ଏସଆଇଆର ସଚେତନତା, ଦେଢ଼ କିଲୋମିଟର ପଦଯାତ୍ରା କଲେ ଉପଜିଲାପାଳ

କେସିଙ୍ଗା,୮।୬(ତୁମେଶ୍ୱର ସାହୁ): ରାଜ୍ୟରେ ସ୍ଵତନ୍ତ୍ର ସଘନ ସଂଶୋଧନ(ଏସ ଆଇ ଆର)୨୦୨୬ ଯୋଗ୍ୟ ଭୋଟରମାନଙ୍କ ନାମ ଯେମିତି ନ କଟିବ ସେଥିପାଇଁ କଳାହାଣ୍ଡି ଉପ ଜିଲାପାଳଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ପ୍ରଭାତ କୁମାର ପରିଡାଙ୍କ ନେତୃତ୍ୱରେ କେସିଙ୍ଗା ସହରର ବଲାଙ୍ଗିର ଛକ ଠାରୁ ଆମ୍ବେଦକର ଛକ ପ୍ରାୟ ଦେଢ଼ କିଲୋମିଟର ସହର ପ୍ରରିକ୍ରମା କରି ଲୋକଙ୍କୁ ଏସ ଆଇ ଆର ବିଷୟରେ ସଚେତନତା କରିଥିଲେ।

ଏନଏସିରେ ପହଞ୍ଚି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ୱାଇଁ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ସିଡ଼ିପିଓ ସସ୍ମିତା ମିଶ୍ର, ଏବିଡ଼ିଓ ସିଦ୍ଧେଶ୍ୱର ମେହେର, ଏନ ସିସି ଛାତ୍ର, ସ୍କୁଲ ଛାତ୍ରୀ ଛାତ୍ର, ମହିଳା ଗୃପ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏ ସଂକ୍ରାନ୍ତରେ ଉପଜିଲାପାଳ ପ୍ରଭାତ ପରିଡ଼ାଙ୍କୁ ପଚାରିବାରୁ କେସିଙ୍ଗା ବ୍ଲକ ରେ ୭୦ ଭାଗ ଏସ ଆର ଆଇ କାମ ସରଲାଣି ଠିକ ଭାବେ ବ୍ଲକ, ଏନ ଏ ସି ର ସମସ୍ତ କର୍ମ କର୍ତ୍ତା ଠିକ ଭାବେ କାମ ଚାଲିଛି ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: kesinga news