ବଦଳି ହୋଇ ନ ଥିବା ଅଧିକାରୀଙ୍କ ସ୍ଥାନକୁ ପଟ୍ଟାଙ୍ଗି ବିଡିଓଙ୍କ ବଦଳି

ପଟ୍ଟାଙ୍ଗି,୨୭ା୩(ଡି.ଏନ.ଏ.):ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମାର୍ଚ୍ଚ ୨ରେ ପ୍ରକାଶ ପାଇଥିବା ବଦଳି ତାଲିକାରେ କୋରାପୁଟ ଜିଲା ପଟ୍ଟାଙ୍ଗି ବିଡିଓଙ୍କ ନାମ ରହିଥିଲା। ତେବେ ତାଙ୍କ ସ୍ଥାନକୁ ବଦଳି ହୋଇଥିବା ବିଡିଓ ସେ କାର୍ଯ୍ୟ କରୁଥିବା ସ୍ଥାନରୁ ଆସୁ ନ ଥିବାରୁ ପଟ୍ଟାଙ୍ଗିରେ କାର୍ଯ୍ୟରତ ବିଡିଓ ତାଙ୍କ ବଦଳି ଜାଗାକୁ ଯାଇପାରୁନାହାନ୍ତି। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବଦଳି ନିର୍ଦ୍ଦେଶକୁ ଏକ ପ୍ରକାର ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।
ଖବରରୁ ଜଣାପଡିଛି, ରାଜ୍ୟର ବିଭିନ୍ନ ବ୍ଲକର ବିଡିଓ ଏବଂ ତହସିଲଦାରଙ୍କୁ ମିଶାଇ ୨୨ ଜଣ ଅଧିକାରୀଙ୍କ ବଦଳି ହୋଇଥିଲା। ଉକ୍ତ ବଦଳି ତାଲିକାରେ ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ରଙ୍କ ନାମ ରହିଥିଲା। ତାଙ୍କର ପିଏ ଆଇଟିଡିଏ ରୂପେ କୋରାପୁଟ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକର ବିିଡିଓ ସୁକାନ୍ତ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଥିଲା। ବଦଳି ନିର୍ଦ୍ଦେଶ ପ୍ରକାଶ ପାଇବାର ୨୪ ଦିନ ବିତିଯାଇଥିଲେ ମଧ୍ୟ କୋଷାଗୁମୁଡା ବିଡିଓ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବଦଳି ନିର୍ଦ୍ଦେଶ ଅନୁସାରେ ପଟ୍ଟାଙ୍ଗି ଆସୁନାହାନ୍ତି। ସେ ପଟ୍ଟାଙ୍ଗି ଆସୁ ନ ଥିବା ହେତୁ ଏଠାରେ କାର୍ଯ୍ୟରତ ବିଡିଓ ମିଶ୍ର ତାଙ୍କ ବଦଳି ସ୍ଥାନ କୋରାପୁଟ ଯାଇପାରୁନାହାନ୍ତି। ମିଶ୍ରଙ୍କ ପିଏ ଆଇଟିଡିଏ ରୂପେ କୋରାପୁଟ ବଦଳି ହୋଇଛି। ଅନ୍ୟପକ୍ଷରେ ପିଏ ଆଇଟିଡିଏ ରୂପେ ପଟ୍ଟାଙ୍ଗି ବିଡିଓଙ୍କ କୋରାପୁଟକୁ ବଦଳି ହୋଇଥିଲେ ମଧ୍ୟ ସେଠାରେ ଥିବା ପିଏ ଆଇଟିଡିଏ କାରୁ ସୋରେନଙ୍କ ଅନ୍ୟ କେଉଁଠିକୁ ବଦଳି ହୋଇନାହିଁ। ଏପରି ସ୍ଥଳେ ସେ ସେଠାରେ ଥିବାରୁ ପଟ୍ଟାଙ୍ଗି ବିଡିଓ ମିଶ୍ର ସେଠାକୁ ଯାଇପାରୁନାହାନ୍ତି। କୋଷାଗୁମୁଡା ବିଡିଓ ପଟ୍ଟନାୟକ ମଧ୍ୟ ତାଙ୍କ ବଦଳି ସ୍ଥାନ ପଟ୍ଟାଙ୍ଗି ଆସିପାରୁ ନାହାନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ଉକ୍ତ ବଦଳି ପ୍ରକ୍ରିୟାରେ ରହିଥିବା ଅସଙ୍ଗତି ଦୂର କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri