Posted inଫୁରସତ

ସଂଘର୍ଷରୁ ସଫଳ: ଅଣଶ୍ୱେତାଙ୍ଗ ସିନେଟର୍‌

ଭରମୋଣ୍ଟ ଷ୍ଟେଟ୍‌ ଲେଜିସ୍‌ଲେଚରକୁ ପ୍ରଥମ ଭାରତୀୟ ବଂଶୋଦ୍ଭବ ତଥା ଅଣଶ୍ୱେତାଙ୍ଗ ମହିଳା ଭାବେ ନିର୍ବାଚିତ ହେବାରେ କେଶା ରାମ ଥିଲେ ଆମେରିକାର ସବୁଠୁ କମ୍‌ ବୟସର ଲେଜିସ୍‌ଲେଟର। ରାଜନୀତିରେ ଡେମୋକ୍ରାଟ ଦଳର ଏହି ନେତ୍ରୀଜଣଙ୍କ ତାଙ୍କ ଲକ୍ଷ୍ୟରେ ପହଞ୍ଚିବାକୁ ବହୁ ବାଧାବିଘ୍ନ ଅତିକ୍ରମ କରିଛନ୍ତି। ୩ ନଭେମ୍ବର ୨୦୨୦। ଏହି ଦିନଟି ତାଙ୍କ ପାଇଁ ସ୍ମରଣୀୟ, କାରଣ ସେ ଆମେରିକାର ଶ୍ୱେତାଙ୍ଗ ରାଜ୍ୟ ଭାବେ ଜଣାଶୁଣା ଭରମୋଣ୍ଟ ସିନେଟ୍‌କୁୁୁ ପ୍ରଥମ ଅଣଶ୍ୱେତାଙ୍ଗ ମହିଳା ଭାବେ ନିର୍ବାଚିତ ହୋଇଛନ୍ତି। ଚିିତେଡେନ କାଉଣ୍ଟି ଷ୍ଟେଟ ପାଇଁ ଅନ୍ୟ ୫ଜଣ ଷ୍ଟେଟ୍‌ ସିନେଟରଙ୍କ ସହ ସାମିଲ ହୋଇଥିଲେ କେଶା। ଏହି ଜିଲାର ୬ଟି ସିଟ୍‌ ମଧ୍ୟରେ ୪୬,୫୦୪ ଭୋଟ ପାଇ ତୃତୀୟରେ ରହିଥିଲେ ବୋଲି ଭରମୋଣ୍ଟ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ଇଲେକ୍‌ସନ ଓ୍ବେବ୍‌ସାଇଟରେ ପୋଷ୍ଟ୍‌ କରାଯାଇଥିବା ଫଳାଫଳରୁ ଏହା ଜଣାପଡିଥିଲା। ଜିଲାର ସମସ୍ତ ସିଟ୍‌ ଡେମୋକ୍ରାଟ ଓ ପ୍ରୋଗ୍ରେସିଭ ପାର୍ଟିର ପ୍ରାର୍ଥୀ ଜିତିଥିଲେ।
ୟୁନିଭର୍ସିଟି ଅଫ୍‌ ଭରମୋଣ୍ଟ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭ କରିଛନ୍ତି କେଶା। ପରେ ସମାଜ ବିଜ୍ଞାନୀ, ଲେଜିସ୍‌ଲେଚର, ନ୍ୟାୟିକ ପରାମର୍ଶଦାତା କ୍ୟାରିୟରରେ ବହୁ ଘାତପ୍ରତିଘାତ ସହିଛନ୍ତି। ପିଲାଦିନରୁ ସେ ଜନସେବା ପ୍ରତି ଆକୃଷ୍ଟ ହୋଇଥିଲେ ଯାହାକୁ ଏବେ ସେ ବାସ୍ତବ ରୂପ ଦେବାରେ ଲାଗିଛନ୍ତିି। କେଶାଙ୍କ ପିତା ଜଣେ ଭାରତୀୟ ଓ ମା ଇହୁଦୀ-ଆମରେକୀୟ। ତାଙ୍କ ପିତା ପଞ୍ଜାବରୁ ଆମେରିକା ଯାଇଥିଲେ। ସେଠାରେ ଏକ ଆୟରିସ ପବ୍‌ ଖୋଲିଥିଲେ। ପିଲାଦିନେ ଯୁବପିଢି ଓ ପିଲାଙ୍କ ସହାୟତା ଲାଗି ଆୟୋଜିତ ବହୁ କାର୍ଯ୍ୟକ୍ରମରୁ କେଶା ଅନେକ କିଛି ଶିକ୍ଷା କରିଥିଲେ। ତାଙ୍କ ମାତା ପିତାଙ୍କର ବିଚ୍ଛେଦ ହେବା ପରେ ମାତା ତିନୋଟି ସନ୍ତାନଙ୍କ ଯନତ୍ ନେଇଥିଲେ। ଏମିତିକି ପଢିବାବେଳେ ଅର୍ଥ ଅଭାବରୁ ସେ ଫ୍ରି ଲଞ୍ଚ ପ୍ରୋଗ୍ରାମରେ ସାମିଲ ହୋଇଥିଲେ। ତେବେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ୫ମ ଗ୍ରେଡ୍‌ରୁ। ସେ ଲସ୍‌ଏଞ୍ଜଲ୍ସର ଏଲିମେଣ୍ଟାରୀ ସ୍କୁଲର ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ସ୍କୁଲରେ ଘଟୁଥିବା ହିଂସା ଓ ସମସ୍ୟା ବିଷୟରେ ସ୍କୁଲ ବୋର୍ଡକୁ ଲିଖିତ୍ତ ଅଭିଯୋଗ କରୁଥିତ୍ଲେ। ୟୁନିଭର୍ସିଟି ଅଫ୍‌ ଭର୍‌ମୋଣ୍ଟରୁ ବିଜ୍ଞାନ(ନ୍ୟାଚୁରାଲ ରିସୋର୍ସେସ ପ୍ଲାନିଂ) ଓ କଳା(ରାଜନୀତି ବିଜ୍ଞାନ)ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ସ୍କୁଲରେ ପଢୁଥିବାବେଳେ ଛାତ୍ରମାନଙ୍କ ଦ୍ୱାରା ପରିିଚାଳିତ ଇକୋଲୋଜିକାଲ କୋଅପରେଟିଭ୍‌ର ଜଣେ ସଦସ୍ୟ ରହିଥିଲେ। ପରବର୍ତ୍ତୀ କାଳରେ ଶିକ୍ଷା ଓ ଅଭିଜ୍ଞତା ତାଙ୍କୁ ତଥ୍ୟଭିତ୍ତିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଛି ବୋଲି କହନ୍ତି କେଶା।
ୟୁନିଭର୍ସିଟି ଅଫ୍‌ ଭର୍‌ମୋଣ୍ଟରୁ ଡିଗ୍ରୀ ହାସଲ କରିବା ପରେ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଭୌଗୋଳିକ ପାର୍ଥକ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଏହା ତାଙ୍କୁ କୋଭିଡ୍‌ ମହାମାରୀରେ ଲୋକମାନଙ୍କୁ ସମ୍ବଳ ଯୋଗାଇଦେବାରେ ସାହାଯ୍ୟ କରିଥିଲା, ଯାହା ବିଜୟ ହାସଲ କରିବାର ଏକ ଦିଗ ବୋଲି କୁହାଯାଇପାରେ। କେଶାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ୨୦୧୫ରେ। ସେ କହିଛନ୍ତି ଯେ, ଲସଏଞ୍ଜଲସରେ ଆୟରସ୍‌ ପବ ଚଳାଉଥିବା ସମୟରେ କମଳା ହାରିସ୍‌ଙ୍କ ପ୍ରତି ତାଙ୍କର ସମ୍ମାନ ରହିଥିଲା। ହାରିସଙ୍କ ପ୍ରତି ତାଙ୍କର ଯେଉଁ ସମ୍ମାନବୋଧ ଉଜାଗର ହୋଇଥିଲା, ତାହା କେବଳ ପିତାଙ୍କ ଯୋଗୁ ହୋଇଥିଲା ବୋଲି ସେ କହିଛନ୍ତି। ସେ ହାରିସଙ୍କ ଜଣେ ଦୃଢ ସମର୍ଥକ। କଳା-ଗୋରା ବିଭେଦର ଏକ ସ୍ପର୍ଶକାତର ଜିଲା ଭରମୋଣ୍ଟରେ ରାଜନୀତିରେ ସେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ଭରମୋଣ୍ଟରେ ୯୪% ଗୋରା ରହୁଥିଲେ ବି ଚିତେଡେନ କାଉଣ୍ଟି, ଯେଉଁଠୁ କେଶା ଜିତିଛନ୍ତି, ସେଠାରେ ଏମାନଙ୍କ ସଂଖ୍ୟା ୯୦.୩%। ଏତେ ସଂଖ୍ୟକ ଗୋରାଙ୍କ ମଧ୍ୟରେ ତାଙ୍କ ବିଜୟ କିଛି କମ୍‌ ନୁହେଁ। ୨୦୧୬ରେ ଡେମୋକ୍ରାଟ ଭାବେ ଲ୍ୟୁଟନାଣ୍ଟ ଗଭର୍ନର୍‌ ଦୌଡ଼ରେ ପଛରେ ରହିଯିବା ପରେ ରାଜନୀତିରୁ କିଛି ଦିନ ବିରାମ ନେଇଥିଲେ। ଏହି ସମୟ ତାଙ୍କର କଟିଥିଲା ହାର୍ଭାର୍ଡ କେନେଡି ସ୍କୁଲରେ। ଶିକ୍ଷା ଲାଭ କରିବା ସହ ଏ ସମ୍ପର୍କରେ ସେ ପୁନଃ ସମୀକ୍ଷା କରିଥିଲେ। ତେବେ ଜଣେ କୃଷ୍ଣକାୟ ମହିଳା ଭାବେ ଷ୍ଟେଟ୍‌ ଅଫିସକୁ ଯିବା ନିଶା ଏହି ନିର୍ବାଚନ ପରେ ଅଟକି ଯାଇ ନ ଥିଲା ତାଙ୍କର। ତାଙ୍କ ବିଜୟ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଳଟିଛି। ତାଙ୍କ ପ୍ରତି ବହୁ ବ୍ୟକ୍ତିଙ୍କ ସକାରାମତ୍କ ଚିନ୍ତାଧାରା ତାଙ୍କୁ ଆଗକୁ ଯିବାକୁ ଶକ୍ତି ଦେଇଥିବା ସ୍ବୀକାର କରନ୍ତି କେଶା। ସେ କଠିନ ପରିଶ୍ରମ କରନ୍ତି। ଜୀବନରେ କିଛି ହରାଇଲେ ଭାଙ୍ଗି ନ ପଡି ପ୍ରତ୍ୟେକ ଆହ୍ବାନକୁ ସାହସର ସହ ମୁକାବିଲା କରିପାରିଲେ ପୁଣି ତାହା ଫେରିଆସିବ ଓ ଜୀବନଟା ଆହୁରି ମଜଭୁତ ହେବ ବୋଲି ତାଙ୍କର ବିଶ୍ୱାସ। ଆଉ ଏହି ବିଶ୍ୱାସ ତାଙ୍କୁ ଆଗକୁ ବଢାଇଛି।
କେଶାଙ୍କ ପରିବାର ତଥା ଦଳ ଏହି ବିଜୟରେ ସମ୍ପୂର୍ଣ୍ଣ ଆନନ୍ଦିତ। ସେ ଭଲ ଗୀତ ଗାଆନ୍ତି। ତାଙ୍କ ଆଈମା ସବୁବେଳେ ତାଙ୍କୁ ଜଣେ ଗାୟିକା ହେବାକୁ କହୁଥିଲେ, କିନ୍ତୁ ସେ ପାଲଟିଗଲେ ଜଣେ ନେତ୍ରୀ। ରାଜନୀତିରେ ଆଜି ଯାହା ସେ ହୋଇଛନ୍ତି,ଏହା ପଛରେ ତାଙ୍କ ଆଈମାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହନ୍ତି। ଏହା ସହ ଏହାର ଶ୍ରେୟ ତାଙ୍କ ପିତାଙ୍କୁ ଦେଇଛନ୍ତି। କେଶା କହନ୍ତି,ଜଣେ ଭଲ ନାଗରିକ ଭାବେ ଗଢ଼ିତୋଳିବା ପାଇଁ ତାଙ୍କ ପିତାଙ୍କ କଠିନ ପରିଶ୍ରମ ସଦା ସ୍ମରଣୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ପୋଲିସ -ଗ୍ରାମବାସୀ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri