ଚାକିରି ଛାଡ଼ି ସଫଳ ଚାଷୀ

ଖୋର୍ଦ୍ଧା ଅଫିସ,୧୬।୭: କଥାରେ ଅଛି, ନିଷ୍ଠା ଏବଂ ଏକାଗ୍ରତା ଥିଲେ ସଫଳତା ଆପେ ଆପେ ଆସିଥାଏ। ଏହାର ଚାକ୍ଷୁଷ ଉଦାହରଣ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବୋଲଗଡ଼ ଗ୍ରାମର ଚାଷୀ ରବୀନ୍ଦ୍ର କୁମାର ସାମନ୍ତରାୟ (୫୫)। ଚାକିରି ଛାଡ଼ି ୪ ଏକର ଜମିରେ ୫ ହଜାର ଟଙ୍କାରୁ ଚାଷ ଆରମ୍ଭ କରିଥିବା ରବୀନ୍ଦ୍ର ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ବର୍ତ୍ତମାନ ସମୟରେ ଯୁବପିଢ଼ି ଚାଷକାର୍ଯ୍ୟରୁ ବିମୁଖ ହେଉଥିବା ବେଳେ ରବୀନ୍ଦ୍ର ଜଣେ ସଫଳ ଚାଷୀ ଭାବେ ଜିଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଯୋଗାଉଛନ୍ତି। ଯୁବସମାଜ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ଏ ସମ୍ପର୍କରେ ରବୀନ୍ଦ୍ର କୁହନ୍ତି, ୧୯୯୦ ମସିହାରେ କଲେଜ ଶିକ୍ଷା ପରେ ପୁରୀସ୍ଥିତ ସୁରଜମଲ୍ଲ ସାହା କଲେଜରେ କର୍ମଚାରୀ ଭାବେ ଚାକିରି କରିଥିଲି। ଗଁାକୁ ଆସିଲେ, ବଗିଚାରେ ଫୁଲଚାରା ରୋପଣ ସହ ଜମିରେ ଚାଷ କରିବାକୁ ଭଲ ପାଉଥିଲି। ଚାଷକାର୍ଯ୍ୟ ପ୍ରତି ଆଗ୍ରହ ଦେଖି ତାଙ୍କ ଅଜା ଚାଷକାର୍ଯ୍ୟକୁ ଆପଣାଇବା ଲାଗି ତାଙ୍କୁ ଉତ୍ସାହିତ କରିଥିଲେ। ହାଇସ୍କୁଲରେ ପଢ଼ିବା ସମୟରେ ଜଣେ ଶିକ୍ଷକ ବନବିହାରୀ ପଟ୍ଟନାୟକଙ୍କ ଚାଷ କାର୍ଯ୍ୟକୁ ନେଇ ଏକ ଉକ୍ତି ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ହାଇସ୍କୁଲରୁ କଲେଜ ଶିକ୍ଷା ପର୍ଯ୍ୟନ୍ତ ପାଠପଢ଼ା ସହ ଚାରାରୋପଣ କରିବା, ଫୁଲ ବଗିଚା କାମ ଜାରି ରହିଥିଲା। ୨୦୦୦ ମସିହାରେ ଚାକିରି ଛାଡ଼ି ଚାଷକାର୍ଯ୍ୟରେ ମନ ବଳାଇଥିଲି। କ୍ଷେତରେ ଗୋଟିଏ ପ୍ରକାର ଚାଷ କରିବା ପରିବର୍ତ୍ତେ ସମନ୍ବିତ ଚାଷ କରିବା ଲାଗି ସ୍ଥିର କରିଥିଲି। ୪ ଏକର ଜମିରେ ପ୍ରଥମେ ଫଳଗଛ ଲଗାଇବା ଆରମ୍ଭ କରିଥିଲି। ୩୫୦ରୁ ଊର୍ଦ୍ଧ୍ୱ ଆମ୍ବଗଛ, ୨୫୦ରୁ ଊର୍ଦ୍ଧ୍ୱ ନଡ଼ିଆ ଗଛ, ୧୦୦ରୁ ଊର୍ଦ୍ଧ୍ୱ ଲେମ୍ବୁଗଛ ରହିଛି। ଏଥିସହ ବାଇଗଣ, ଭେଣ୍ଡି, କଖାରୁ, ଗୁଆଁର, କାକୁଡ଼ି, କଲରା, ଝୁଲଣ ଚାଷ କରିବା ସହ ଗେଣ୍ଡୁଫୁଲ ଚାଷ କରିଛନ୍ତି। ଛତୁ ଏବଂ ମାଛଚାଷ ମଧ୍ୟ ଆରମ୍ଭ କରିଛନ୍ତି। ଆଗକୁ ବିଭିନ୍ନ ପ୍ର୍ରକାର ଫୁଲଗଛ, ଡାଳିମ୍ବ ଆଦି ଆରମ୍ଭ କରିବା ପାଇଁ ଯୋଜନା ରଖିଥିବା ସେ କହିଛନ୍ତି। ରବୀନ୍ଦ୍ରଙ୍କ ପୁଅ ମୁକେଶ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିଥା’ନ୍ତି। ୬୦ବର୍ଷ ପରେ ଚାକିରିରୁ ଅବସର ନେବା ପରେ ପେନସନ ଟଙ୍କାରେ ଜୀବନ ଅତିବାହିତ କରିଥା’ନ୍ତି। କିନ୍ତୁ ୨୦ବର୍ଷ ତଳେ କରିଥିବା ପରିଶ୍ରମର ଫଳ ଏବେ ଫଳୁଛି। ପରିବେଶକୁ ମୁକ୍ତ ଅକ୍ସିଜେନ ଯୋଗାଇବା ସହ ରୋଜଗାରର ବୃଦ୍ଧି ଘଟିବ। ଦୀର୍ଘ ଦିନର ପରିଶ୍ରମ ଫଳ ଅନେକଙ୍କୁ ପ୍ରେରଣା ଯୋଗାଇଛି। ଏହି ସ୍ଥାନ ବୁଲି ଦେଖିବା ପରେ ବହୁ ଯୁବ ଚାଷୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଉଚ୍ଚ ଶିକ୍ଷିତ ଯୁବକମାନେ ଚାଷ କାର୍ଯ୍ୟକୁ ଆପଣାଇ ଜଣେ ସଫଳ ଉଦ୍ୟୋଗପତି ହୋଇପାରିବେ। ଏଥିରେ ବହୁ ବାଧାବିଘ୍ନ ଆସିବ। ଶେଷରେ ବହୁ ଆନନ୍ଦ ପାଇବେ ବୋଲି ରବୀନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri