ନିର୍ମଳାଙ୍କ ସହ ମତଭେଦରୁ ପଦ ଛାଡିଥିଲେ ସୁଭାଷ ଗର୍ଗ

ମୁମ୍ବାଇ: ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ କାହିଁକି ଏଭଳି ନିଷ୍ପତ୍ତି ନେଇଥିଲେ ସେ ସମ୍ପର୍କରେ ଶନିବାର ଏକ ବ୍ଲଗ୍‌ ଲେଖାରେ ବଡ ଖୁଲାସା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସହ ତାଙ୍କର ଭଲ ସମ୍ପର୍କ ନ ଥିଲା। ମତଭେଦ କାରଣରୁ ଗର୍ଗ ନିଜ ପଦବୀ ଛାଡିଥିବା ଆରୋପ ଲଗାଇଛନ୍ତି। ଏଭଳି ବିଭିନ୍ନ କାରଣ ଯୋଗୁ ତାଙ୍କ ଅନିଚ୍ଛା ସତ୍ତ୍ୱେ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେବାକୁ ବାଧ୍ୟ ହେଲେ ବୋଲି ସେ ବ୍ଲଗ୍‌ ପୋଷ୍ଟରେ କହିଛନ୍ତି। ତାଙ୍କୁ ୨୦୧୯ ଜୁଲାଇରେ ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ପଦବୀରୁ ବିଜୁଳି ମନ୍ତ୍ରଣାଳୟର ସଚିବ ଭାବେ ଅବସ୍ଥାପିତ କରାଗଲା। ଏହା ପରେ ସେ ଭିଆର୍‌ଏସ୍‌ ଲାଗି ଆବେଦନ କରିଥିଲେ। ୨୦୧୯ ଅକ୍ଟୋବର ୧୯ରେ ତାଙ୍କୁ କାର୍ଯ୍ୟମୁକ୍ତ କରାଯାଇଥିଲା। ଗର୍ଗ ବ୍ଲଗ୍‌ରେ କହିଛନ୍ତି, ସୀତାରାମନ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ହିଁ ଗୋଟିଏ ମାସ ଭିତରେ ହିଁ ଅର୍ଥ ସଚିବ ପଦବୀ ତାଙ୍କୁ ଟ୍ରାନ୍ସଫର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଯଦି ଇସ୍ତଫା ଦେଇ ନ ଥାନ୍ତେ ତେବେ ୨୦୨୦ ଅକ୍ଟୋବର ୩୧ ତାଙ୍କର ଶେଷ କାର୍ଯ୍ୟ ଦିବସ ହୋଇଥାନ୍ତା ବୋଲି ଲେଖାରେ ଗର୍ଗ ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ସହ ଭଲ ଏବଂ ଏକ ପ୍ରଭାବଶାଳୀ ସମ୍ପର୍କ ରହି ନ ଥିଲା। ଫଳରେ ସେ ଅର୍ଥ ମନ୍ତ୍ରଣାଳୟ ବାହାରେ ଅନ୍ୟ କୌଣସି ମନ୍ତ୍ରଣାଳୟରେ ଆଉ କାମ କରିବାକୁ ଚାହିଁଲେ ନାହିଁ। ୨୦୧୯ ସାଧାରଣ ନିର୍ବାଚନ ପରେ ସୀତାରାମନ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଲେ। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିଲା ବୋଲି ଗର୍ଗ କହିଛନ୍ତି। ମାତ୍ର ସୀତାରାମନଙ୍କ ସହ ତାଙ୍କର ସେଭଳି କୌଣସି ତାଳମେଳ ରହିିପାରିଲା ନାହିଁ। ଅର୍ଥମନ୍ତ୍ରୀ ତାଙ୍କ ସହ କାମ କରିବା ସ୍ଥିତିରେ ନ ଥିଲେ। ଆର୍‌ବିଆଇର ଆର୍ଥତ୍କ ପୁଞ୍ଜିଗତ ଢାଞ୍ଚା, ଏନ୍‌ବିଏଫ୍‌ସି ସମସ୍ୟା ଲାଗି ପ୍ୟାଜେକ, ଆଂଶିକ କ୍ରେଡିଟ ଗ୍ୟାରେଣ୍ଟିଂ ଯୋଜନା ଏବଂ ଏନ୍‌ବିଏଫ୍‌ସିକୁ ପୁଞ୍ଜି ଯୋଗାଣ ଭଳି ବିଭିନ୍ନ ପ୍ରସଙ୍ଗରେ ଅର୍ଥମନ୍ତ୍ରୀଙ୍କ ସହ ତାଙ୍କର ମତଭେଦ ରହିଥିଲା ବୋଲି ଗର୍ଗ ପ୍ରକାଶ କରିଛନ୍ତି।
ଏଭଳି ବିଭିନ୍ନ ପ୍ରସଙ୍ଗ ବ୍ୟକ୍ତିଗତ ସମ୍ପର୍କ ଉପରେ ପ୍ରଭାବ ପକାଇଲା। ସ୍ଥିତି ବିଗିଡିବାକୁ ଠିକ୍‌ ଭାବେ କାମ କରିବା ସହଜ ହେଲା ନାହିଁ। ଫଳରେ ବିଭିନ୍ନ ଦିଗକୁ ବିଚାରକରି ସେ ଭିଆର୍‌ଏସ୍‌ ନେବାକୁ ନିଷ୍ପତ୍ତି ନେଲେ। ଲକ୍‌ଡାଉନ ଋଣନୀତି ଠିକ୍‌ ନ ହେବାରୁ ଅର୍ଥ ବ୍ୟବସ୍ଥାକୁ ଚଳିତ ବର୍ଷ ୨୦ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିବ ବୋଲି କିଛିଦିନ ପୂର୍ବରୁ ଗର୍ଗ କହିଛନ୍ତି। ଲକ୍‌ଡାଉନ ଯୋଗୁ କରୋନା ବ୍ୟାପିବା କମିଛି ମାତ୍ର କ୍ଷତି ପରିମାଣ ମାତ୍ରାଧିକ ରହିଛି। ଆତ୍ମନିର୍ଭର ପ୍ୟାକେଜର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳିନାହିଁ ବୋଲି ସେ ମତ ରଖିଛନ୍ତି। ଏମ୍‌ଏସ୍‌ଏମ୍‌ଇ ଏବଂ ରୋଜଗାର ହରାଇଥିବା ବ୍ୟକ୍ତିବିଶେଷଙ୍କୁ ସହାୟତା ପ୍ରଦାନ କରିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ଢାଞ୍ଚାଗତ କ୍ଷେତ୍ରରେ ନିବେଶ ବୃଦ୍ଧି, ୭.୫ କୋଟି ଏମ୍‌ଏସ୍‌ଏମ୍‌ଇକୁ ସୁବିଧା ସୁଯୋଗ ଦେବା ଉପରେ ସେ ବ୍ଲଗ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri