ଦିନରେ ପଢୁଥିଲେ, ରାତିରେ କରୁଥିଲେ ଜଗୁଆଳି କାମ; ଏବେ ମିଳିଲା ବଡ଼ ପଦବୀ

ଥିରୁଭାନନ୍ତପୁରମ୍‌,୧୨।୪: ଜଣେ ବ୍ୟକ୍ତି ଦିନରେ ପାଠ ପଢ଼ୁଥିବା ବେଳେ ରାତିରେ ଜଗୁଆଳି କାମ କରୁଥିଲେ। ସେ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଏବେ ରାଞ୍ଚିର ଆଇଆଇଏମ୍‌ରେ ସହକାରୀ ପ୍ରଫେସର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏମିତି ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ହେଉଛନ୍ତି କେରଳର ୨୮ ବର୍ଷୀୟ ରଣଜିତ୍‌ ରାମଚନ୍ଦ୍ରନ। ତାଙ୍କର ଏହି ସଂଘର୍ଷମୟ ଜୀବନଯାତ୍ରା ଅନେକ ପ୍ରତିକୂଳ ପରିସ୍ଥିତି ବିରୋଧରେ ସଂଗ୍ରାମ କରିବାକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।

ତାଙ୍କ ଫେସବୁକ୍‌ ପୋଷ୍ଟରେ ଲେଖାଯାଇଛି, ଏଠାରେ ଆଇଆଇଏମ୍‌ ପ୍ରଫେସର ଜନ୍ମ ହୋଇଛନ୍ତି। ଏହି ପୋଷ୍ଟତଳେ ଏକ ଭଙ୍ଗା ଝୁମ୍ପୁଡ଼ି ଘରର ଫଟୋ ଅଛି। ଯେଉଁ ଘରେ ବର୍ଷା ହେଲେ ପାଣି ଗଳିଥାଏ।

ଏପ୍ରିଲ ୯ରେ ତାଙ୍କର ଏହି ପ୍ରେରଣାଦାୟକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ଏହାକୁ ୩୭୦୦୦ ଲୋକ ଲାଇକ୍‌ କରିଛନ୍ତି। ସେହି ପୋଷ୍ଟରେ ସେ ତାଙ୍କ ସଂଗ୍ରାମର କାହାଣୀ କହିଛନ୍ତି। କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ ରାମଚନ୍ଦ୍ରନଙ୍କୁ ଫେସ୍‌ବୁକ୍‌ରେ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି। ସେ ସୋସିଆଲ ମିଡିଆରେ ‘Ranjith R Panathur’ ନାମରେ ଜଣାଶୁଣା।

ରାମଚନ୍ଦ୍ରନ ଦଶମ ପାସ ପରେ କଲେଜରେ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଥିଲେ। ସେତେବେଳେ ସେ କସାରଗୋଡର ପାନାଥୁରରେ ବିଏସ୍‌ଏନ୍‌ଏଲ୍‌ ଟେଲିକମ୍‌ ଏକ୍ସଚେଞ୍ଜରେ ରାତ୍ରି ଜଗୁଆଳ ଭାବରେ କାମ କରୁଥିଲେ। ସେ ଲେଖିଛନ୍ତି, ‘ମୁଁ ଦିନରେ କଲେଜ ଯାଉଥିଲି ଆଉ ରାତିରେ ଟେଲିଫୋନ୍‌ ଏକ୍ସଚେଞ୍ଜ ଅଫିସରେ କାମ କରୁଥିଲି। ସ୍ନାତକ ପାସ୍‌ କରିବା ପରେ ଆଇଆଇଟି ମାଡ୍ରାସରେ ତାଙ୍କୁ ସିଟ୍‌ ମିଳିଲା। କିନ୍ତୁ ତାଙ୍କୁ ମାଲାୟଲମ ଭାଷା ଜଣା ନ ଥିଲା। ଫଳରେ ନିରାଶ ହୋଇ ସେ ପିଏଚ୍‌ଡି ଛାଡ଼ିଦେବାକୁ ନିଷ୍ପତ୍ତି ନେଲେ। ମାତ୍ର ତାଙ୍କ ତତ୍ତ୍ୱାବଧାରକ ସୁଭାଷ ତାଙ୍କୁ ଏମିତି କରିବାକୁ ମନା କଲେ। ସେ ଲେଖିଛନ୍ତି, ମୁଁ ସଂଘର୍ଷ କରି ମୋର ସ୍ବପ୍ନକୁ ସାକାର କରିବାକୁ ସ୍ଥିର କଲି। ଗତବର୍ଷ ପିଏଚ୍‌ଡି ସମାପ୍ତ କଲି। ଦୁଇମାସ ହେଲା ସେ ବେଙ୍ଗାଲୁରୁର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଭାବେ ରହିଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ କେବେ ଭାବି ନ ଥିଲି ଏହି ପୋଷ୍ଟ ଏତେ ଭାଇରାଲ ହେବ। ମୁଁ ମୋ ଜୀବନର କାହାଣୀ ପୋଷ୍ଟ କରିଥିଲି। ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ମୁଁ ଚାହେଁ ସମସ୍ତେ ଭଲ ସ୍ବପ୍ନ ଦେଖନ୍ତୁ ଏବଂ ଏହାକୁ ପାଇବା ପାଇଁ ସଂଗ୍ରାମ ଜାରିରଖନ୍ତୁ। ନିଶ୍ଚିତ ସଫଳତା ମିଳିବ।

ରାମଚନ୍ଦ୍ରନ କହିଛନ୍ତି, ଆର୍ଥିକ ଅସୁବିଧା ହେତୁ ସେ ବାରମ୍ବାର ସ୍କୁଲ ଛାଡ଼ିଥିଲେ। ତାଙ୍କ ପିତା ଜଣେ ଟେଲର ଏବଂ ମା’ ମହାତ୍ମାଗାନ୍ଧି ଗ୍ରାମୀଣ ଯୋଜନାର ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ରାମଚନ୍ଦ୍ରନଙ୍କ ସଂଘର୍ଷ କାହାଣୀ ଅନେକଙ୍କ ହୃଦୟକୁ ଛୁଇଁଛି। ଏହା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ ଏଥିରେ ଦ୍ୱିମତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri