ଅସୁସ୍ଥ ଛାତ୍ରୀଙ୍କୁ ସହାୟତା କଲେ ଛାତ୍ରୀଛାତ୍ର, ଦାୟିତ୍ୱବୋଧକୁ ସାଧାରଣରେ ପ୍ରଶଂସା

ପଟ୍ଟାଙ୍ଗି,୨୮ା୯(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୀମାନ୍ତ ତଳଗୋଲୁର ପଞ୍ଚାୟତର ଦିଗଗୋଲୁର ୟୁଜିଏଚ୍‌ଏସ୍‌ ବିଦ୍ୟାଳୟରେ ଜଣେ ଅସୁସ୍ଥ ଛାତ୍ରୀଙ୍କୁ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ତାଙ୍କୁ ସୁସ୍ଥ କରିଛନ୍ତି। ଜଣେ ସହପାଠିନୀଙ୍କ ପ୍ରତି ଛାତ୍ରୀଛାତ୍ରଙ୍କ ଏପରି ଦାୟିତ୍ୱବୋଧ ସାଧାରଣରେ ପ୍ରଶଂସା କରାଯାଇଛି।

ଖବରରୁଜଣାପଡିଛି, ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ମାନେ ପାଠପଢୁଛନ୍ତି। ବିଦ୍ୟାଳୟରେ ଅନ୍ତେବାସୀ ରୂପେ ରହିବା ପାଇଁ ସୁବିଧା ରହିଛି ବୁଧବାର ଜଣେ ନବମ ଶ୍ରେଣୀର ଛାତ୍ରୀ ହଠାତ ଶ୍ରେଣୀ ଗୃହରେ ଅଚେତ ହୋଇ ପଡିଥିଲେ। ସେହି ସମୟରେ ଶ୍ରେଣୀଗୃହରେ କୌଣସି ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ନ ଥିଲେ। ସହପାଠିନୀମାନେ ତୁରନ୍ତ ଅଚେତ ଛାତ୍ରୀଙ୍କୁ ଉଠାଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ଏହି ଖବର ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ ସଦର ମହକୁମାରୁ ୪୫ କି.ମି. ଦୂରରେ ଥିବା ଏହି ବିଦ୍ୟାଳୟ ପ୍ରତି ବ୍ଲକ ଶିକ୍ଷା ଅଧିକାରୀ ଅଣଦେଖା କରୁଥିବା ଏବଂ ଅଧିକାଂଶ ସମୟରେ ବିଦ୍ୟାଳୟରେ ପାଠପଢା ଠିକ୍‌ ରୂପେ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ୬ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିୟମିତ ବିଦ୍ୟାଳୟ ଆସୁ ନ ଥିବା ଯେଉଁ ଦିନ ଆସୁଛନ୍ତି ଛାତ୍ରୀଛାତ୍ରଙ୍କ ଉପସ୍ଥାନ ତଦାରଖ କରି ଚାଲି ଯାଉଥିବା ଅଭିଭାବକମାନେ ମଧ୍ୟ ଅଭିଯୋଗ ଉଠାଇଛନ୍ତି। ଏହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ସିଆରସିସିଙ୍କ ଦୃଷ୍ଟି ଆକର୍ଷଣ କରା ଯାଉଥିଲେ ମଧ୍ୟ ଏଥିପ୍ରତି କେହି ତତ୍ପରତା ପ୍ରକାଶ କରୁନାହାନ୍ତି ବୋଲି ସେମାନେ କହିଛନ୍ତି। ସିଆରସିସି ପ୍ରଦିପ୍ତ ଦତ୍ତଙ୍କୁ ଏ ସମ୍ପର୍କରେ ପଚାରିବାରୁ ଗ୍ରାମବାସୀ ଉଠାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ବିଦ୍ୟାଳୟକୁ ଶିକ୍ଷକ ମାନେ ନିୟମିତ ଯାଉଥିବା ବେଳେ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଜଣେ ଅତିରିକ୍ତ ଶିକ୍ଷକ ଏବେ ଏକ ତାଲିମ କାର୍ଯ୍ୟକ୍ରମରେ ଯାଇଛନ୍ତି। ଅନ୍ୟ ୪ ଜଣ ଶିକ୍ଷକ ବିଦ୍ୟାଳୟରେ ଉପସ୍ଥିତ ରହୁଥିବା କହିଛନ୍ତି। ତେବେ ସେ ଅସୁସ୍ଥ ଛାତ୍ରୀଙ୍କ ସମ୍ପର୍କରେ କୌଣସି ମତାମତ ଦେବାକୁ ମନା କରି ଦେଇଥିଲେ। ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରଜନୀକାନ୍ତ ବଡ ନାୟକଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ବିଦ୍ୟାଳୟର ଛାତ୍ରୀଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇଛି। ମୁଁ ନିଜେ ବିଦ୍ୟାଳୟରେ ପହଞ୍ଚତ୍ କିପରି ସମ୍ପୃକ୍ତା ଛାତ୍ରୀଙ୍କ ଚିକିତ୍ସା କରା ଯିବ ସେନେଇ ପଦକ୍ଷେପ ଗ୍ରହଣ କରିଛି ବୋଲି କହିଥିଲେ। ସୂଚନାଯୋଗ୍ୟ, ଏହି ବିଦ୍ୟାଳୟରେ ୩୩୭ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ସେଥିରୁ ୮୫ ଜଣ ଅନ୍ତେବାସୀ ରୂପେ ରହି ଶିକ୍ଷା ଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri