ଓଏଏସ୍‌ ପରୀକ୍ଷାରେ କୋରାପୁଟ ଝିଅଙ୍କ ସଫଳତା

କୋରାପୁଟ,୯ା୧୦(ସ୍ବ.ପ୍ର.): ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷାରେ ୯୦ତମ ସ୍ଥାନରେ ରହି ଜିଲା ପାଇଁ ଗୌରବ ଆଣିଦେଇଛନ୍ତି କୋରାପୁଟର ଝିଅ ସରଞ୍ଜିତା। ତାଙ୍କ ସଫଳତା ପାଇଁ ନିଜ ପରିବାର ସଦସ୍ୟଙ୍କ ସହିତ କୋରାପୁଟ ମାଟିକୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ସରଞ୍ଜିତାଙ୍କ ବାପା ଜଣେ ସରକାରୀ କର୍ମଚାରୀ ହୋଇଥିବାବେଳେ ତାଙ୍କ ସ୍ବଳ୍ପ ଦରମାରେ ନିଜର ନିରନ୍ତର ସାଧନା ବଳରେ ଆଜି ଓଏଏସ୍‌ ସଫଳତାର ତାଲିକାରେ ୯୦ତମ ସ୍ଥାନରେ ରହି କୋରାପୁଟ ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। କୋରାପୁଟରେ ଦ୍ୱାଦଶ ଶ୍ରେଣୀ ଯାଏ ପାଠପଢ଼ା ପରେ ସରଞ୍ଜିତା ଭୁବେନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିସିଏସ୍‌ ଏବଂ ପରେ ଓୟୁଟିରେ ସ୍ନାତକତ୍ତୋର ଡିଗ୍ରୀ ସ୍ବର୍ଣ୍ଣ ପଦକ ସହ ହାସଲ କରିଥିଲେ। ଆନ୍ଥୋଲୋପୋଜି ଓ ହୋମ୍‌ ସାାଇନ୍ସକୁ ଇଚ୍ଛାଧୀନ ବିଷୟ ଭାବେ ନେଇ ଓଏଏସ୍‌ ପରୀକ୍ଷା ଦେଇଥିଲେ। ତେବେ କୋରାପୁଟର ଝିଅ ଭାବେ କୋରାପୁଟ ଅଞ୍ଚଳବାସୀ ଜୀବନ, ସମସ୍ୟା ଓ ସମ୍ଭାବନା ସମ୍ପର୍କରେ ଭଳ ଭାବେ ଅଧ୍ୟୟନ କରିବାର ସୁଯୋଗ ପାଇଥିବାରୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ସହଜ ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ସରଞ୍ଜିତା କହିଛନ୍ତି, ସେ ଧରିତ୍ରୀର ଜଣେ ନିୟମିତ ପାଠିକା ହୋଇଥିବାବେଳେ ଧରିତ୍ରୀର ବିଭିନ୍ନ ଲେଖା ତାଙ୍କ ଜୀବନକୁ ପ୍ରଭାବିତ କରିଥିବା ସେ ପ୍ରକାଶ କରିଛନ୍ତି। ଗତ ଦୁଇ ବର୍ଷ ଧରି କୋଭିଡ୍‌ ଯୋଗୁ ମାନବ ସମାଜ ଅନେକ ଦୁଃଖ ଦେଇଥିବା ବେଳେ ତାଙ୍କୁ ନୀଜ ଜୀବନର ସମସ୍ତ ଶିକ୍ଷାକୁ ମନେ ପକାଇ ବିନା କୌଣସି ବାହ୍ୟ କୋଚିଂର ସହାୟତାରେ ସଫଳତା ହାସଲ କରିବା ଶିଖାଇଛି। କୋରାପୁଟ ସମସ୍ତଙ୍କୁ ଅନେକ କଥା ଶିଖାଇଥାଏ।ତାଙ୍କୁ ମଧ୍ୟ ଅନୁପ୍ରାଣିତ କରିଛି। କୋରାପୁଟ ତାଙ୍କୁ ଅନେକ କିଛି ଦେଇଛି। ସରଞ୍ଜିତାଙ୍କ ମା ସସ୍ମିତା ଆଜି ଝିଅଙ୍କ ସଫଳତାକୁ ନେଇ ଆନନ୍ଦିତ ହୋଇ ନିଜ କୋହକୁ ମଧ୍ୟ ସମ୍ଭାଳି ପାରି ନ ଥିଲେ। ସରଞ୍ଜିତାଙ୍କ ମାଆ କହିଛନ୍ତି, ମୁଁ ମୋ ଝିଅକୁ ନେଇ ଗର୍ବିତ। ମୁଁ ଯାହା ଭାବିଥିଲି ଝିଅ ଆଜି ତାହା କରି ଦେଖାଇପାରିଛି। ଆଗକୁ ମଧ୍ୟ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବ ବୋଲି ସେ ଆଶା ରଖିଥିବା ଧରିତ୍ରୀକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri