ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା: ଜାଣନ୍ତୁ ଘରେ ବସି କେମିତି କରିବେ ଚେକ୍‌

ଯାଜପୁର,୮।୨: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା ।ସୁଭଦ୍ରା ଯୋଜନାରେ ଶନିବାର ୧୮ ଲକ୍ଷ ମହିଳାଙ୍କୁ ଏହି ଟଙ୍କା ଦିଆଯାଇଛି। ଯାଜପୁରରେ ଆଯୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି। ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିଛନ୍ତି।
ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ। ଏହାସହ ଯେଉଁମାନେ ଏନ୍‌ପିସିଆଇରେ ରହିଯିବେ, ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ବଲପୁରରେ ସୂଚନା ଦେଇଛନ୍ତି।

ପୂର୍ବ ପର୍ଯ୍ୟାୟ ଗୁଡିକରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଆସିଥିଲେ ବି ମୋବାଇଲକୁ କୌଣସି ମେସେଜ ଆସି ନ ଥିଲା। ଏ ନେଇ ଅନେକ ହିତାଧିକାରୀ ବ୍ୟସ୍ତ ହୋଇପଡିଥିଲେ । ଅଧିକାଂଶଙ୍କ ପାଖରେ ଫୋନରେ ୟୁପିଆଇ ବ୍ୟବସ୍ଥା ନ ଥିବା ହେତୁ ଟଙ୍କା ଆସିଛି କି ନାହିଁ ସେମାନେ ସ୍ପଷ୍ଟ ହୋଇପାରୁନଥିଲେ । କେଉଁଠି କେଉଁଠି ବ୍ୟାଙ୍କ କିମ୍ବା ଏଟିଏମ ଯାଇ ତୁରନ୍ତ ଚେକିଂ କରିବାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ନାହିଁ । ଏପରି କ୍ଷେତ୍ରରେ କେମିତି ଜାଣିବେ ଟଙ୍କା ଆପଣଙ୍କ ଖାତାକୁ ଆସିଛି କି ନାହିଁ ଜାଣନ୍ତୁ ..

ଟଙ୍କା ଆସିଛି କି ନାହଁ ଜାଣିବା ପାଇଁ ସରକାରୀ ୱେବସାଇଟ ସୁଭଦ୍ରା ପୋର୍ଟାଲକୁ ଯାଆନ୍ତୁ। ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ଣ୍ଣରରେ ଆବେଦନ ସ୍ଥିତି ଉପରେ କ୍ଲିକ କରନ୍ତୁ । ତାପରେ ଆପଣ ସାମ୍ନାରେ ଏକ ବକ୍ସ ଖୋଲିବ, ଯେଉଁଥିରେ ଆପଣଙ୍କୁନ ନିଜର ଆଧାର ନଂ ଦାଖଲ କରିବାକୁ ପଡ଼ିବ।

ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ଣ୍ଣରରେ ଆବେଦନ ସ୍ଥିତି ଉପରେ କ୍ଲିକ କରନ୍ତୁ । ତାପରେ ଆପଣ ସାମ୍ନାରେ ଏକ ବକ୍ସ ଖୋଲିବ, ଯେଉଁଥିରେ ଆପଣଙ୍କୁନ ନିଜର ଆଧାର ନଂ ଦାଖଲ କରିବାକୁ ପଡ଼ିବ ।

ଏକ ପୃଷ୍ଠା ଖୋଲିବ ଯେଉଁଥିରେ ହିତାଧିକାରୀଙ୍କ ବିବରଣୀ ଦେଖାଯିବ । ତଳେ ଏକ ବକ୍ସ, ଇ କେୱାଇସି ଷ୍ଟାଟସ, ଇ କେୱାଇସି ପ୍ରକାର, ସୱୀକୃତି ସ୍ଥିତି, ପେମେଣ୍ଟ ସ୍ଥିତି ଦେଖାଯିବ ।

 


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?