ମୁକୁଳା ନଦୀବନ୍ଧ, ତଳିଆ ଅଞ୍ଚଳ ଜଳମଗ୍ନ

ବାଲିଆପାଳ, ୭।୧୦(ଗୋପାଳ ଚନ୍ଦ୍ର ସାହୁ): ଗୁରୁବାରଠାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି। ବନ୍ୟାଜଳ ରାଜଘାଟଠାରେ ସନ୍ଧ୍ୟା ସୁଦ୍ଧା ବିପଦସଂକେତଠାରୁ ବହୁ ତଳେ ଅର୍ଥାତ ୯.୩୫ ମିଟରରେ ରହିଛି। ମାତ୍ର ମୁକୁଳା ନଦୀବନ୍ଧ ପାଇଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ତେବେ ଯଦି ଝାଡ଼ଖଣ୍ଡ ଗାଲୁଡ଼ିହି ଡ୍ୟାମ୍‌ ଏହିପରି ବାରମ୍ବାର ଗେଟ୍‌ ଖୋଲି ପାଣି ଛାଡ଼ିବ ତେବେ ଅଧିକ ଦିନ ପାଣି ବୁଡ଼ି ରହିଲେ ବାଲିଆପାଳ ବ୍ଲକର ବହୁ ଅଞ୍ଚଳରେ ଧାନ ଫସଲ ସହ ସମସ୍ତ ପନିପରିବା ପଚି ନଷ୍ଟ ହେବାର ଆଶଙ୍କା କରାଯାଇଛି।
କିଛି ଦିନ ହେବ ଲଗାତାର ଭାବରେ ବର୍ଷା ପରେ ଝାଡ଼ଖଣ୍ଡର ଗାଲୁଡ଼ିହି ଡ୍ୟାମ୍‌ ପାଣି ଛାଡ଼ିଦେବା ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳ ବିଷ୍ଣୁପୁର, ନୟାବାଲି, ଇକଡ଼ପାଳ, ରସଲପୁର, ରାଉତ୍ରାପୁର, ଜାମକୁଣ୍ଡା ପଞ୍ଚାୟତର ତାଳପଦା, କୁହ୍ଲାଚଡ଼, ଲଖପାଳ, ପାଳଜାମକୁଣ୍ଡା, କାଳରୁଇ ଓ ବାଲିଆପାଳ ପଞ୍ଚାୟତର ତଳବାଲିଆପାଳ, ସୁଙ୍ଗମୁହଁ, କୁଦମାନସିଂହ, ଆଠବାଟିଆ ମଧୁପୁରା ପଞ୍ଚାୟତର ଚଡ଼ବସ୍ତ କାଳରୁଇ, ଚୌଧୁରୀକୁଦ ସେହିପରି ଅସ୍ତି ପଞ୍ଚାୟତ ପାଳଚମ୍ପେଇ ଶରଧାରସାହି, ଚଡ଼ବଢ଼ାପାଳ, ସୁର୍ଯାପୁର, କଣ୍ଟାବଣି ଆଦି ଗ୍ରାମଗୁଡ଼ିକରେ ବନ୍ୟା ପାଣି ପଶିଛି। ବାଲିଆପାଳ ବିଷ୍ଣୁପୁର ରାସ୍ତାର ତଳବାଲିଆପାଳଠାରେ ଚଟାଣରେ ୩ ଫୁଟ ଉପରେ ବନ୍ୟା ପାଣି ଚାଲିଛି। ସେହିପରି ପଞ୍ଚରୁଖିଠାରୁ ଚୌଧୁରୀକୁଦ ଗ୍ରାମକୁ ଯାଇ ଥିବା ରାସ୍ତା ଉପରେ ୨/୩ ଫୁଟ୍‌ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଉଭୟ ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି। ଏଠାରେ ୨୦୧୫ ମସିହା ବନ୍ୟାରେ ଏହି ରାସ୍ତାରେ ଚୌଧୁରୀକୁଦ ଗ୍ରାମର ୨ଜଣ ଯୁବକ ପାଣିରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ବନ୍ୟା ପରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଏହି ଗ୍ରାମକୁ ଆସି ଏଠାରେ ଏକ ବିଜୁ ସେତୁ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୮ବର୍ଷ ପରେ ବି ବିଜୁ ସେତୁ ସ୍ବପ୍ନରେ ରହିଗଲା। ଲୋକମାନେ ପୂର୍ବପରି ପାଣିରେ ପଶି ଯା’ଆସ କରୁଛନ୍ତି। ଲୋକଙ୍କ ସମସ୍ୟା ବଦଳିଲା ନାହିଁ। ଏବେ ସୁବର୍ଣ୍ଣରେଖା ନଦୀବନ୍ଧ ସବୁଠି ମୁକୁଳା ଥିବାରୁ ନଦୀକୁ ବନ୍ୟା ପାଣି ଆସିବା ମାତ୍ରେ ନଦୀ କୁଳିଆ ଗ୍ରାମ ଗୁଡ଼ିକରେ ପାଣି ପଶିଛି। ତେବେ ଯଦି ବନ୍ୟା ପାଣି ଅଧିକ ଆସେ ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri