ଶସ୍ତା ହେବ ବୈଦ୍ୟୁତିକ ଯାନ

ଭୁବନେଶ୍ୱର,୧୪।୩(ଅନୁରାଧା ମହାରଣା): ଇଲେକ୍ଟ୍ରିକ୍‌ ୨ଚକିଆ ଏବଂ ୩ଚକିଆ ଯାନ ବିକ୍ରି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ୫୦୦ କୋଟି ଟଙ୍କାର ମୋବିଲିଟି ପ୍ରମୋସନ ସ୍କିମ୍‌ ( ଇଏମ୍‌ପିଏସ୍‌) ଯୋଜନା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ। ଏହା ୪ ମାସ ପାଇଁ ବୈଧ ହେବ। ଏହି ଯୋଜନା ଅଧୀନରେ ଇଲେକ୍ଟ୍ରିକ୍‌ ୨ଚକିଆ ଏବଂ ୩ଚକିଆ ଯାନ ଶସ୍ତା ହେବ । ଇଲେକ୍ଟ୍ରିକ୍‌ ଭାରି ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ବୁଧବାର କହିଛନ୍ତି, ଇଏମ୍‌ପିଏସ୍‌ ଯୋଜନା ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦେଶରେ ବୈଦ୍ୟୁତିକ ୨ଚକିଆ ଏବଂ ୩ଚକିଆ ଯାନ ବିକ୍ରି ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି। ୨୦୨୪ ଫେବୃଆରୀରେ ସରକାର ଫେମ୍‌-୨ ଯୋଜନା ଅଧୀନରେ ଆବଣ୍ଟନକୁ ୧୧,୫୦୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ। ପୂର୍ବରୁ ଏହି ଯୋଜନାର ବଜେଟ ୧୦ ହଜାର କୋଟି ଟଙ୍କା ଥିଲା। ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ସୂଚନାନୁସାରେ, ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ୨ଚକିଆ, ୩ଚକିଆ ଯାନ ଏବଂ କାର୍‌ ଉପରେ ଏହି ସବ୍‌ସିଡି ଲାଗୁହେବ। ଫେମ୍‌ ଇଣ୍ଡିଆ ସ୍କିମ୍‌ ଅଧୀନରେ ଇଲେକ୍ଟ୍ରିକ୍‌ ୨, ୩ ଏବଂ ୪ ଚକିଆ ଯାନ ପାଇଁ ସବ୍‌ସିଡି ୭୦୪୮ କୋଟି ଟଙ୍କାକୁ ସଂଶୋଧିତ କରାଯାଇଥିଲା। ଏଥିମଧ୍ୟରୁ ୫୩୧୧ କୋଟି ଟଙ୍କା ଇଲେକ୍ଟ୍ରିକ୍‌ ୨ଚକିଆ ଯାନ ପାଇଁ ଥିଲା। ଇଲେକ୍ଟ୍ରିକ୍‌ ବସ୍‌ ଏବଂ ଇଭି ଚାର୍ଜିଂ ଷ୍ଟେଶନ ନିର୍ମାଣ ପାଇଁ ୪୦୪୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଫେମ୍‌ ଇଣ୍ଡିଆ ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶରେ ଇଭି ଏବଂ ଚାର୍ଜରଙ୍କୁ ସବ୍‌ସିଡି ଯୋଗାଇ ସେମାନଙ୍କର ବିକ୍ରୟ ବୃଦ୍ଧି କରିବା। ଏହା ବ୍ୟତୀତ ଏହି ଯୋଜନାରେ ଦେଶରେ ଇଭି ପାର୍ଟସ ଉତ୍ପାଦନକୁ ମଧ୍ୟ ଉତ୍ସାହିତ କରାଯାଏ। ୨୦୧୯ରେ ଆରମ୍ଭ ହୋଇଥିବା ଫେମ୍‌-୨ ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ଲକ୍ଷ ଇଲେକ୍ଟିକ୍‌ ୨ ଚକିଆ, ୧.୪୧ ଲକ୍ଷ ୩ ଚକିଆ ଏବଂ ୧୬,୯୯୧ ୪ ଚକିଆ ଯାନକୁ ସବ୍‌ସିଡି ପ୍ରଦାନ କରାଯାଇଛି। ଫେମ୍‌ ୨ ଯୋଜନା ଅଧୀନରେ ୫,୮୨୯ କୋଟିରୁ ଅଧିକ ମୂଲ୍ୟର ସବ୍‌ସିଡି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri