କରୋନା ଲକ୍ଷଣ ଲୁଚାଇଲେ ଆପଣ ଲୁଚିଯିବେ: ବାଗ୍‌ଚୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ୪୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରକୁ ଘର ବୁଲି ସର୍ଭେ ହେଉଛି। ଗାଁର ପ୍ରତି ଘର ଏବଂ ସହରର ପ୍ରତି ବସ୍ତି ଅଞ୍ଚଳରେ ସର୍ଭେ ହେବ। ଘର ଘର ବୁଲି ଆଶା, ଏଏନ୍‌ଏମ୍‌ କର୍ମୀ ଲକ୍ଷଣ ନେଇ ସର୍ଭେ କରିବେ। ସ୍ବାସ୍ଥ୍ୟ କର୍ମୀଙ୍କ ଆଗରେ ଲକ୍ଷଣ ଲୁଚାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଲକ୍ଷଣ ଲୁଚାଇଲେ ସାରା ଜୀବନ ପାଇଁ ଲୁଚିଯିବାର ସମ୍ଭାବନା ରହିଛି। ଅପରପକ୍ଷେ କର୍ଫ୍ୟୁ ପୂର୍ବରୁ ବାଲିଯାତ୍ରା ଭଳି ଭିଡ଼ ଦେଖାଯାଉଛି। ଜନଜୀବନ ବଞ୍ଚାଇବାକୁ ସବୁ ପ୍ରକାର କଠୋର ବ୍ୟବସ୍ଥା ସରକାର ନେବେ। ଲକ୍ଷଣ ନ ଥିଲେ ବି ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ଆସିପାରେ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସତର୍କ କରାଇଛନ୍ତି।