ନିର୍ବାଚନ ରଣାଙ୍ଗନରେ ୭୭ ବର୍ଷୀୟ ସୁବାସ

ଆରଡ଼ି, ୩୧।୧ (ଡି.ଏନ.ଏ.) ଅର୍ଥ ନୁହେଁ ପ୍ରାର୍ଥୀଙ୍କୁ ଦେଖନ୍ତୁ, ବକ୍ତବ୍ୟ ନୁହେଁ ବ୍ୟକ୍ତିଙ୍କୁ ଦେଖନ୍ତୁ, ଚିତ୍ର ନୁହେଁ ଚରିତ୍ର ଦେଖନ୍ତୁ। ଏଭଳି ଲେଖାଥିବା ପୁସିଂ କାର୍ଡ ଧରି ଘରକୁ ଘର ବୁଲୁଛନ୍ତି ସରପଞ୍ଚ ପ୍ରାର୍ଥୀ ୭୭ ବର୍ଷୀୟ ସୁବାସ ଚନ୍ଦ୍ର ନାୟକ। କେବଳ ସେତିକି ନୁହେଁ ପୋଷ୍ଟରରେ ନିଜ ଫଟୋ ସହ ତାଙ୍କ ଗଡ୍‌ଫାଦର ବିଜୁ ପଟ୍ଟନାୟକଙ୍କ ଫଟୋ ମଧ୍ୟ ରଖିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତରେ ସେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେବା କରିବାର ଅଭିପ୍‌ସା ରଖି ସେ ଭୋଟରଙ୍କୁ ଭେଟୁଛନ୍ତି।
ଏକଦା ଜନତା ଦଳରେ ସେ ଜଣେ ଟାଣୁଆ ନେତା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ବିଜୁ ପଟ୍ଟନାୟକ ତାଙ୍କ ପ୍ରତିଭାକୁ ଚିହ୍ନିଥିବା ସେ କହନ୍ତି। ବିଜୁବାବୁ ଗଲା ପରେ ନିଜେ କୟଁାଗୋଲାଠାରେ ବୈତରଣୀ ନଦୀପଠାରେ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏପରିକି ନିଜ ସାନପୁଅଙ୍କ ନଁା ବିଜୁ ପଟ୍ଟ ରଖିଛନ୍ତି। ଏବେ ତାଙ୍କୁ ଦଳ ପକ୍ଷରୁ ଅଣଦେଖା କରାଯାଇଥିବା ସେ କହିଛନ୍ତି। ଏବେ ବିଜେଡିର ଯେଉଁମାନେ ଉକ୍ତ ପଞ୍ଚାୟତରେ ନେତୃତ୍ୱ ନେଉଛନ୍ତି, ସେମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଯାହାଙ୍କର ୩ ମହଲା କୋଠା ଅଛି ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି। ଯେଉଁମାନଙ୍କର ଚଳିବାର ସାମର୍ଥ୍ୟ ରହିଛି, ସେମାନଙ୍କୁ ରାଶନ କାର୍ଡ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ନିର୍ବାଚନରେ ଜିତିଲେ ସାଧାରଣ ଲୋକଙ୍କ ସେବା କରିବାର ସଂକଳ୍ପ ନେଇଥିବା ସୁବାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?