ସୁବର୍ଣ୍ଣରେଖାର ୪ ବାଲି ସଇରାତ ବନ୍ଦ

ଜଳେଶ୍ୱର, ୨ା୧୧(ରବିନାରାୟଣ ପାତ୍ର) ଏନ୍‌ଜିଟିର ରୋକ ଓ ଅନ୍ୟ ବିଭିନ୍ନ କାରଣରୁ ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଧୀନରେ ଥିବା ମୋଟ ୨୩ଟି ବାଲି ସଇରାତରୁ ଚଳିତବର୍ଷଠାରୁ ୪ଟିକୁ ବନ୍ଦ କରାଯାଇଛି। ନୂଆ ଆଇନ ଅନୁଯାୟୀ ୧୯ଟି ସଇରାତରୁ ବାଲି ଉତ୍ତୋଳନ ଲାଗି ଏବେ ରାଜସ୍ବ ବିଭାଗ ପରିବର୍ତ୍ତେ ଖଣିବିଭାଗ ତପତ୍ରତା ପ୍ରକାଶ କରିଛି। କିନ୍ତୁ ଆସନ୍ତା ଜାନୁୟାରୀଠାରୁ ବାଲି ଉତ୍ତୋଳନ ଲାଗି ଖଣି ବିଭାଗ ନିର୍ଦ୍ଦେଶ ଦେଇ ନ ପାରିଲେ ପୁଣି ଆସନ୍ତାବର୍ଷ ବାଲି ଉତ୍ତୋଳନ ସମ୍ଭବ ହୋଇପାରିବ ନାହିଁ। ଫଳରେ ଚୋରାବାଲି ଚାଲାଣକାରୀମାନେ ହଜାର ଯାନ ସାହାଯ୍ୟରେ ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଉତ୍ତୋଳନ କରିବା ଲାଗି ତପତ୍ର ହୋଇଉଠିବେ।
ବାଲି ସଇରାତଗୁଡିକୁ ତହସିଲ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ନିଲାମ ଦିଆଯାଇ ରାଜସ୍ବ ଆଦାୟ ହୋଇଆସୁଥିଲା। କିନ୍ତୁ ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଧୀନରେ ୨୩ଟି ବାଲି ସଇରାତ ରହିଥିବାରୁ ସେଗୁଡିକୁ ନିଲାମ ଦେଇ ଜଳେଶ୍ୱର ତହସିଲ କୋଟି କୋଟି ଟଙ୍କା ଆଦାୟ କରୁଥିଲା ା ଗତ ୫ବର୍ଷ ତଳେ ଏନ୍‌ଜିଟିରେ ଏହା ବିରୋଧରେ ମାମଲା ରୁଜୁ ହେବାରୁ ପଶ୍ଚିମବଙ୍ଗ ଓ ଓଡିଶା ସରକାର, ବାଲେଶ୍ୱର ତଥା ମେଦିନୀପୁର ଜିଳାପାଳଙ୍କୁ ବିଭିନ୍ନ ସମୟରେ ଭର୍ତ୍ସନା କରି ଆସୁଥିଲେ। ଦୀର୍ଘଦିନ ପରେ ଓଡିଶା ଓ ପଶ୍ଚିମବଙ୍ଗରେ ଥିବା ସୁବର୍ଣ୍ଣରେଖା ନଦୀର ସୀମା ଚିହ୍ନଟ ମଧ୍ୟ କରାଯାଇଛି।
ଅନ୍ୟପକ୍ଷରେ ନଦୀର ଗତିପଥ ପରିବର୍ତ୍ତନ ଯୋଗୁ ଚଳିତବର୍ଷଠାରୁ ମହମ୍ମଦନଗରପାଟଣା (କ), (ଖ), (ଗ), (ଘ) ୪ଟି ସଇରାତକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ସରକାରଙ୍କ ନୂତନ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ବ ବିଭାଗ ପରିବର୍ତ୍ତେ ଖଣି ବିଭାଗ ବାଲି ସଇରାତ ନିଲାମ ଦେବାକୁ ଥିବାରୁ ୧୯ଟି ସଇରାତ୍‌ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି।
ଚାଲନ୍ତି, ଶିଖରପୁର, ପଂଚୁଘଣ୍ଟାସ୍ଥିତ ରିଭରବ୍ଳକ (କ), (ଖ), ବାଲିକବାର୍ଡ, ପ୍ରହରାଜପୁର (କ), ଗୋବରଘଟା (ଦକ୍ଷିଣପ୍ରହରାଜପୁର), ମକରମପୁର, ଶେଖସରାଇ (କ),(ଖ), ମାକିଡିଆ (କ), (ଖ), (ଗ), ବିଳାସପୁର, ପ୍ରହରାଜପୁର(ଖ), ରାଜନଗର, ଗୋବର୍ଦ୍ଧନପୁର, ଚଣ୍ଡିବସ୍ତି, ବାଲିଆପାଳ ବାଲି ସଇରାତଗୁଡିକ ନିଲାମ ପାଇଁ ପ୍ରସ୍ତୁତ ହୋଇଛି। ଏଥିରୁ ଗୋବର୍ଦ୍ଧନପୁର ଓ ଶିଖରପୁର ୨ଟି ସଇରାତକୁ ନିଲାମ ଦିଆଯିବା ଲାଗି ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ରାଜନଗର ବାଲି ସଇରାତ ଲାଗି ପ୍ରଶାସନର ଜନଶୁଣାଣି କାର୍ଯ୍ୟ ଶେଷ ହୋଇଛି। ଏଥିଲାଗି ଖଣିବିଭାଗ ତପତ୍ର ଥିବା ବେଳେ ବରଡିହାଠାରେ ଏକ ମୋରମ ଖାଦାନ ନିଲାମ ଦିଆଯିବା ଲାଗି ବ୍ୟବସ୍ଥା ହୋଇଛି ା ଏସବୁ ବାଲି ସଇରାତଗୁଡିକ ଅତିଶୀଘ୍ର ନିଲାମ ଦିଆଯିବା ଲାଗି ବ୍ୟବସ୍ଥା ହେଲେ କେବଳ ଚୋରି ବନ୍ଦ ହେବ ତାହା ନୁହେଁ, ବିଭିନ୍ନ ସରକାରୀ ପ୍ରକଳ୍ପ, ବେସରକାରୀ ପ୍ରକଳ୍ପ କାର୍ଯ୍ୟ ଲାଗି କମ୍‌ ମୂଲ୍ୟରେ ବାଲି ପର୍ଯ୍ୟାପ୍ତ ମୂଲ୍ୟରେ ବାଲି ମିଳିପାରିବା ସହିତ ସାଧାରଣ ଗରିବ ଲୋକେ ପାଇଥିବା ଆବାସ ଯୋଜନାରେ ଘର ଯଥାଶୀଘ୍ର କରିପାରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri