ଚାକିରି ଛାଡ଼ି ସଫଳ ଚାଷୀ

ଖୋର୍ଦ୍ଧା ଅଫିସ,୧୬।୭: କଥାରେ ଅଛି, ନିଷ୍ଠା ଏବଂ ଏକାଗ୍ରତା ଥିଲେ ସଫଳତା ଆପେ ଆପେ ଆସିଥାଏ। ଏହାର ଚାକ୍ଷୁଷ ଉଦାହରଣ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବୋଲଗଡ଼ ଗ୍ରାମର ଚାଷୀ ରବୀନ୍ଦ୍ର କୁମାର ସାମନ୍ତରାୟ (୫୫)। ଚାକିରି ଛାଡ଼ି ୪ ଏକର ଜମିରେ ୫ ହଜାର ଟଙ୍କାରୁ ଚାଷ ଆରମ୍ଭ କରିଥିବା ରବୀନ୍ଦ୍ର ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ବର୍ତ୍ତମାନ ସମୟରେ ଯୁବପିଢ଼ି ଚାଷକାର୍ଯ୍ୟରୁ ବିମୁଖ ହେଉଥିବା ବେଳେ ରବୀନ୍ଦ୍ର ଜଣେ ସଫଳ ଚାଷୀ ଭାବେ ଜିଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଯୋଗାଉଛନ୍ତି। ଯୁବସମାଜ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ଏ ସମ୍ପର୍କରେ ରବୀନ୍ଦ୍ର କୁହନ୍ତି, ୧୯୯୦ ମସିହାରେ କଲେଜ ଶିକ୍ଷା ପରେ ପୁରୀସ୍ଥିତ ସୁରଜମଲ୍ଲ ସାହା କଲେଜରେ କର୍ମଚାରୀ ଭାବେ ଚାକିରି କରିଥିଲି। ଗଁାକୁ ଆସିଲେ, ବଗିଚାରେ ଫୁଲଚାରା ରୋପଣ ସହ ଜମିରେ ଚାଷ କରିବାକୁ ଭଲ ପାଉଥିଲି। ଚାଷକାର୍ଯ୍ୟ ପ୍ରତି ଆଗ୍ରହ ଦେଖି ତାଙ୍କ ଅଜା ଚାଷକାର୍ଯ୍ୟକୁ ଆପଣାଇବା ଲାଗି ତାଙ୍କୁ ଉତ୍ସାହିତ କରିଥିଲେ। ହାଇସ୍କୁଲରେ ପଢ଼ିବା ସମୟରେ ଜଣେ ଶିକ୍ଷକ ବନବିହାରୀ ପଟ୍ଟନାୟକଙ୍କ ଚାଷ କାର୍ଯ୍ୟକୁ ନେଇ ଏକ ଉକ୍ତି ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ହାଇସ୍କୁଲରୁ କଲେଜ ଶିକ୍ଷା ପର୍ଯ୍ୟନ୍ତ ପାଠପଢ଼ା ସହ ଚାରାରୋପଣ କରିବା, ଫୁଲ ବଗିଚା କାମ ଜାରି ରହିଥିଲା। ୨୦୦୦ ମସିହାରେ ଚାକିରି ଛାଡ଼ି ଚାଷକାର୍ଯ୍ୟରେ ମନ ବଳାଇଥିଲି। କ୍ଷେତରେ ଗୋଟିଏ ପ୍ରକାର ଚାଷ କରିବା ପରିବର୍ତ୍ତେ ସମନ୍ବିତ ଚାଷ କରିବା ଲାଗି ସ୍ଥିର କରିଥିଲି। ୪ ଏକର ଜମିରେ ପ୍ରଥମେ ଫଳଗଛ ଲଗାଇବା ଆରମ୍ଭ କରିଥିଲି। ୩୫୦ରୁ ଊର୍ଦ୍ଧ୍ୱ ଆମ୍ବଗଛ, ୨୫୦ରୁ ଊର୍ଦ୍ଧ୍ୱ ନଡ଼ିଆ ଗଛ, ୧୦୦ରୁ ଊର୍ଦ୍ଧ୍ୱ ଲେମ୍ବୁଗଛ ରହିଛି। ଏଥିସହ ବାଇଗଣ, ଭେଣ୍ଡି, କଖାରୁ, ଗୁଆଁର, କାକୁଡ଼ି, କଲରା, ଝୁଲଣ ଚାଷ କରିବା ସହ ଗେଣ୍ଡୁଫୁଲ ଚାଷ କରିଛନ୍ତି। ଛତୁ ଏବଂ ମାଛଚାଷ ମଧ୍ୟ ଆରମ୍ଭ କରିଛନ୍ତି। ଆଗକୁ ବିଭିନ୍ନ ପ୍ର୍ରକାର ଫୁଲଗଛ, ଡାଳିମ୍ବ ଆଦି ଆରମ୍ଭ କରିବା ପାଇଁ ଯୋଜନା ରଖିଥିବା ସେ କହିଛନ୍ତି। ରବୀନ୍ଦ୍ରଙ୍କ ପୁଅ ମୁକେଶ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିଥା’ନ୍ତି। ୬୦ବର୍ଷ ପରେ ଚାକିରିରୁ ଅବସର ନେବା ପରେ ପେନସନ ଟଙ୍କାରେ ଜୀବନ ଅତିବାହିତ କରିଥା’ନ୍ତି। କିନ୍ତୁ ୨୦ବର୍ଷ ତଳେ କରିଥିବା ପରିଶ୍ରମର ଫଳ ଏବେ ଫଳୁଛି। ପରିବେଶକୁ ମୁକ୍ତ ଅକ୍ସିଜେନ ଯୋଗାଇବା ସହ ରୋଜଗାରର ବୃଦ୍ଧି ଘଟିବ। ଦୀର୍ଘ ଦିନର ପରିଶ୍ରମ ଫଳ ଅନେକଙ୍କୁ ପ୍ରେରଣା ଯୋଗାଇଛି। ଏହି ସ୍ଥାନ ବୁଲି ଦେଖିବା ପରେ ବହୁ ଯୁବ ଚାଷୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଉଚ୍ଚ ଶିକ୍ଷିତ ଯୁବକମାନେ ଚାଷ କାର୍ଯ୍ୟକୁ ଆପଣାଇ ଜଣେ ସଫଳ ଉଦ୍ୟୋଗପତି ହୋଇପାରିବେ। ଏଥିରେ ବହୁ ବାଧାବିଘ୍ନ ଆସିବ। ଶେଷରେ ବହୁ ଆନନ୍ଦ ପାଇବେ ବୋଲି ରବୀନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri