ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ବରିଷ୍ଠ ସମାଜସେବୀ ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସ୍ତ୍ରୀ ମଧୁସ୍ମିତା ନାୟକ, ଭଞ୍ଜନଗର ଟାଟା ପାୱାର ଏଜିଏମ୍ ଅଭିଜିତ ପାଢ଼ୀ, ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ଅଧକ୍ଷା ଶାନ୍ଥା କୁମାରୀ ଉତ୍ସବରେ ସଭାପତିତ୍ୱ କରି ବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ କହିଥିଲେ। ମ୍ୟାନେଜର ମିନତୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ । ତେଣୁ ଛାତ୍ରୀଛାତ୍ରମାନେ ଏଥିପ୍ରତି ଧ୍ୟାନ ଦେବାକୁ ଅତିଥିମାନେ ଆହ୍ବାନ କରିଥିଲେ। ଚାପ ନୁହେଁ ଧର୍ଯ୍ୟ ଲୋଡ଼ା, ଛାତ୍ରୀଛାତ୍ରମାନେ ଆତ୍ମବିଶ୍ବାସ ବଢ଼ାଇବାକୁ ପଡିବ । ତାହାହେଲେ ଯାଇ ସଫଳତା ଆପେ ଆପେ ମିଳିବ। କିଛି ପାଇବାକୁ ହେଲେ କିଛି କରିବାକୁ ପଡିବ ବୋଲି ବକ୍ତାମାନେ କହିଥିଲେ। ଶେଷରେ ଅତିଥି ମାନେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିସହ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟା,ସଭ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ଆର୍ ଲଳିତା ରେଡ୍ଡୀଙ୍କୁ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କୃତ କରାଯାଇଥିଲା ।


