ଶୁଭମିତ୍ରା ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ ନୂଆ ତଥ୍ୟ, ପ୍ରଥମ ସ୍ତ୍ରୀଙ୍କୁ ବି ହତ୍ୟା କରିଥିଲେ ଦୀପକ, ପୋଲିସ କହିଲା…

ଭୁବନେଶ୍ୱର,୧୮ା୯: ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ପୁଣି ଏକ ନୂଆ ମୋଡ଼ ଆସିଛି। ଅଭିଯୁକ୍ତ ଦୀପକ ରାଉତ ତାଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କୁ ମଧ୍ୟ ହତ୍ୟା କରିଥିଲେ। ମୃତ୍ୟୁର ୩ ବର୍ଷ ପରେ ମୁହଁ ଖୋଲିଛନ୍ତି ପ୍ରଥମ ସ୍ତ୍ରୀଙ୍କ ପରିବାର ଲୋକେ।

ମୃତ ଅପର୍ଣ୍ଣାଙ୍କ ମାଆ କହିଛନ୍ତି, ତାଙ୍କ ଝିଅକୁ ଦୀପକ ମାରି ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ସବୁବେଳେ କଳିକଜିଆ ଲାଗେ। ଦୀପକ ମୋ’ ଝିଅକୁ ନିର୍ଯାତନା ଦିଅନ୍ତି ବୋଲି ଅପର୍ଣ୍ଣାଙ୍କ ମାଆ କହିଛନ୍ତି। ସେ କହିଛନ୍ତି, ସେତେବେଳେ ଆମ ପାଖରେ ବଳ ନ ଥିଲା। ଲୋକ ବଳ ବି ନ ଥିଲା। ପରିସ୍ଥିତି ଖରାପ ଥିଲା। ତେଣୁ ତଦନ୍ତ ହୋଇପାରିଲାନି। କାଲିର ଘଟଣା ପରେ ଭାବୁଛୁ ଆମ ଝିଅକୁ ଦୀପକ ହିଁ ମାରିଛି। ନିଜେ ମାରି ଦୁର୍ଘଟଣା କଥା କହୁଛି। ଆମକୁ ନ୍ୟାୟ ମିଳୁ ବୋଲି ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ ବି କହିଛନ୍ତି।

ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ  ଦୀପକଙ୍କ ଅଡୁଆ ବଢ଼ିପାରେ। ଦୀପକଙ୍କୁ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା ଦେଇଛି। କମିଶନରେଟ୍ ପୋଲିସ ସହ ଯୋଗାଯୋଗରେ ଅଛୁ, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି, ଦୀପକ ଉପରେ ନଜର ରଖିଛୁ। ଯଦି କିଛି ତଥ୍ୟ ମିଳେ, ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ୨୦୨୨ରେ ଦୀପକଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା। ଖୁଣ୍ଟୁଣିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହିଥିଲେ ଦୀପକ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଟ୍ରାଫିକ୍‌ ମହିଳା କନଷ୍ଟେବଳ ଶୁଭମିତ୍ରା ନିଖୋଜ ଘଟଣାର ବୁଧବାର ପର୍ଦ୍ଦାଫାଶ ହୋଇଛି। ଶୁଭମିତ୍ରାଙ୍କୁ ଭୁବନେଶ୍ୱରରେ ତଣ୍ଟିଚିପି ହତ୍ୟା ପରେ କେନ୍ଦୁଝର ଜିଲା ଘଟଗାଁ ନିକଟ ଜଙ୍ଗଲରେ ପୋତି ଦିଆଯାଇଥିଲା। ଏହି ଘଟଣା ଘଟାଇଥିଲେ ତାଙ୍କ ସ୍ବାମୀ(୨୦୨୪ ଜୁଲାଇ ୨୩ରେ କୋର୍ଟରେ ବିବାହିତ) ତଥା କନ୍‌ଷ୍ଟେବଳ ଦୀପକ ରାଉତ। ଶୁଭମିତ୍ରାଙ୍କ ତଣ୍ଟିଚିପି ହତ୍ୟା ପଛରେ ଟଙ୍କା କାରବାର ବଡ଼ କାରଣ ବୋଲି କୁହାଯାଉଛି। ପୋଲିସ ସୂଚନାମୁତାବକ ଉଭୟଙ୍କ ବିବାହ ଉପଲକ୍ଷେ ହେବାକୁ ଥିବା ଉତ୍ସବ ପାଇଁ ଶୁଭମିତ୍ରା ଦୀପକଙ୍କଠାରୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥିରୁ ବିବାଦ ଘଟି ଦୀପକ ତାଙ୍କୁ ହତ୍ୟା କରିଥିଲେ। ଅନ୍ୟପକ୍ଷରେ ଦୀପକଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଇନ୍‌ସ୍ୟୁରାନ୍ସ ବାବଦରେ କୁଆଡ଼େ ୧ କୋଟି ଟଙ୍କା ପାଇଥିଲେ। ଏହି ଇନ୍‌ସ୍ୟୁରାନ୍ସ ଟଙ୍କା ଉପରେ ଶୁଭମିତ୍ରାଙ୍କ ଦୃଷ୍ଟି ଥିବାରୁ ତାଙ୍କ ଜୀବନ ନେବାକୁ ଦୀପକ ପଛାଇ ନ ଥିଲେ ବୋଲି କୁହାଯାଉଛି। ସେହିପରି ଶୁଭମିତ୍ରାଙ୍କଠାରୁ ଦୀପକ ୧୦ ଲକ୍ଷ ଟଙ୍କା ନେଇ ଫେରାଇ ନ ଥିଲେ। ସେହି ଟଙ୍କା ମାଗିବାରୁ ଦୀପକ ଏହି ଘଟଣା ଘଟାଇଥିବା କୁହାଯାଉଛି। ଏନେଇ ତଦନ୍ତ ଚାଲିଥିବା ପୋଲିସ କମିଶନର ଏସ୍‌.ଦେବଦତ୍ତ ସିଂହ କହିଛନ୍ତି।
ପୋଲିସ ସୂଚନା ମୁତାବକ ଶୁଭମିତ୍ରାଙ୍କୁ ଦୀପକ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଭୁବନେଶ୍ୱରରୁ କାର୍‌ ଯୋଗେ ଘଟଗାଁ ନେଇ ସେଠାରେ ଏକ ଜଙ୍ଗଲରେ ଜଣେ ସମ୍ପର୍କୀୟ ଭାଇଙ୍କ ସହଯୋଗରେ ମାଟି ତଳେ ପୋତିଥିଲେ। ଶୁଭମିତ୍ରା ନିଖୋଜ ହେବାର ୧୧ଦିନ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସ୍ବୀକାର କରିଛନ୍ତି ଖୋଦ୍‌ ହତ୍ୟାକାରୀ ସ୍ବାମୀ ଦୀପକ। କମିଶନରେଟ୍‌ ପୋଲିସ ଶୁଭମିତ୍ରାଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ

ସହ କମିଶନରେଟ୍‌ ପୋଲିସ ମୁଖ୍ୟାଳୟର ଆକାଉଣ୍ଟ ସେକ୍ସନରେ କାମ କରୁଥିବା କନ୍‌ଷ୍ଟେବଲ ଦୀପକଙ୍କୁ ଜେରା କରିବା ପରେ ସେ ଗୋଟି ଗୋଟି କରି ସତ ମାନିଛନ୍ତି। କମିଶନରେଟ ପୋଲିସର ଏକ ଟିମ୍‌ ବୁଧବାର ଦୀପକଙ୍କୁ କେନ୍ଦୁଝର ଘଟଗାଁ ନିକଟ ଜଙ୍ଗଲକୁ ନେଇ ମାଟିଖୋଳି ଶୁଭମିତ୍ରାଙ୍କ ମୃତଦେହ ଜବତ କରିଛି। ଯାଜପୁର ଜିଲା ଟମ୍‌କା ଥାନା ଅନ୍ତର୍ଗତ ବାଙ୍ଗରପଟା ଗ୍ରାମରେ ଦୀପକଙ୍କ ଘର ହୋଇଥିବାବେଳେ ସେ ପୂର୍ବରୁ ଅନ୍ୟଜଣଙ୍କୁ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦୀପକ ଇନ୍‌ସ୍ୟୁରାନ୍ସ ବାବଦ ୧ କୋଟି ଟଙ୍କା ପାଇଥିଲେ। ଉକ୍ତ ଇନ୍ସ୍ୟୁରାନ୍ସ ଟଙ୍କାକୁ ନେଇ ଶୁଭମିତ୍ରା ଓ ଦୀପକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଶୁଭମିତ୍ରା ଏବଂ ଦୀପକଙ୍କ ଆକାଉଣ୍ଟ ଯାଞ୍ଚ ଏବଂ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ କମିଶନର କହିଛନ୍ତି। ଏନେଇ କ୍ୟାପିଟାଲ ଥାନା ପକ୍ଷରୁ ଏକ ହତ୍ୟା ମାମଲା (ନଂ.୫୩୫/୨୦୨୫) ରୁଜୁ କରାଯାଇ ଅଧିକ ଖୋଳତାଡ଼ କରାଯାଇଛି। ଦୀପକଙ୍କୁ ସହଯୋଗ କରିଥିବା ଅଭିଯୋଗରେ ସମ୍ପର୍କୀୟ ଭାଇ ପପୁ ଭୂୟାଁ ଓ ତାଙ୍କ ସାଙ୍ଗ ଜଟଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଉଭୟଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ଆଗକୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସିପି ଦେବଦତ୍ତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ, ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଏହି ବିଭାଗର…

ଭୁବନେଶ୍ୱର,୩୧ା୧: ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri