ସଫଳ ନେତୃତ୍ୱ

ଏକଦା ହେନେରୀ ଫୋର୍ଡ କହିଥିଲେ, ”ଏକଜୁଟ ହେଲେ ‘ଆରମ୍ଭ’, ମିଳିମିଶି ରହିପାରିଲେ ‘ପ୍ରଗତି’ ଓ ମିଳିମିଶି କାମକଲେ ‘ବିଜୟ’ ପ୍ରାପ୍ତି ହୋଇଥାଏ।“ ଫୋର୍ଡଙ୍କ ଏହି ଉକ୍ତିଟି ଏକ ଅନୁଷ୍ଠାନ ଗଢ଼ିବାରେ ଶତ ପ୍ରତିଶତ ସତ୍ୟ ସାବ୍ୟସ୍ତ ହୋଇଥାଏ। ଅନୁଷ୍ଠାନଟି ଗଢ଼ିବା ପାଇଁ ନିର୍ଦ୍ଦିଷ୍ଟ କିଛି ସକାରାତ୍ମକ ଲକ୍ଷ୍ୟ ନେଇ କେତେକ ଲୋକ ଏକଜୁଟ ହୋଇଥାଆନ୍ତି। ପରେ ପରେ ସଭ୍ୟ ସଂଖ୍ୟା ବୃଦ୍ଧିପାଇଁ ଉଦ୍ୟମ ଚାଲୁରହେ। ଏହି ସଭ୍ୟସଂଖ୍ୟା ସମମାନସିକତା ସମ୍ପନ୍ନ ଲୋକମାନଙ୍କୁ ନେଇ ବଢ଼ି ଚାଲେ। ଏହି ବଢ଼ି ଚାଲୁଥିବା କାଳଖଣ୍ଡଟି, ଗଢ଼ିଉଠୁଥିବା ଅନୁଷ୍ଠାନଟି ପାଇଁ ଏକ ସ୍ପର୍ଶକାତର ସମୟ ଭାବରେ ବିବେଚିତ ହୋଇଥାଏ। ଆଜିର ସମାଜରେ ପଦ ଏବଂ ପ୍ରତିଷ୍ଠା ପାଇଁ କିଏ ବା ଲାଳାୟିତ ନୁହେଁ? ଏହି ଅବସରରେ ଗଢ଼ିଉଠୁଥିବା ଅନୁଷ୍ଠାନର ବିକଳ୍ପ ନେତୃତ୍ୱ ଆପଣାଇବା ପାଇଁ କେହି କେହି ଆଶାୟୀ ହେଲେ, ମିଳିମିଶି ରହିବା ଆଉ ସମ୍ଭବ ହୁଏ ନାହିଁ। ତେଣୁ ଅନୁଷ୍ଠାନର ପ୍ରଗତି ବ୍ୟାହତ ହୁଏ। ଖାଲି ମିଳିମିଶି ରହିଲେ ହେବନାହିଁ; ଅନୁଷ୍ଠାନର ଲକ୍ଷ୍ୟ ପୂରଣ ପାଇଁ, ବିଜୟ ପ୍ରାପ୍ତି ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହୁଏ। ଏହି ମିଳିମିଶି କାମକରିବା ପ୍ରକ୍ରିୟାଟି ନିର୍ଭରକରେ ଅନୁଷ୍ଠାନର ସର୍ବୋଚ୍ଚ କର୍ମକର୍ତ୍ତାଙ୍କ ଦକ୍ଷତା, ବ୍ୟକ୍ତିତ୍ୱ, ନୀତିବାଦିତା, କର୍ମପ୍ରବଣତା, ନିରପେକ୍ଷ ବିଚାର ମାନସିକତା ଉପରେ। ତେବେ ଯାଇ ସହଯୋଗିତା ଓ ସହଭାଗିତାରେ ଅନୁଷ୍ଠାନର ସମସ୍ତକର୍ମ ସଂପାଦିତ ହୋଇଥାଏ।
ପୃଥିବୀରେ ଏପରି କେହି ବ୍ୟକ୍ତି ନାହାନ୍ତି, ଯିଏ ସାମାଜିକ ଅନୁଷ୍ଠାନଗୁଡ଼ିକରୁ କୌଣସି ନା କୌଣସି ସମୟରେ, କୌଣସି ନା କୌଣସି ପରିସ୍ଥିତିରେ ଉପକୃତ ଅଥବା ସାହାଯ୍ୟପ୍ରାପ୍ତ ନ ହୋଇଛନ୍ତି। ଏହି ଅନୁଷ୍ଠାନଗୁଡ଼ିକର ଉତ୍ସ ଅନନ୍ତସ୍ରାବୀ ନୁହେଁ। ତେଣୁ ଉପକୃତ ହୋଇଥିବା ଲୋକମାନଙ୍କର ବିଶେଷ ଭାବରେ ସମାଜପ୍ରତି ଦାୟିତ୍ୱବୋଧ ଏବଂ କର୍ତ୍ତବ୍ୟବୋଧ ରହିବା ବିଧେୟ। ସେହି ଅନୁଯାୟୀ ଜନମଙ୍ଗଳକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବା ଅଥବା ନିଜସ୍ବ ଉଦ୍ୟମରେ ନୂତନ ସେବାମୂଳକ ଅନୁଷ୍ଠାନ ଗଢ଼ି ସମାଜ ସେବାରେ ବ୍ରତୀ ହେବା ସେମାନଙ୍କର ନୈତିକ ଅଥବା ସାମାଜିକ କର୍ତ୍ତବ୍ୟ।
ଆମ ସମାଜରେ କାର୍ଯ୍ୟରତ ଥିବା/ ଗଢ଼ିଉଠିଥିବା ଅନୁଷ୍ଠାନଗୁଡ଼ିକ ମୁଖ୍ୟତଃ ରକ୍ତଦାନ ଶିବିରର ଆୟୋଜନ, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ, ଗଣ ସାକ୍ଷରତା କାର୍ଯ୍ୟକ୍ରମ, ତମାଖୁ ସେବନ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି କାର୍ଯ୍ୟକ୍ରମକୁ ଆୟୋଜନ କରିଥାନ୍ତି। ଏଥିପାଇଁ ଆବଶ୍ୟକ ପଡୁଥିବା ଅର୍ଥରାଶି କେତେକ କ୍ଷେତ୍ରରେ ସରକାରୀ ଅନୁଦାନ, ବଦାନ୍ୟ ବ୍ୟକ୍ତିବିଶେଷ ତଥା ସଭ୍ୟମାନଙ୍କର ସହାୟତା ଏବଂ ଆନ୍ତର୍ଜାତିକ ଦାତବ୍ୟ ଫାଉଣ୍ଡେଶନ ତରଫରୁ ମିଳିଥାଏ। ଆଜିର ସମାଜରେ ଅଧିକାଂଶ ଲୋକ ଲାଭ ଓ ଲୋଭର ବଶବର୍ତ୍ତୀ ହୋଇ ସମାଜସେବା ବିମୁଖ ହୋଇ ପଡ଼ିଛନ୍ତି। ଆମ ସମାଜର ଉନ୍ନତି କଳ୍ପେ ଆମେ ଆଗ୍ରହ ପ୍ରକାଶ ନ କଲେ ଅନ୍ୟମାନେ କାହିଁକି ବା ଏଥିରେ ମୁଣ୍ଡ ଖେଳାଇବେ?
ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଭିତରୁ କେହି ଅପରିହାର୍ଯ୍ୟ ନୁହନ୍ତି। କୌଣସି କାରଣରୁ ନେତୃତ୍ୱ ନେଉଥିବା ପଦାଧିକାରୀଙ୍କ ମଧ୍ୟରେ ପରିବର୍ତ୍ତନ ଘଟିଲେ, ନୂତନ ନିର୍ବାଚିତ ଅଥବା ମନୋନୀତ ସଭ୍ୟମାନେ ସେମାନଙ୍କର ନୂତନ ଦାୟିତ୍ୱ ଗ୍ରହଣକରି ଅନୁଷ୍ଠାନଟିକୁ ଆଗକୁ ବଢ଼ାଇନେବାକୁ ସେମାନଙ୍କର ସକଳ ପ୍ରୟାସ ଜାରିରଖନ୍ତି। କୌଣସି ଉଚ୍ଚପଦାଧିକାରୀ ଯଦି ନିଜର ଅହଂଭାବ ଏବଂ ସର୍ବଜ୍ଞାତା ଭାବକୁ ଅନୁଷ୍ଠାନ ଉପରେ ଲଦିଦେବାକୁ ଚେଷ୍ଟା କରନ୍ତି ତେବେ ସଭ୍ୟମାନଙ୍କ ଭିତରେ ଅସନ୍ତୋଷ ଏବଂ ନୈରାଶ୍ୟଭାବ ବୃଦ୍ଧିପାଏ। କ୍ରମେ ଅନୁଷ୍ଠାନର ପତନ ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତେଣୁ ସହମତିଭିତ୍ତିରେ କାର୍ଯ୍ୟକରିବା ଏହାର ଏକମାତ୍ର ଉପାୟ; ଯାହାର ବିକଳ୍ପ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇ ନାହିଁ ଅଥବା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ନାହିଁ। ଶେଷରେ ଏତିକିମାତ୍ର କହିବି, ଯେଉଁ ନେତୃତ୍ୱ ପାରମ୍ପରିକ ଢଙ୍ଗରେ ଅନୁଷ୍ଠାନଟିକୁ ଚଳାଇ ରଖେ ସେଥିରେ ନ ଥାଏ ବିକାଶର ପଦ ଚିହ୍ନ ଅଥବା ନୂତନ ଭାବରେ କିଛି କରିଦେଖାଇବାର ଅଭୀପ୍‌ସା। ସେ ନେତୃତ୍ୱକୁ ଆମେ କାମଚଳା ନେତୃତ୍ୱର ଆଖ୍ୟା ଦେଇପାରିବା। ନୂତନ ଭାବରେ କିଛି କରିଦେଖାଇ ପାରିଲେ ଅନୁଷ୍ଠାନର ନେତୃତ୍ୱ ପ୍ରତି ଆସ୍ଥା, ବିଶ୍ୱାସ, ସମ୍ମାନବୋଧ ବୃଦ୍ଧିପାଏ। ବାସ୍ତବରେ ଏହାକୁ ହିଁ କହିପାରିବା ସଫଳ ନେତୃତ୍ୱ।

  • ଇଂ. ମୁରଲୀଧର ହୋତା
    ମୋ:୯୮୬୧୧୪୦୧୬୯

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri