କରୋନା ଯୁଦ୍ଧରେ ହାରିଗଲେ ସବ୍‌ଇନ୍ସପେକ୍ଟର

ଲଖନପୁର,୮।୯(ଡି.ଏନ.ଏ)-ଝାରସୁଗୁଡା ଜିଲା ବଡମାଲ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ରାଜକିଶୋର ସାମଦ(୪୨) ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗତ ଅଗଷ୍ଟ ୧୭ରୁ ସେ ଜିଲା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏହି ସମୟରେ ଜିଲାପାଳ ସରୋଜ କୁମାର ସାମଲ, ଏସ୍‌ପି ରାହୁଲ ପିଆରଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।