କାନ୍ଥ ଭାଙ୍ଗି ନିୟମିତ ଏହି କାର୍ଯ୍ୟ କରିବାକୁ ଛାତ୍ରାବାସରୁ ଚାଲି ଯାଉଥିଲେ ଛାତ୍ର, ପ୍ରଧାନଶିକ୍ଷକ ନେଲେ ଏମିତି କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୩ା୧(ଅରୁଣ ସାହୁ): ସବୁ ମା-ବାପା ଚାହାନ୍ତି ତାଙ୍କ ପିଲାମାନେ ଉଚ୍ଚ ଶିକ୍ଷିତ ହୁଅନ୍ତୁ, ଭଲ ପାଠ ପଢନ୍ତୁ। ଏଥିପାଇଁ ଯେତେ ବାଧାବିଘ୍ନ ଆସିଲେ ବି ମା’ ବାପା ପିଲାଙ୍କ ପାଇଁ ସବୁକିଛି କରନ୍ତି। ଆଉ ପିଲାଙ୍କ ଉଚ୍ଚଶିକ୍ଷା ନେଇ ଅନେକ ସ୍ବପ୍ନ ଦେଖନ୍ତି। ଛାତ୍ରୀଛାତ୍ର ବିଶେଷ କରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ମାଗଣା ଶିକ୍ଷାଦାନ ପାଇଁ ଅନେକ ବ୍ୟବସ୍ଥା କରିଥାନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲରେ ରହିବା ଖାଇବା ଓ ଅନ୍ୟାନ୍ୟ ସୁବିଧା ସବୁ ମାଗଣା ଯୋଗାଇ ଦେଇଥାନ୍ତି। ସରକାର ଏଥିପ୍ରତି ଯତ୍ନବାନ ହୋଇ କୌଣସି ଛାତ୍ରୀଛାତ୍ର ଏହି ଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରନ୍ତି। କିନ୍ତୁ ଗତ ୨ ଦିନ ହେଲା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ଗଜପତି କପିଳେନ୍ଦ୍ର ଦେବ ଛାତ୍ରାବାସରୁ ବିଦା କରିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। କୁଆଡ଼େ ଉକ୍ତ ଛାତ୍ର ଓ ସାଙ୍ଗ ସାଥୀ ମିଶି ବିଦ୍ୟାଳୟର ପାଚେରିଟିକୁ କାଟି ରାସ୍ତା ବାହାର କରି ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନକୁ ଯାଇ ନିଶାସକ୍ତ ଅବସ୍ଥାରେ ହଷ୍ଟେଲକୁ ଫେରିଥିଲେ। ତେବେ ଅନ୍ୟମାନେ ଫେରିଥିଲେ ମଧ୍ୟ ଜଣେ ଛାତ୍ର ଉକ୍ତ ଭଙ୍ଗା ପାଚେରିରେ ଆସି ନ ପାରି ପାଚେରି ବାହାରେ ଅଚେତ ଅବସ୍ଥାରେ ପଡ଼ିଥିଲେ। କୌଣସି ସୂତ୍ରରୁ ପ୍ରଧାନଶିକ୍ଷକ ଉମାଶଙ୍କର ସାମନ୍ତରାୟ ଖବର ପାଇ ଉକ୍ତ ଛାତ୍ରଙ୍କୁ ବିଦ୍ୟାଳୟ ପରିସର ମଧ୍ୟକୁ ଆଣିଥିଲେ ଓ ପରଦିନ ଛାତ୍ରଙ୍କ ବାପା ଓ ମାଙ୍କୁ ସୂଚନା ଦେଇ ଛାତ୍ରଙ୍କୁ ହଷ୍ଟେଲରୁ ବିତାଡ଼ିତ କରିଥିଲେ। କେବଳ ଦିନରେ ଛାତ୍ର ଜଣଙ୍କ ବିଦ୍ୟାଳୟକୁ ଛାତ୍ର ଭାବେ ପାଠ ପଢିବାକୁ ସୁଯୋଗ ଦିଆଯାଇଥିଲେ ମଧ୍ୟ ହଷ୍ଟେଲ ସେବାରୁ ବଞ୍ଚିତ କରାଯାଇଛି। ଫଳରେ ଅଞ୍ଚଳରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯିବା ସହ ହଷ୍ଟେଲରୁ ଛାତ୍ରମାନେ ବାହାରକୁ ଯିବା ପଛରେ ଦାୟିତ୍ୱରେ ଥିବା ସୁପରିଟେଣ୍ଡେଣ୍ଟଙ୍କ ସମେତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀ ଦାୟୀ କରିଛନ୍ତି। ଯଦି ଛାତ୍ରମାନେ ପାଚେରି ଭାଙ୍ଗି ସେହି ବାଟରେ ଯାତାୟାତ କରୁଛନ୍ତି ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଜାଣିପାରୁନାହାନ୍ତି ବୋଲି ଲୋକ ପ୍ରଶ୍ନ କରିଛନ୍ତି। ସେହିପରି ପାଚେରି ଭାଙ୍ଗିବା ପାଇଁ ଆବଶ୍ୟକ ଶାବଳ ଓ ଅନ୍ୟାନ୍ୟ ସାମଗ୍ରୀ ଛାତ୍ରୀଛାତ୍ରଙ୍କ ନିକଟରେ କିଏ ପହଞ୍ଚାଇଛି ଏବଂ ୩ଟି ହଷ୍ଟେଲ ରହିଛି ସେଠି ୬ ଜଣ ସିସିଏଙ୍କୁ ନିୟୋଜିତ କରାଯାଇଛି। ସେମାନେ ତାଙ୍କ ଡ୍ୟୁଟି ସଠିକ୍‌ ଭାବେ କରୁ ନ ଥିବା ଭଳି ଅଭିଯୋଗ ହୋଇଛି। ସେହିପରି ଯେଉଁ ଛାତ୍ରଙ୍କୁ ବିତାଡ଼ିତ କରାଯାଇଛି ସେହି ପରିବାରରେ ବାପା ଓ ମା’ ୫ ଜଣ ଝିଅ ଓ ପୁଅଙ୍କୁ ନେଇ ଗରିବ ପରିବାରରେ ମଧ୍ୟ ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ଆଜି ସେହି ସ୍ବପ୍ନ ତାଙ୍କର ଧୂଳିସାତ ହେବାକୁ ଯାଉଥିବା ଓ ତାଙ୍କ ପୁଅର କିଛି ଭୁଲ ନାହିଁ ଅନ୍ୟ ସାଙ୍ଗସାଥୀ ତାଙ୍କୁ ଏଭଳି କରିଥିଲେ ମଧ୍ୟ ତାଙ୍କ ପୁଅଙ୍କୁ ହିଁ କାହିଁକି ଏତେବଡ଼ ଦଣ୍ଡ ବୋଲି ପରିବାର ଦୁଃଖ ପ୍ରକାଶ କରି କହିଛନ୍ତି। ମୋ ପୁଅଙ୍କୁ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନ ନାମ ଲେଖାଇଥିଲେ। ହୁଏତ ସିଏ ଆଜି ଥିଲେ ମୋ’ ପୁଅର ଏହି ଅବସ୍ଥା ହୋଇ ନ ଥାନ୍ତା ବୋଲି ଛାତ୍ରଙ୍କ ବାପା ପୁଣି ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କୁ ଝୁରିଥିଲେ। ଝୁନୁରାଣୀ ଗତ ୨୦୧୯ ଜାନୁଆରୀରୁ ୨୦୨୫ ଜାନୁଆରୀ ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଅଭିଭାବକମାନେ ମନେ ପକାଇଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାଶଙ୍କର ସାମନ୍ତରାୟଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଆମେ ଉକ୍ତ ଛାତ୍ରଙ୍କୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଛୁ କାରଣ ବାପା ଓ ମା’ ତାଙ୍କୁ ଭଲରେ ବୁଝାଇଶୁଝାଇ ପରିବର୍ତ୍ତନ କରିପାରିବେ ଆମେ ମଧ୍ୟ ବୁଝାଇଛୁ ସେ ପରିବର୍ତ୍ତନ ହେଲେ ଆମେ ପୁଣି ହଷ୍ଟେଲରେ ରଖିବୁ ନ ହେଲେ ଅନ୍ୟ ଛାତ୍ରମାନେ ମଧ୍ୟ ସେ ଗୋଟିଏ ଦିଗରେ ଯିବା ଆଶଙ୍କା ରହିଥିବା କହିଛନ୍ତି। ଘଟଣା ସମ୍ପର୍କରେ ସେ ଜିଲା ଅଧିକାରୀଙ୍କୁ ନ ଜଣାଇବା କାରଣ ସମ୍ପର୍କରେ କହିଛନ୍ତି ଉକ୍ତ ଛାତ୍ର ଉପରେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ କେବଳ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ବିଦ୍ୟାଳୟରେ ୩ ଟି ହଷ୍ଟେଲ ରହିଛି ପ୍ରାୟ ୨୭୪ ଛାତ୍ର ଅଧ୍ୟୟନ କରୁଛନ୍ତି କିନ୍ତୁ ଏକାଧିକ ନବମ ଓ ଦଶମ ଛାତ୍ର ବିଶୃଙ୍ଖଳା କରିବା ସହ ପାଚେରି ଭାଙ୍ଗି କିମ୍ବା ଡେଇଁ ବାହାରକୁ ପଳାଇ ଯାଉଛନ୍ତି ବୋଲି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପଗିରି ମନ୍ଦିର ଗୁପ୍ତଧନ ଲୁଟ୍‌ର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ‘ଗୁରୁ’ଙ୍କ ସହ ୫ ଗିରଫ, ଜବତ ହୋଇପାରିନି…

ଥୁଆମୂଳ ରାମପୁର, ୧୨।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମୁଡ଼ାବାହାଲ ଗ୍ରାମର ପ୍ରାଚୀନ ପ୍ରତାପଗିରି (ବୁଢ଼ାରଜା-ଠାକୁରାଣୀ) ମନ୍ଦିରରୁ ଗୁପ୍ତଧନ ଲୁଟ ଘଟଣାରେ…

ରବି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭରୁ ଅସନ୍ତୋଷ: ଅବଧି ବୃଦ୍ଧି ଦାବି କଲେ ଚାଷୀ, ସମବାୟ ଉପ ନିବନ୍ଧକଙ୍କୁ…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ରହିଥିବା ଅବଧିକୁ ନେଇ ଆରମ୍ଭରୁ…

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

କଟକ,୧୨।୩(ପ୍ରଭୁ କଲ୍ୟାଣ ପାଲ): ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର…

ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ: ଓଡିଶାରୁ ପ୍ରତିନିଧିତ୍ବ କଲେ ବରଗଡ଼ର ବୁଣାକାର…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ବୁଧବାର ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ହସ୍ତତନ୍ତ୍ର ଶିଳ୍ପର ସମସ୍ୟା, ଉନ୍ନତି ଓ ଭବିଷ୍ୟତ ଯୋଜନା…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ଖାଉଟି ଅଦାଲତରେ ଦଣ୍ଡିତ ହେଲେ ‘ମୁକେଶ ଏଣ୍ଟରପ୍ରାଇଜେସ’: ନୂଆ ଟିଭି ସହ…

ଭବାନୀପାଟଣା, ୧୨।୩ (ଉତ୍ତମ କୁମାର ଦାଶ): ଗ୍ରାହକଙ୍କୁ ସେବା ଯୋଗାଇବାରେ ଅବହେଳା କରିବା ଜୁନାଗଡ଼ର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଓ ବିଶ୍ୱପ୍ରସିଦ୍ଧ ଟିଭି ନିର୍ମାତା ସଂସ୍ଥା ‘ସାମସଙ୍ଗ’କୁ…

ବାଲି ବୋଝେଇ ହାଇୱାରେ ପାଲ ଢାଙ୍କିବା ସାଜିଲା କାଳ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ବଞ୍ଚୋ, ୧୨।୩ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ହାବଳେଶ୍ୱର ହାଇସ୍କୁଲ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri