Posted inଖେଳ

ସଫଳ କ୍ରିକେଟର, ଦକ୍ଷ ମ୍ୟାଚ ରେଫରି

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି)- ପ୍ରଶାନ୍ତ ମହାପାତ୍ର ଜଣେ ସଫଳ କ୍ରିକେଟର, ଦକ୍ଷ ମ୍ୟାଚ ରେଫରି ଏବଂ ବିସିସିଆଇ ଲେଭଲ-୨ କୋଚ୍‌ ଥିଲେ। ଖେଳ ଜୀବନ ହେଉ କି ମ୍ୟାଚ ପରିଚାଳନା ଯେତେବେଳେ ଯେଉଁ ଦାୟିତ୍ୱ ପାଇଥିଲେ ତାହାକୁ ସଫଳତାର ସହ ସମ୍ପନ୍ନ କରି ପ୍ରଶଂସା ସାଉଁଟିଥିଲେ।
୧୯୭୩ ସେପ୍ଟେମ୍ବର ୧ରେ ଜନ୍ମିତ ପ୍ରଶାନ୍ତ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଓ ମଧ୍ୟମଗତି ବୋଲର ଥିଲେ। ପୁରୁଣା ଭୁବନେଶ୍ୱରସ୍ଥିତ ରାମେଶ୍ୱର ସ୍ପୋର୍ଟିଂ ଏବଂ ମୁକ୍ତେଶ୍ୱର କ୍ରିକେଟ କ୍ଲବ ପକ୍ଷରୁ ଖେଳି କ୍ରିକେଟ ଜୀବନକୁ ଆଗକୁ ବଢ଼ାଇଥିଲେ। ତାମିଲନାଡ଼ୁ ବିପକ୍ଷରେ ସେ ପ୍ରଥମେ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳିଥିଲେ ଏବଂ ୧୯୯୦ରେ ବିହାର ବିପକ୍ଷରେ ରଣଜୀ ଟ୍ରଫି କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୭-୮୮ରୁ ୨୦୦୨-୦୩ ମଧ୍ୟରେ ସେ କ୍ୟାରିୟରରେ ୪୫ଟି ପ୍ରଥମଶ୍ରେଣୀ (ଓଡ଼ିଶା ପକ୍ଷରୁ ୪୨ଟି ରଣଜୀ ଟ୍ରଫି ଏବଂ ଇଷ୍ଟଜୋନ୍‌ ପକ୍ଷରୁ ୩ଟି ଦୁଲୀପ ଟ୍ରଫି) ଏବଂ ୧୭ଟି ଲିଷ୍ଟ-ଏ ମ୍ୟାଚ ଖେଳିଥିଲେ। ଏହା ବ୍ୟତୀତ ସେ ୨୬ଟି ଅନ୍ୟ ମ୍ୟାଚ ଖେଳିଥିଲେ। ଏହା ମଧ୍ୟରେ ୮ଟି ୧୫ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, ୪ଟି ୧୭ ବର୍ଷରୁ କମ୍‌ ବିଜୟ ହଜାରେ ଟ୍ରଫି, ୧୨ଟି ୧୯ ବର୍ଷରୁ କମ୍‌ କୁଚ୍‌ବିହାର ଟ୍ରଫି ଏବଂ ୨ଟି ୧୯ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି ମ୍ୟାଚ ଅନ୍ତର୍ଭୁକ୍ତ। ପ୍ରଥମଶ୍ରେଣୀ କ୍ରିକେଟରେ ସେ ୪୫ଟି ମ୍ୟାଚର ୮୦ଟି ଇନିଂସରୁ ୩୦.୦୮ ଆଭରେଜରେ ୨,୧୯୬ ରନ ସଂଗ୍ରହ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୧୫୭*। ସେ ୫ ଶତକ ଏବଂ ୧୧ ଅର୍ଦ୍ଧଶତକ ହାସଲ କରିଥିବାବେଳେ ୪୪ଟି କ୍ୟାଚ ନେଇଥିଲେ। ସେହିପରି ଲିଷ୍ଟ-ଏରେ ସେ ମୋଟ ୨୬୧ ରନ କରିଥିଲେ।
ଅବସର ପରେ ୨୦୧୪ ସେପ୍ଟେମ୍ବରରେ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମ୍ୟାଚ ରେଫରି ପ୍ୟାନେଲରେ ସାମିଲ ହୋଇଥିଲେ। ମ୍ୟାଚ ରେଫରି ଭାବେ ସେ ୪୮ଟି ପ୍ରଥମଶ୍ରେଣୀ, ୪୫ଟି ଲିଷ୍ଟ-ଏ ଏବଂ ୪୯ଟି ଟି୨୦ ମ୍ୟାଚ ପରିଚାଳନାର ଗୁରୁଦାୟିତ୍ୱ ବହନ କରିଥିଲେ। ୨୦୧୨ ଫେବୃୟାରୀରେ ଅନୁଷ୍ଠିତ ବିସିସିଆଇ ଲେଭଲ-୧ କୋଚ୍‌ ପରୀକ୍ଷାରେ ମଧ୍ୟ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିବର୍ଷ ମେ’ରେ ସେ ବିସିସିଆଇ ଲେଭଲ-୨ କୋଚ୍‌ ପରୀକ୍ଷାରେ ମଧ୍ୟ କୃତିତ୍ୱ ଅର୍ଜନ କରିଥିଲେ। ଜୁନିୟର ବର୍ଗରେ ପ୍ରଭାବୀ ପ୍ରଦର୍ଶନ ପାଇଁ ସେ ୧୯୮୭-୮୮ରେ ବିସିସିଆଇ ପକ୍ଷରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ(୧୫ ବର୍ଷରୁ କମ୍‌) ପୁରସ୍କାର ପାଇଥିଲେ। ୧୯୯୬-୯୭ରେ ତାଙ୍କୁ ମାରୁତି ଇଷ୍ଟେଟ ସହିଦ ସ୍ପୋର୍ଟିଂ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri