ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ ରଖାଯାଇଥିବା ୪ଟି ଶାଳ ଗଛର ଗଣ୍ଡିକୁ ଶୁକ୍ରବାର ବନ ବିଭାଗ ଜବତ କରିଛି। ଜବତ କାଠ ଗଣ୍ଡିଗୁଡ଼ିକୁ ଟ୍ରାକ୍ଟର ଯୋଗେ ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି।
ଏହି ଚଢ଼ାଉରେ ପାଟଣା ଫରେଷ୍ଟର ନିରଞ୍ଜନ ସେଠୀ, ମଲ୍ଲିପୋଷି ବନରକ୍ଷୀ ଲକ୍ଷ୍ମୀକାନ୍ତ ରାଉତଙ୍କ ସମେତ ପାଟଣା ବନାଞ୍ଚଳର ୮ ଜଣ ପାରାସ୍କ୍ୱାଡ୍ ସଦସ୍ୟ ସଞ୍ଜୟ ମହାନ୍ତ, ଅଟଳ ବିହାରୀ ସେଠୀ, କାର୍ତ୍ତିକ ମହାନ୍ତ, ଉମେଶ ମହାନ୍ତ, ରମାକାନ୍ତ ମହାନ୍ତ, କୈଳାସ ମହାନ୍ତ, ମୁରଲୀ ମହାନ୍ତ ଓ ତ୍ରିଲୋଚନ ମହାନ୍ତ ସାମିଲ ଥିଲେ।
ଜବତ କାଠର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି।