କାନ୍ଥ ଭାଙ୍ଗି ନିୟମିତ ଏହି କାର୍ଯ୍ୟ କରିବାକୁ ଛାତ୍ରାବାସରୁ ଚାଲି ଯାଉଥିଲେ ଛାତ୍ର, ପ୍ରଧାନଶିକ୍ଷକ ନେଲେ ଏମିତି କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୩ା୧(ଅରୁଣ ସାହୁ): ସବୁ ମା-ବାପା ଚାହାନ୍ତି ତାଙ୍କ ପିଲାମାନେ ଉଚ୍ଚ ଶିକ୍ଷିତ ହୁଅନ୍ତୁ, ଭଲ ପାଠ ପଢନ୍ତୁ। ଏଥିପାଇଁ ଯେତେ ବାଧାବିଘ୍ନ ଆସିଲେ ବି ମା’ ବାପା ପିଲାଙ୍କ ପାଇଁ ସବୁକିଛି କରନ୍ତି। ଆଉ ପିଲାଙ୍କ ଉଚ୍ଚଶିକ୍ଷା ନେଇ ଅନେକ ସ୍ବପ୍ନ ଦେଖନ୍ତି। ଛାତ୍ରୀଛାତ୍ର ବିଶେଷ କରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ମାଗଣା ଶିକ୍ଷାଦାନ ପାଇଁ ଅନେକ ବ୍ୟବସ୍ଥା କରିଥାନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲରେ ରହିବା ଖାଇବା ଓ ଅନ୍ୟାନ୍ୟ ସୁବିଧା ସବୁ ମାଗଣା ଯୋଗାଇ ଦେଇଥାନ୍ତି। ସରକାର ଏଥିପ୍ରତି ଯତ୍ନବାନ ହୋଇ କୌଣସି ଛାତ୍ରୀଛାତ୍ର ଏହି ଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରନ୍ତି। କିନ୍ତୁ ଗତ ୨ ଦିନ ହେଲା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ଗଜପତି କପିଳେନ୍ଦ୍ର ଦେବ ଛାତ୍ରାବାସରୁ ବିଦା କରିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। କୁଆଡ଼େ ଉକ୍ତ ଛାତ୍ର ଓ ସାଙ୍ଗ ସାଥୀ ମିଶି ବିଦ୍ୟାଳୟର ପାଚେରିଟିକୁ କାଟି ରାସ୍ତା ବାହାର କରି ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନକୁ ଯାଇ ନିଶାସକ୍ତ ଅବସ୍ଥାରେ ହଷ୍ଟେଲକୁ ଫେରିଥିଲେ। ତେବେ ଅନ୍ୟମାନେ ଫେରିଥିଲେ ମଧ୍ୟ ଜଣେ ଛାତ୍ର ଉକ୍ତ ଭଙ୍ଗା ପାଚେରିରେ ଆସି ନ ପାରି ପାଚେରି ବାହାରେ ଅଚେତ ଅବସ୍ଥାରେ ପଡ଼ିଥିଲେ। କୌଣସି ସୂତ୍ରରୁ ପ୍ରଧାନଶିକ୍ଷକ ଉମାଶଙ୍କର ସାମନ୍ତରାୟ ଖବର ପାଇ ଉକ୍ତ ଛାତ୍ରଙ୍କୁ ବିଦ୍ୟାଳୟ ପରିସର ମଧ୍ୟକୁ ଆଣିଥିଲେ ଓ ପରଦିନ ଛାତ୍ରଙ୍କ ବାପା ଓ ମାଙ୍କୁ ସୂଚନା ଦେଇ ଛାତ୍ରଙ୍କୁ ହଷ୍ଟେଲରୁ ବିତାଡ଼ିତ କରିଥିଲେ। କେବଳ ଦିନରେ ଛାତ୍ର ଜଣଙ୍କ ବିଦ୍ୟାଳୟକୁ ଛାତ୍ର ଭାବେ ପାଠ ପଢିବାକୁ ସୁଯୋଗ ଦିଆଯାଇଥିଲେ ମଧ୍ୟ ହଷ୍ଟେଲ ସେବାରୁ ବଞ୍ଚିତ କରାଯାଇଛି। ଫଳରେ ଅଞ୍ଚଳରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯିବା ସହ ହଷ୍ଟେଲରୁ ଛାତ୍ରମାନେ ବାହାରକୁ ଯିବା ପଛରେ ଦାୟିତ୍ୱରେ ଥିବା ସୁପରିଟେଣ୍ଡେଣ୍ଟଙ୍କ ସମେତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀ ଦାୟୀ କରିଛନ୍ତି। ଯଦି ଛାତ୍ରମାନେ ପାଚେରି ଭାଙ୍ଗି ସେହି ବାଟରେ ଯାତାୟାତ କରୁଛନ୍ତି ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଜାଣିପାରୁନାହାନ୍ତି ବୋଲି ଲୋକ ପ୍ରଶ୍ନ କରିଛନ୍ତି। ସେହିପରି ପାଚେରି ଭାଙ୍ଗିବା ପାଇଁ ଆବଶ୍ୟକ ଶାବଳ ଓ ଅନ୍ୟାନ୍ୟ ସାମଗ୍ରୀ ଛାତ୍ରୀଛାତ୍ରଙ୍କ ନିକଟରେ କିଏ ପହଞ୍ଚାଇଛି ଏବଂ ୩ଟି ହଷ୍ଟେଲ ରହିଛି ସେଠି ୬ ଜଣ ସିସିଏଙ୍କୁ ନିୟୋଜିତ କରାଯାଇଛି। ସେମାନେ ତାଙ୍କ ଡ୍ୟୁଟି ସଠିକ୍‌ ଭାବେ କରୁ ନ ଥିବା ଭଳି ଅଭିଯୋଗ ହୋଇଛି। ସେହିପରି ଯେଉଁ ଛାତ୍ରଙ୍କୁ ବିତାଡ଼ିତ କରାଯାଇଛି ସେହି ପରିବାରରେ ବାପା ଓ ମା’ ୫ ଜଣ ଝିଅ ଓ ପୁଅଙ୍କୁ ନେଇ ଗରିବ ପରିବାରରେ ମଧ୍ୟ ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ଆଜି ସେହି ସ୍ବପ୍ନ ତାଙ୍କର ଧୂଳିସାତ ହେବାକୁ ଯାଉଥିବା ଓ ତାଙ୍କ ପୁଅର କିଛି ଭୁଲ ନାହିଁ ଅନ୍ୟ ସାଙ୍ଗସାଥୀ ତାଙ୍କୁ ଏଭଳି କରିଥିଲେ ମଧ୍ୟ ତାଙ୍କ ପୁଅଙ୍କୁ ହିଁ କାହିଁକି ଏତେବଡ଼ ଦଣ୍ଡ ବୋଲି ପରିବାର ଦୁଃଖ ପ୍ରକାଶ କରି କହିଛନ୍ତି। ମୋ ପୁଅଙ୍କୁ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନ ନାମ ଲେଖାଇଥିଲେ। ହୁଏତ ସିଏ ଆଜି ଥିଲେ ମୋ’ ପୁଅର ଏହି ଅବସ୍ଥା ହୋଇ ନ ଥାନ୍ତା ବୋଲି ଛାତ୍ରଙ୍କ ବାପା ପୁଣି ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କୁ ଝୁରିଥିଲେ। ଝୁନୁରାଣୀ ଗତ ୨୦୧୯ ଜାନୁଆରୀରୁ ୨୦୨୫ ଜାନୁଆରୀ ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଅଭିଭାବକମାନେ ମନେ ପକାଇଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାଶଙ୍କର ସାମନ୍ତରାୟଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଆମେ ଉକ୍ତ ଛାତ୍ରଙ୍କୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଛୁ କାରଣ ବାପା ଓ ମା’ ତାଙ୍କୁ ଭଲରେ ବୁଝାଇଶୁଝାଇ ପରିବର୍ତ୍ତନ କରିପାରିବେ ଆମେ ମଧ୍ୟ ବୁଝାଇଛୁ ସେ ପରିବର୍ତ୍ତନ ହେଲେ ଆମେ ପୁଣି ହଷ୍ଟେଲରେ ରଖିବୁ ନ ହେଲେ ଅନ୍ୟ ଛାତ୍ରମାନେ ମଧ୍ୟ ସେ ଗୋଟିଏ ଦିଗରେ ଯିବା ଆଶଙ୍କା ରହିଥିବା କହିଛନ୍ତି। ଘଟଣା ସମ୍ପର୍କରେ ସେ ଜିଲା ଅଧିକାରୀଙ୍କୁ ନ ଜଣାଇବା କାରଣ ସମ୍ପର୍କରେ କହିଛନ୍ତି ଉକ୍ତ ଛାତ୍ର ଉପରେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ କେବଳ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ବିଦ୍ୟାଳୟରେ ୩ ଟି ହଷ୍ଟେଲ ରହିଛି ପ୍ରାୟ ୨୭୪ ଛାତ୍ର ଅଧ୍ୟୟନ କରୁଛନ୍ତି କିନ୍ତୁ ଏକାଧିକ ନବମ ଓ ଦଶମ ଛାତ୍ର ବିଶୃଙ୍ଖଳା କରିବା ସହ ପାଚେରି ଭାଙ୍ଗି କିମ୍ବା ଡେଇଁ ବାହାରକୁ ପଳାଇ ଯାଉଛନ୍ତି ବୋଲି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ଦୁଇ ଗୁରୁତର

ଜି.ଉଦୟଗିରି,୨୬।୧(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ…

ବନ୍ତ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ

ବନ୍ତ,୨୬।୧(ହରି ନାରାୟଣ ମହାନ୍ତି): ଓଡ଼ିଶା କ୍ରିକେଟ ଆସୋସିଏଶନ ଏବଂ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର ମିଳିତ ସହଯୋଗରେ ଶାନ୍ତି ୟୁଥ୍‌ ଆସୋସିଏଶନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ…

ଭାରତ ମାତା ପୂଜନ ଉତ୍ସବରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା: ଏମ୍‌ପିଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କୁ ମଞ୍ଚରେ ଛିଡ଼ା କରାଇଲେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ସିମନବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ୨ ଦିନିଆ    ଭାରତ ମାତା ପୂଜନ ଉତ୍ସବରେ…

‘ହେଲୋ ପଏଣ୍ଟ’ ପ୍ରହସନ: ୨୦ ଲକ୍ଷ ଟଙ୍କା ଗଲା କୁଆଡ଼େ

ଥୁଆମୂଳ ରାମପୁର, ୨୬ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଷାବରା ‘ହେଲୋ ପଏଣ୍ଟ’ ଏବେ ଏକ ଭିନ୍ନ  ସ୍ଥିତିରେ। ଆଦିବାସୀ ସଂସ୍କୃତିର ସୁରକ୍ଷା ଓ…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

୮ ଫୁଟର ଅଜଗର ଉଦ୍ଧାର

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ ନିକଟ ଘୋଡ଼ାହାଡ଼ ନଦୀପଠାରୁ ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ୮ ଫୁଟ ବିଶିଷ୍ଟ…

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ମହୋତ୍ସବ: ପତାକା ଉତ୍ତୋଳନ କଲେ ଉପଜିଲାପାଳ

ବାଲିଗୁଡ଼ା,୨୬।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ…

ସାଧାରଣତନ୍ତ୍ର ଦିବସ ପାଳନକୁ ଅବମାନନା, ଉଡ଼ିଲା ନାହିଁ ଜାତୀୟ ପତାକା, ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ତୁମୁଡିବନ୍ଧ,୨୬।୧(ଦୀପକ କୁମାର ପରାସେଠ): ପଲ୍ଲୀରୁ ଦିଲ୍ଲୀ ସୋମବାର ଆନନ୍ଦ ଉଲ୍ଲାସରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୃଷି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri