ସୁବର୍ଣ୍ଣପୁର ରାଜନୀତିକୁ ଉଷ୍ମ କରିଛି ମେଣ୍ଟ ଚର୍ଚ୍ଚା

ସୋନପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ)ସାଧାରଣ ନିର୍ବାଚନକୁ ନେଇ ବାତାବରଣ ସରଗରମ ଥିବା ବେଳେ ଏବେ ମେଣ୍ଟ ଚର୍ଚ୍ଚା ସୁବର୍ଣ୍ଣପୁର ରାଜନୀତିକୁ ଆହୁରି ଉଷ୍ମ କରିଛି। ଯଦିଓ ମେଣ୍ଟର ରୂପରେଖ ସମ୍ପର୍କରେ ଚିତ୍ର କିଛି ସ୍ପଷ୍ଟ ହୋଇନି, କିନ୍ତୁ ଖୁବ୍‌ଶୀଘ୍ର ବିଜେଡି-ଭାଜପା ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଆଉ ଯଦି ମେଣ୍ଟ ହୁଏ, ଉଭୟ ଦଳରୁ ଆଶାୟୀ ଥିବା ଅନେକ ବଡ ନେତା ନିଜ ସ୍ଥିତି ନେଇ ଦୋଦୁଲ୍ୟମାନ ଅବସ୍ଥାରେ ଅଛନ୍ତି।
ଆସନ ବୁଝାମଣା ଅନୁସାରେ, ୨୦୦୦ ମସିହା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଓ କନ୍ଧମାଳ ଲୋକ ସଭା ଆସନ ବିଜେଡି ଭାଗରେ ପଡିଥିଲା। ସୁବର୍ଣ୍ଣପୁର ଜିଲାର ସୋନପୁର, ବୀରମହାରାଜପୁର ଓ ବିନିକା ବିଧାନସଭା ଆସନ ମଧ୍ୟ ବିଜେଡି ଭାଗରେ ପଡିଥିଲା। ଏହିସବୁ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୦୪ ମସିହାରେ ବିଜେଡି ବିନିକା ଓ ବୀରମହାରାଜପୁର ଆସନ ଜିତିଥିବା ବେଳେ ସୋନପୁର ଆସନରେ ହାରି ଯାଇଥିଲା। ୨୦୦୯ ସୀମା ପୁନନିର୍ଦ୍ଧାରଣ ପରେ ବିନିକା ଆସନ ବିଲୀନ ହୋଇ ଯାଇଥିଲା। ସେହିପରି ପୂର୍ବରୁ ଏହି ଜିଲା ଢେଙ୍କାନାଳ ଓ କନ୍ଧମାଳ ଲୋକ ସଭା କ୍ଷେତ୍ର ଅଧୀନରେ ଥିବା ବେଳେ ସୀମା ପୁନଃ ନିର୍ଦ୍ଧାରଣ ପରେ ବଲାଙ୍ଗୀର ଲୋକ ସଭା ଅଧୀନକୁ ଆସିଥିଲା। ଅନ୍ୟପକ୍ଷେ ୨୦୦୯ରେ ମେଣ୍ଟ ସରକାର ଭାଙ୍ଗିବା ପରେ ଜିଲାରେ ବଦଳି ଯାଇଥିଲା ରାଜନୈତିକ ସ୍ଥିତି। ବିଜେଡି ଓ ଭାଜପା ସୋନପୁର ଓ ବୀରମହାରାଜପୁର ଆସନରେ ନିଜର ପ୍ରାର୍ଥୀ ଦେଇଥିଲେ। ଏଥିରେ ବିଜେଡି ପୂର୍ବପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥିଲା,ମାତ୍ର ଭାଜପାକୁ କ୍ଷତି ସହିବାକୁ ପଡିଥିଲା। ଏମ୍‌ପି ଓ ବିଧାୟକ ଆସନ ବିଜେଡି ଜିତିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି କ୍ରମାଗତ ଜନମତ ହାସଲ କରି ପ୍ରତିପକ୍ଷ ଦଳକୁ ଏକପ୍ରକାର ଚକ୍‌ମା ଦେଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗୀର ଲୋକ ସଭା ଆସନ ଭାଜପା ଜିତିଥିଲା ବେଳେ ଦଳୀୟ ପ୍ରାର୍ଥତ୍ନୀ ସୁବର୍ଣ୍ଣପୁର ଜିଲାରୁ ବିଜେଡି ପ୍ରାର୍ଥୀଙ୍କ ଠାରୁ କମ୍‌ ଭୋଟ ପାଇଥିଲେ। ଜିଲାର ଦୁଇ ବିଧାନସଭା ଆସନ ସୋନପୁର ଓ ବୀରମହାରାଜପୁରରେ ବିଜେଡି ପୂର୍ବ ଭଳି ପୋଛି ନେଇଥିଲା। ତେବେ ଭାଜପା ବିଧାନସଭା ପ୍ରାର୍ଥୀ ପରିବର୍ତ୍ତନ କରି ନିଜର ଭୋଟ ହାର ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଉଭୟ ଦଳ ପରସ୍ପରକୁ ସବୁ ଆସନରେ କଡା ଟକ୍କର ଦେବା ଲାଗି ରଣନୀତି ପ୍ରସ୍ତୁତ କରିଥିବା ବେଳେ ଦଳୀୟ ନେତୃତ୍ୱ ବର୍ତ୍ତମାନ ମେଣ୍ଟ ଆଡକୁ ମୁହାଁଇବା ଦୁଇ ଦଳର ନେତା ଓ କର୍ମୀଙ୍କୁ ଅପ୍ରସ୍ତୁତ କରିଛି। ବିଜୟ ବ୍ୟବଧାନକୁ ଦେଖିଲେ ଜିଲାର ଦୁଇଟିଯାକ ବିଧାନସଭା ଆସନ ବିଜେଡି ଭାଗରେ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ବଲାଙ୍ଗୀର ଏମ୍‌ପି ଆସନ ଭାଜପା ଭାଗରେ ପଡିବା ନିଶ୍ଚିତ। ତେବେ ଉଭୟ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲାର ଗୋଟିଏ ଲେଖାଏ ବିଧାନସଭା ଆସନ ନିଜ ପାଖରେ ରଖିବାକୁ ନେତୃବୃନ୍ଦ ଆଶା ରଖିଛନ୍ତି। ବିଶେଷକରି ବିଜେଡିକୁ ଦୁଇଟି ଯାକ ଆସନ ମିଳିଲେ ଦୀର୍ଘବର୍ଷ ଧରି ସଂଗଠନ କରି ଆସୁଥିବା ଭାଜପା ନେତୃବୃନ୍ଦଙ୍କ ଭବିଷ୍ୟତ କ’ଣ ହେବ ସେ ନେଇ ଦଳରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?