ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂଆ ମାର୍ଗଦର୍ଶିକା, ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବେ…

ଭୁବନେଶ୍ବର,୬ା୭: ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏଣିକି ବର୍ଷକୁ ୪ଟି ପରୀକ୍ଷୀ ଦେବାକୁ ହେବ । ପୂର୍ବରୁ ବର୍ଷକୁ ଦୁଇଟି ପରୀକ୍ଷା ହେଉଥିବା ବେଳେ ବର୍ତ୍ତମାନ ଚାରୋଟି  ପରୀକ୍ଷା ହେବ ।  ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୁଇଟି ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ ଦୁଇଟି ପରୀକ୍ଷା ହେବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ ଦୁଇଟି ଲେଖାଏଁ ଫର୍ମେଟିଭ୍ ଆସେସମେଣ୍ଟ ତଥା ମୂଲ୍ୟାୟନ ଓ ଆସେସମେଣ୍ଟ, ସମାପ୍ତିସୂଚକ ମୂଲ୍ୟାୟନ ଦେବାକୁ ପଡିବ।

 

Dharitri – Odisha’s No.1 Odia Daily

 

Share