ସୁବର୍ଣ୍ଣପୁର ରାଜନୀତିକୁ ଉଷ୍ମ କରିଛି ମେଣ୍ଟ ଚର୍ଚ୍ଚା

ସୋନପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ)ସାଧାରଣ ନିର୍ବାଚନକୁ ନେଇ ବାତାବରଣ ସରଗରମ ଥିବା ବେଳେ ଏବେ ମେଣ୍ଟ ଚର୍ଚ୍ଚା ସୁବର୍ଣ୍ଣପୁର ରାଜନୀତିକୁ ଆହୁରି ଉଷ୍ମ କରିଛି। ଯଦିଓ ମେଣ୍ଟର ରୂପରେଖ ସମ୍ପର୍କରେ ଚିତ୍ର କିଛି ସ୍ପଷ୍ଟ ହୋଇନି, କିନ୍ତୁ ଖୁବ୍‌ଶୀଘ୍ର ବିଜେଡି-ଭାଜପା ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଆଉ ଯଦି ମେଣ୍ଟ ହୁଏ, ଉଭୟ ଦଳରୁ ଆଶାୟୀ ଥିବା ଅନେକ ବଡ ନେତା ନିଜ ସ୍ଥିତି ନେଇ ଦୋଦୁଲ୍ୟମାନ ଅବସ୍ଥାରେ ଅଛନ୍ତି।
ଆସନ ବୁଝାମଣା ଅନୁସାରେ, ୨୦୦୦ ମସିହା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଓ କନ୍ଧମାଳ ଲୋକ ସଭା ଆସନ ବିଜେଡି ଭାଗରେ ପଡିଥିଲା। ସୁବର୍ଣ୍ଣପୁର ଜିଲାର ସୋନପୁର, ବୀରମହାରାଜପୁର ଓ ବିନିକା ବିଧାନସଭା ଆସନ ମଧ୍ୟ ବିଜେଡି ଭାଗରେ ପଡିଥିଲା। ଏହିସବୁ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୦୪ ମସିହାରେ ବିଜେଡି ବିନିକା ଓ ବୀରମହାରାଜପୁର ଆସନ ଜିତିଥିବା ବେଳେ ସୋନପୁର ଆସନରେ ହାରି ଯାଇଥିଲା। ୨୦୦୯ ସୀମା ପୁନନିର୍ଦ୍ଧାରଣ ପରେ ବିନିକା ଆସନ ବିଲୀନ ହୋଇ ଯାଇଥିଲା। ସେହିପରି ପୂର୍ବରୁ ଏହି ଜିଲା ଢେଙ୍କାନାଳ ଓ କନ୍ଧମାଳ ଲୋକ ସଭା କ୍ଷେତ୍ର ଅଧୀନରେ ଥିବା ବେଳେ ସୀମା ପୁନଃ ନିର୍ଦ୍ଧାରଣ ପରେ ବଲାଙ୍ଗୀର ଲୋକ ସଭା ଅଧୀନକୁ ଆସିଥିଲା। ଅନ୍ୟପକ୍ଷେ ୨୦୦୯ରେ ମେଣ୍ଟ ସରକାର ଭାଙ୍ଗିବା ପରେ ଜିଲାରେ ବଦଳି ଯାଇଥିଲା ରାଜନୈତିକ ସ୍ଥିତି। ବିଜେଡି ଓ ଭାଜପା ସୋନପୁର ଓ ବୀରମହାରାଜପୁର ଆସନରେ ନିଜର ପ୍ରାର୍ଥୀ ଦେଇଥିଲେ। ଏଥିରେ ବିଜେଡି ପୂର୍ବପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥିଲା,ମାତ୍ର ଭାଜପାକୁ କ୍ଷତି ସହିବାକୁ ପଡିଥିଲା। ଏମ୍‌ପି ଓ ବିଧାୟକ ଆସନ ବିଜେଡି ଜିତିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି କ୍ରମାଗତ ଜନମତ ହାସଲ କରି ପ୍ରତିପକ୍ଷ ଦଳକୁ ଏକପ୍ରକାର ଚକ୍‌ମା ଦେଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗୀର ଲୋକ ସଭା ଆସନ ଭାଜପା ଜିତିଥିଲା ବେଳେ ଦଳୀୟ ପ୍ରାର୍ଥତ୍ନୀ ସୁବର୍ଣ୍ଣପୁର ଜିଲାରୁ ବିଜେଡି ପ୍ରାର୍ଥୀଙ୍କ ଠାରୁ କମ୍‌ ଭୋଟ ପାଇଥିଲେ। ଜିଲାର ଦୁଇ ବିଧାନସଭା ଆସନ ସୋନପୁର ଓ ବୀରମହାରାଜପୁରରେ ବିଜେଡି ପୂର୍ବ ଭଳି ପୋଛି ନେଇଥିଲା। ତେବେ ଭାଜପା ବିଧାନସଭା ପ୍ରାର୍ଥୀ ପରିବର୍ତ୍ତନ କରି ନିଜର ଭୋଟ ହାର ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଉଭୟ ଦଳ ପରସ୍ପରକୁ ସବୁ ଆସନରେ କଡା ଟକ୍କର ଦେବା ଲାଗି ରଣନୀତି ପ୍ରସ୍ତୁତ କରିଥିବା ବେଳେ ଦଳୀୟ ନେତୃତ୍ୱ ବର୍ତ୍ତମାନ ମେଣ୍ଟ ଆଡକୁ ମୁହାଁଇବା ଦୁଇ ଦଳର ନେତା ଓ କର୍ମୀଙ୍କୁ ଅପ୍ରସ୍ତୁତ କରିଛି। ବିଜୟ ବ୍ୟବଧାନକୁ ଦେଖିଲେ ଜିଲାର ଦୁଇଟିଯାକ ବିଧାନସଭା ଆସନ ବିଜେଡି ଭାଗରେ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ବଲାଙ୍ଗୀର ଏମ୍‌ପି ଆସନ ଭାଜପା ଭାଗରେ ପଡିବା ନିଶ୍ଚିତ। ତେବେ ଉଭୟ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲାର ଗୋଟିଏ ଲେଖାଏ ବିଧାନସଭା ଆସନ ନିଜ ପାଖରେ ରଖିବାକୁ ନେତୃବୃନ୍ଦ ଆଶା ରଖିଛନ୍ତି। ବିଶେଷକରି ବିଜେଡିକୁ ଦୁଇଟି ଯାକ ଆସନ ମିଳିଲେ ଦୀର୍ଘବର୍ଷ ଧରି ସଂଗଠନ କରି ଆସୁଥିବା ଭାଜପା ନେତୃବୃନ୍ଦଙ୍କ ଭବିଷ୍ୟତ କ’ଣ ହେବ ସେ ନେଇ ଦଳରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri