ବର୍ଷା ହେଲେ ସମ୍ଭବ ହେଉନି ବିଦ୍ୟାଦାନ

ବଇଣ୍ଡା,୧୪ା୭(ପରିକ୍ଷିତ ସାହୁ): ଗୁଣାତ୍ମକ ଶିକ୍ଷାଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତରେ ଥିବା ତାଳବାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ବୁଜି ଦିଆଯାଇଛି ଆଖି। ଏଠାରେ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଶିକ୍ଷକ ଅଭାବ ସମସ୍ୟା ରହିଥିଲେ ମଧ୍ୟ ଦୀର୍ଘବର୍ଷ ହେଲା କରାଯାଉନି ସମାଧାନ। ଏ ନେଇ ଅସନ୍ତୁଷ୍ଟ ଥିବା ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଗୁରୁବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗ କରାଯାଇଛି।
କମିଟି ପକ୍ଷରୁ କୁହାଯାଇଛି, ୧୯୨୯ ମସିହାରେ ସରକାର ତାଳବାହାଳି ଗ୍ରାମରେ ଏହି ସ୍କୁଲ ସ୍ଥାପନ କରିଥିଲେ। ତାଳବାହାଳି, ପୋକଣ୍ଡା, ବିଡିସିଙ୍ଗ ଗ୍ରାମବାସୀ ଏହି ବିଦ୍ୟାଳୟରେ ସେମାନଙ୍କ ପିଲାମାନଙ୍କୁ ପଢ଼ାଉଛନ୍ତି। ଏହି ବିଦ୍ୟାଳୟକୁ ୯୪ ବର୍ଷ ହୋଇଥିଲେ ମଧ୍ୟ ଏହାର ବିକାଶ କରାଯାଉନାହିଁ। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ବର୍ତ୍ତମାନ ୧୫୧ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ହେଲେ ଏହି ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶ୍ରେଣୀ ନାହିଁ। ୮ଟି ଶ୍ରେଣୀ ପାଇଁ ମାତ୍ର ୪ଟି କୋଠରି ରହିଛି। ଫଳରେ ପ୍ରତ୍ୟେକ ଶ୍ରେଣୀ ଗୃହରେ ୨ଟି ଲେଖାଏ ଶ୍ରେଣୀର ପିଲାଙ୍କୁ ପଢ଼ାଯାଉଛି। ଦୀର୍ଘବର୍ଷ ପୁରୁଣା ଉକ୍ତ ସ୍କୁଲ ଛାତ ଦୁର୍ବଳ ଅବସ୍ଥାରେ ରହିଥିବାରୁ ବର୍ଷା ହେଲେ ପାଣି ଗଳୁଛି। ତେଣୁ ଏହି ସମୟରେ ପାଠ ପଢ଼ା ବନ୍ଦ ରହୁଛି। ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଥିବାବେଳେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ଅଧିକ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ହେଲେ ଏ ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ସେହିପରି ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି। ପାଚେରି, ଖେଳ ପଡ଼ିଆ ନ ଥିବା ବେଳେ ରୋଷେଇ ଘର ନିର୍ମାଣ ହୋଇପାରୁନାହିଁ। ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ମାସ ହେବ ଅଚଳ ହୋଇପଡିଛି। ଏ ସବୁ ସମସ୍ୟାର ସମାଧାନ ପାଇଁ ଶିକ୍ଷା କମିଟି ଓ ଗ୍ରାମବାସୀ ୧୨ ଜାନୁୟାରୀ ୨୦୧୮, ୫ ଅଗଷ୍ଟ ୨୦୨୧ ଓ ୨୨ ମାର୍ଚ୍ଚ ୨୦୨୩ରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଇ ନାହିଁ। ତେଣୁ ତୁରନ୍ତ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲମ୍ବୋଦର ଭୋଇ କହିଛନ୍ତି, ସମସ୍ତ ସମସ୍ୟା ସମ୍ପର୍କରେ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇଛି। ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢି କହିଛନ୍ତି, ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।

କୌଣସି ପଦକ୍ଷେପ ନିଆଯାଉ ନାହିଁ
ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଛି। ହେଲେ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବହୁ ପୁରାତନ ବିଦ୍ୟାଳୟକୁ ଅବହେଳା କରାଯାଉଥିବାରୁ ଶିକ୍ଷାଦାନରେ ଅସୁବିଧା ସୃଷ୍ଟି ହେଉଛି।
-ରତିରଞ୍ଜନ ରାଉତ, ବିଡିସିଙ୍ଗ
ଅଧିକ ଶିକ୍ଷକ ନିଯୁକ୍ତି କରାଯାଉ
ଆବଶ୍ୟକ ଶ୍ରେଣୀଗୃହ ନ ଥିବା ଯୋଗୁ ଗୋଟିଏ କୋଠରିରେ ୨ଟି ଲେଖାଏ ଶ୍ରେଣୀର ଛାତ୍ରୀଛାତ୍ର ପଢୁଛନ୍ତି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ପାଠପଢ଼ା ବନ୍ଦ ରହୁଛି। ୮ମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ।
-ପ୍ରତାପ କୁମାର ପ୍ରଧାନ
୫-ଟି ଅଧୀନକୁ ନିଆଯାଉ
ବିଦ୍ୟାଳୟରେ ଖେଳପଡ଼ିଆ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଖେଳିପାରୁ ନାହାନ୍ତି। ଏହି ପୁରାତନ ବିଦ୍ୟାଳୟ ପ୍ରତି ସରକାର ଦୃଷ୍ଟି ଦେଉ ନ ଥିବାରୁ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ତୁରନ୍ତ ୫-ଟି ଅଧୀନକୁ ଏହି ଶିକ୍ଷାନୁଷ୍ଠାନକୁ ନିଆଯାଉ।
-ଦିଲୀପ କୁମାର ପ୍ରଧାନ, ଶିକ୍ଷାବିତ୍‌
୫-ଟି ସଚିବଙ୍କୁ ଦାବିପତ୍ର ଦିଆଯାଇଛି
ତାଳବାହାଳି ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ପଞ୍ଚାୟତ ପକ୍ଷରୁ ବହୁବାର ବିଇଓଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲାପାଳ, ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ। ଏ ନେଇ ମଧ୍ୟ ୫-ଟି ସଚିବଙ୍କୁ ଦାବିପତ୍ର ଦିଆଯାଇଛି।
-ନିରୋଜକାନ୍ତ ସାହୁ, ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri