ବଦଳି ହୋଇ ନ ଥିବା ଅଧିକାରୀଙ୍କ ସ୍ଥାନକୁ ପଟ୍ଟାଙ୍ଗି ବିଡିଓଙ୍କ ବଦଳି

ପଟ୍ଟାଙ୍ଗି,୨୭ା୩(ଡି.ଏନ.ଏ.):ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମାର୍ଚ୍ଚ ୨ରେ ପ୍ରକାଶ ପାଇଥିବା ବଦଳି ତାଲିକାରେ କୋରାପୁଟ ଜିଲା ପଟ୍ଟାଙ୍ଗି ବିଡିଓଙ୍କ ନାମ ରହିଥିଲା। ତେବେ ତାଙ୍କ ସ୍ଥାନକୁ ବଦଳି ହୋଇଥିବା ବିଡିଓ ସେ କାର୍ଯ୍ୟ କରୁଥିବା ସ୍ଥାନରୁ ଆସୁ ନ ଥିବାରୁ ପଟ୍ଟାଙ୍ଗିରେ କାର୍ଯ୍ୟରତ ବିଡିଓ ତାଙ୍କ ବଦଳି ଜାଗାକୁ ଯାଇପାରୁନାହାନ୍ତି। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବଦଳି ନିର୍ଦ୍ଦେଶକୁ ଏକ ପ୍ରକାର ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।
ଖବରରୁ ଜଣାପଡିଛି, ରାଜ୍ୟର ବିଭିନ୍ନ ବ୍ଲକର ବିଡିଓ ଏବଂ ତହସିଲଦାରଙ୍କୁ ମିଶାଇ ୨୨ ଜଣ ଅଧିକାରୀଙ୍କ ବଦଳି ହୋଇଥିଲା। ଉକ୍ତ ବଦଳି ତାଲିକାରେ ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ରଙ୍କ ନାମ ରହିଥିଲା। ତାଙ୍କର ପିଏ ଆଇଟିଡିଏ ରୂପେ କୋରାପୁଟ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକର ବିିଡିଓ ସୁକାନ୍ତ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଥିଲା। ବଦଳି ନିର୍ଦ୍ଦେଶ ପ୍ରକାଶ ପାଇବାର ୨୪ ଦିନ ବିତିଯାଇଥିଲେ ମଧ୍ୟ କୋଷାଗୁମୁଡା ବିଡିଓ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବଦଳି ନିର୍ଦ୍ଦେଶ ଅନୁସାରେ ପଟ୍ଟାଙ୍ଗି ଆସୁନାହାନ୍ତି। ସେ ପଟ୍ଟାଙ୍ଗି ଆସୁ ନ ଥିବା ହେତୁ ଏଠାରେ କାର୍ଯ୍ୟରତ ବିଡିଓ ମିଶ୍ର ତାଙ୍କ ବଦଳି ସ୍ଥାନ କୋରାପୁଟ ଯାଇପାରୁନାହାନ୍ତି। ମିଶ୍ରଙ୍କ ପିଏ ଆଇଟିଡିଏ ରୂପେ କୋରାପୁଟ ବଦଳି ହୋଇଛି। ଅନ୍ୟପକ୍ଷରେ ପିଏ ଆଇଟିଡିଏ ରୂପେ ପଟ୍ଟାଙ୍ଗି ବିଡିଓଙ୍କ କୋରାପୁଟକୁ ବଦଳି ହୋଇଥିଲେ ମଧ୍ୟ ସେଠାରେ ଥିବା ପିଏ ଆଇଟିଡିଏ କାରୁ ସୋରେନଙ୍କ ଅନ୍ୟ କେଉଁଠିକୁ ବଦଳି ହୋଇନାହିଁ। ଏପରି ସ୍ଥଳେ ସେ ସେଠାରେ ଥିବାରୁ ପଟ୍ଟାଙ୍ଗି ବିଡିଓ ମିଶ୍ର ସେଠାକୁ ଯାଇପାରୁନାହାନ୍ତି। କୋଷାଗୁମୁଡା ବିଡିଓ ପଟ୍ଟନାୟକ ମଧ୍ୟ ତାଙ୍କ ବଦଳି ସ୍ଥାନ ପଟ୍ଟାଙ୍ଗି ଆସିପାରୁ ନାହାନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ଉକ୍ତ ବଦଳି ପ୍ରକ୍ରିୟାରେ ରହିଥିବା ଅସଙ୍ଗତି ଦୂର କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri