ନିର୍ମଳାଙ୍କ ସହ ମତଭେଦରୁ ପଦ ଛାଡିଥିଲେ ସୁଭାଷ ଗର୍ଗ

ମୁମ୍ବାଇ: ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ କାହିଁକି ଏଭଳି ନିଷ୍ପତ୍ତି ନେଇଥିଲେ ସେ ସମ୍ପର୍କରେ ଶନିବାର ଏକ ବ୍ଲଗ୍‌ ଲେଖାରେ ବଡ ଖୁଲାସା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସହ ତାଙ୍କର ଭଲ ସମ୍ପର୍କ ନ ଥିଲା। ମତଭେଦ କାରଣରୁ ଗର୍ଗ ନିଜ ପଦବୀ ଛାଡିଥିବା ଆରୋପ ଲଗାଇଛନ୍ତି। ଏଭଳି ବିଭିନ୍ନ କାରଣ ଯୋଗୁ ତାଙ୍କ ଅନିଚ୍ଛା ସତ୍ତ୍ୱେ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେବାକୁ ବାଧ୍ୟ ହେଲେ ବୋଲି ସେ ବ୍ଲଗ୍‌ ପୋଷ୍ଟରେ କହିଛନ୍ତି। ତାଙ୍କୁ ୨୦୧୯ ଜୁଲାଇରେ ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ପଦବୀରୁ ବିଜୁଳି ମନ୍ତ୍ରଣାଳୟର ସଚିବ ଭାବେ ଅବସ୍ଥାପିତ କରାଗଲା। ଏହା ପରେ ସେ ଭିଆର୍‌ଏସ୍‌ ଲାଗି ଆବେଦନ କରିଥିଲେ। ୨୦୧୯ ଅକ୍ଟୋବର ୧୯ରେ ତାଙ୍କୁ କାର୍ଯ୍ୟମୁକ୍ତ କରାଯାଇଥିଲା। ଗର୍ଗ ବ୍ଲଗ୍‌ରେ କହିଛନ୍ତି, ସୀତାରାମନ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ହିଁ ଗୋଟିଏ ମାସ ଭିତରେ ହିଁ ଅର୍ଥ ସଚିବ ପଦବୀ ତାଙ୍କୁ ଟ୍ରାନ୍ସଫର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଯଦି ଇସ୍ତଫା ଦେଇ ନ ଥାନ୍ତେ ତେବେ ୨୦୨୦ ଅକ୍ଟୋବର ୩୧ ତାଙ୍କର ଶେଷ କାର୍ଯ୍ୟ ଦିବସ ହୋଇଥାନ୍ତା ବୋଲି ଲେଖାରେ ଗର୍ଗ ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ସହ ଭଲ ଏବଂ ଏକ ପ୍ରଭାବଶାଳୀ ସମ୍ପର୍କ ରହି ନ ଥିଲା। ଫଳରେ ସେ ଅର୍ଥ ମନ୍ତ୍ରଣାଳୟ ବାହାରେ ଅନ୍ୟ କୌଣସି ମନ୍ତ୍ରଣାଳୟରେ ଆଉ କାମ କରିବାକୁ ଚାହିଁଲେ ନାହିଁ। ୨୦୧୯ ସାଧାରଣ ନିର୍ବାଚନ ପରେ ସୀତାରାମନ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଲେ। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିଲା ବୋଲି ଗର୍ଗ କହିଛନ୍ତି। ମାତ୍ର ସୀତାରାମନଙ୍କ ସହ ତାଙ୍କର ସେଭଳି କୌଣସି ତାଳମେଳ ରହିିପାରିଲା ନାହିଁ। ଅର୍ଥମନ୍ତ୍ରୀ ତାଙ୍କ ସହ କାମ କରିବା ସ୍ଥିତିରେ ନ ଥିଲେ। ଆର୍‌ବିଆଇର ଆର୍ଥତ୍କ ପୁଞ୍ଜିଗତ ଢାଞ୍ଚା, ଏନ୍‌ବିଏଫ୍‌ସି ସମସ୍ୟା ଲାଗି ପ୍ୟାଜେକ, ଆଂଶିକ କ୍ରେଡିଟ ଗ୍ୟାରେଣ୍ଟିଂ ଯୋଜନା ଏବଂ ଏନ୍‌ବିଏଫ୍‌ସିକୁ ପୁଞ୍ଜି ଯୋଗାଣ ଭଳି ବିଭିନ୍ନ ପ୍ରସଙ୍ଗରେ ଅର୍ଥମନ୍ତ୍ରୀଙ୍କ ସହ ତାଙ୍କର ମତଭେଦ ରହିଥିଲା ବୋଲି ଗର୍ଗ ପ୍ରକାଶ କରିଛନ୍ତି।
ଏଭଳି ବିଭିନ୍ନ ପ୍ରସଙ୍ଗ ବ୍ୟକ୍ତିଗତ ସମ୍ପର୍କ ଉପରେ ପ୍ରଭାବ ପକାଇଲା। ସ୍ଥିତି ବିଗିଡିବାକୁ ଠିକ୍‌ ଭାବେ କାମ କରିବା ସହଜ ହେଲା ନାହିଁ। ଫଳରେ ବିଭିନ୍ନ ଦିଗକୁ ବିଚାରକରି ସେ ଭିଆର୍‌ଏସ୍‌ ନେବାକୁ ନିଷ୍ପତ୍ତି ନେଲେ। ଲକ୍‌ଡାଉନ ଋଣନୀତି ଠିକ୍‌ ନ ହେବାରୁ ଅର୍ଥ ବ୍ୟବସ୍ଥାକୁ ଚଳିତ ବର୍ଷ ୨୦ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିବ ବୋଲି କିଛିଦିନ ପୂର୍ବରୁ ଗର୍ଗ କହିଛନ୍ତି। ଲକ୍‌ଡାଉନ ଯୋଗୁ କରୋନା ବ୍ୟାପିବା କମିଛି ମାତ୍ର କ୍ଷତି ପରିମାଣ ମାତ୍ରାଧିକ ରହିଛି। ଆତ୍ମନିର୍ଭର ପ୍ୟାକେଜର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳିନାହିଁ ବୋଲି ସେ ମତ ରଖିଛନ୍ତି। ଏମ୍‌ଏସ୍‌ଏମ୍‌ଇ ଏବଂ ରୋଜଗାର ହରାଇଥିବା ବ୍ୟକ୍ତିବିଶେଷଙ୍କୁ ସହାୟତା ପ୍ରଦାନ କରିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ଢାଞ୍ଚାଗତ କ୍ଷେତ୍ରରେ ନିବେଶ ବୃଦ୍ଧି, ୭.୫ କୋଟି ଏମ୍‌ଏସ୍‌ଏମ୍‌ଇକୁ ସୁବିଧା ସୁଯୋଗ ଦେବା ଉପରେ ସେ ବ୍ଲଗ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri