୟରେ ଡିଆରଡିଏର ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ୨୦୨୧ ଡିସେମ୍ବର ୧୮ରେ ଏହା ପ୍ରଥମେ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହିତ ପରୀକ୍ଷଣ ହୋଇଥିଲା।