ରାଷ୍ଟ୍ରପତିଙ୍କୁ ଖୋଲା ଚିଠି ଲେଖିଲେ ଛାତ୍ରୀ: ସାବିତ୍ରୀ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି

ଭଞ୍ଜନଗର,୩୦।୧୧(ଡି.ଏନ.ଏ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସ୍ଥାପନ ହେବାର ୪୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହାକୁ ସରକାରୀ ମାନ୍ୟତା ମିଳିନାହିଁ। ଏହାକୁ ସରକାରୀ ମାନ୍ୟତା ଦିଆଯାଉ ବୋଲି ବୁଧବାର ମହାବିଦ୍ୟାଳୟର ଛାତ୍ରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଖୋଲା ଚିଠି ଲେଖି ନିବେଦନ କରିଛନ୍ତି।


୧୯୮୧ରେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୋମନାଥ ରଥଙ୍କ ଉଦ୍ୟମକ୍ରମେ ତାଙ୍କ ମା’ ସାବିତ୍ରୀ ଦେବୀଙ୍କ ନାମରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏଠାରେ ପ୍ରାୟ ୪ ହଜାର ଛାତ୍ରୀ ପାଠ ପଢ଼ୁଛନ୍ତି। ବର୍ତ୍ତମାନ ସରକାରୀ ଅନୁଦାନପ୍ରାପ୍ତ କଲେଜ ଭାବେ ତାହା ପରିଚାଳିତ ହେଉଛି। ଛାତ୍ରୀମାନେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହାବିଦ୍ୟାଳୟ ସହରର ମଧ୍ୟ ଭାଗରେ ସୁରକ୍ଷିତ ସ୍ଥାନରେ ଅଛି । ଛାତ୍ରୀମାନେ ସୁରକ୍ଷିତ ଭାବେ ପାଠ ପଢ଼ୁଛନ୍ତି । ମାତ୍ର ଏହା ଅନୁଦାନପ୍ରାପ୍ତ ହୋଇଥିତ୍ବାରୁ ସରକାରୀ କଲେଜ ଅପେକ୍ଷା ଛାତ୍ରୀମାନଙ୍କୁ ବହୁତ କମ୍‌ ସୁବିଧା ମିଳୁଛି। ଲାଇବ୍ରେରୀ, ବିଜ୍ଞାନାଗାରରେ ପର୍ଯ୍ୟାପ୍ତ ସୁବିଧା ନାହିଁ । ଏଠାରେ ଭଞ୍ଜନଗର ଉପଖଣ୍ଡ ସମେତ କନ୍ଧମାଳ, ନୟାଗଡ଼ ଆଦି ଜିଲାର ଛାତ୍ରୀମାନେ ପାଠ ପଢ଼ନ୍ତି। ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଷୟରେ ଏଠାରୁ ଛାତ୍ରୀମାନେ ଯୁକ୍ତ ୩ ଟପ୍ପର ହୋଇ କଲେଜର ସୁନାମ ବଢ଼ାଉଛନ୍ତି। କଲେଜରେ ଆହୁରି ଅନେକ ଅନର୍ସ ଖୋଲିବା ଆବଶ୍ୟକ ରହିଛି । ଭଞ୍ଜନଗର ଅଞ୍ଚଳର ୪୦ କି.ମି. ପରିଧି ମଧ୍ୟରେ କୌଣସି ସରକାରୀ ମହାବିଦ୍ୟାଳୟ ନ ଥିବା ବେଳେ ଏହି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବାପାଇଁ ଚିଠିରେ ନିବେଦନ କରାଯାଇଛି। ଛାତ୍ରୀମାନଙ୍କ ଏହିଭଳି ଉଦ୍ୟମକୁ କଲେଜର କେତେଜଣ ଅଧ୍ୟାପକ ପ୍ରଶଂସା କରି ସେମାନଙ୍କୁ ସମର୍ଥନ ଜଣାଇଥିବା ଜଣାପଡ଼ିଛି ା ଏଭଳି ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ମଧ୍ୟ ଲେଖାଯାଇଛି। ସମସ୍ତ ଚିଠି ସ୍ପିଡ଼୍‌ ପୋଷ୍ଟ ମାଧ୍ୟମରେ ପଠାଯାଇଛି ।
ସୂଚନାଯୋଗ୍ୟ, ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମକ୍ରମେ କଲେଜର ଭିତ୍ତିଭୂମି ସୁଦୃଢ଼ ହେବା ସହ ଅନ୍ୟାନ୍ୟ ଉନ୍ନତି ମଧ୍ୟ ହୋଇଛି। କଲେଜର ଆହୁରି ଅଧିକ ଉନ୍ନତି ପାଇଁ ଛାତ୍ରୀମାନେ ନିବେଦନ କରିଛନ୍ତି। ଅନ୍ୟ ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଭିତ୍ତିଭୂମି ଆହୁରି ସୁଦୃଢ଼ କରାଯିବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ଦେବା ପାଇଁ କିଛିମାସ ପୂର୍ବେ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri