ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ ଆସି ପ୍ରାର୍ଥୀମାନେ ନାମାଙ୍କନ ଭରିଛନ୍ତି। ଏହି ସମୟରେ ଢୋଲ ନିଶାନ ତ କେଉଁଠି ଘୁମୁରା, ଘଣ୍ଟା ମୃଦଙ୍ଗରେ ପରିବେଶ କମ୍ପିଥିଲା। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ମଧ୍ୟ ନିର୍ବାଚନୀ ତାତି ଦେଖିବାକୁ ମିଳିଥିଲା। ଛାତ୍ର ସଂସଦ ନିର୍ବାଚନ ପାଇଁ ଶକୁବ୍ରାର ସକାଳ ୧୦ଟାରୁ ୧ଟା ଯାଏ ନାମାଙ୍କନ ଦାଖଲ ହୋଇଥିଲା। ଦିନ ୨ଟାରୁ ୪ଟା ଯାଏ ପ୍ରାର୍ଥିପତ୍ର ଯାଞ୍ଚ ହେବ। ଏହାପରେ ସ୍ଯଯଯା ୫ଟା ସୁଦ୍ଧା ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଶନିବାର ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାର ସୁଯୋଗ ମିଳିବ। ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।