ହାଇବ୍ରିଡ୍‌ ଶିକ୍ଷା ମଡେଲ୍‌ର ଲାଭ ଉଠାନ୍ତୁ ଛାତ୍ରୀଛାତ୍ର

ଅନ୍‌ଲାଇନ୍‌ ଶିକ୍ଷା ଦ୍ୱାରା ପିଲାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମାତ୍ର ଅନ୍‌ଲାଇନ୍‌ ଶିକ୍ଷା ପ୍ରଚଳିତ ହେବା ପରଠାରୁ ଛାତ୍ରୀଛାତ୍ର ହାଇବ୍ରିଡ୍‌ ଶିକ୍ଷା ମଡେଲ୍‌ (ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ମୋଡ୍‌ର ମିଶ୍ରିତ ଶିକ୍ଷଣ ବ୍ୟବସ୍ଥା)କୁ ଅଧିକ ପସନ୍ଦ କରୁଛନ୍ତି। ଆଗ୍ରହୀ ପିଲାମାନେ ବର୍ତ୍ତମାନ ଏହି ହାଇବ୍ରିଡ୍‌ ଶିକ୍ଷଣ ବ୍ୟବସ୍ଥାର ଲାଭ ଉଠାଇବା ଦରକାର ବୋଲି ଧରିତ୍ରୀକୁ ସ୍ବତନ୍ତ୍ର ସାକ୍ଷାତକାର ଦେବା ସମୟରେ ବିଜୁ ପଟ୍ଟନାୟକ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ ଷ୍ଟଡିଜ୍‌୍‌ (ବିଆଇଆଇଟିଏମ୍‌)ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ପ୍ରତାପ କୁମାର ବଳବନ୍ତରାୟ କହିଛନ୍ତି।

ମହାମାରୀ ସମୟରେ ବିଆଇଆଇଟିଏମ୍‌ ଛାତ୍ରୀଛାତ୍ରଙ୍କୁ କିଭଳି ସୁବିଧା ଦେଇଥିଲା?
ଆମେ ଗୁଗଲ୍‌ ମିଟ୍‌ ଏବଂ ଜୁମ୍‌ ଆପ୍‌ ସହାୟତାରେ ଅନ୍‌ଲାଇନ୍‌ ଶିକ୍ଷା ଦେଇଥିଲୁ। ପରେ ଗୁଗଲ୍‌ ମିଟ୍‌ ଆମକୁ ଅଧିକ ୟୁଜର ଫ୍ରେଣ୍ଡ୍‌ଲି ଲାଗିଲା। ତେଣୁ ଆମେ ଗୁଗଲ୍‌ ଫର୍‌ ଏଜୁକେଶନଠାରୁ ଗୁଗଲ୍‌ ମିଟ୍‌ ପ୍ଲାଟଫର୍ମ କ୍ରୟ କରି ପିଲାଙ୍କୁ ଅନ୍‌ଲାଇନ୍‌ ଶିକ୍ଷାଦାନ କରିଥିଲୁ। ଅଧ୍ୟାପିକା ଅଧ୍ୟାପକମାନଙ୍କୁ ଗୁଗଲ୍‌ ମିଟ୍‌ ସହାୟତାରେ ନିଜ ଘରୁ ଅନ୍‌ଲାଇନ୍‌ କ୍ଲାସ୍‌ ନେବାକୁ ପରାମର୍ଶ ଦିଆଯାଇଥିଲା। ସେମାନଙ୍କୁ କ୍ଲାସ୍‌ ପାଇଁ ଲାପ୍‌ଟପ୍‌, ହାଇ-ଡେଫିନିନ କ୍ୟାମେରା, ହେଡ୍‌ଫୋନ୍‌, ଡିଜିଟାଇଜର୍ସ ଭଳି ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଥିଲା। ଅନ୍‌ଲାଇନ୍‌ କ୍ଲାସ୍‌ ବେଳେ ରେକର୍ଡିଂ କରାଯାଇ ତାହା ପିଲାଙ୍କ ନିକଟକୁ ପଠାଯାଇଥିଲା। କେତେ ସଂଖ୍ୟକ ପିଲା କ୍ଲାସ୍‌ କରୁଛନ୍ତି ସେ ରେକର୍ଡ ରଖିବା ପାଇଁ ଅନ୍‌ଲାଇନ୍‌ ଉପସ୍ଥାନ ନିଆଯାଉଥିଲା। ଛାତ୍ରୀଛାତ୍ରଙ୍କୁ ପଢ଼ା ଚାପ ନ ଦେବାକୁ କ୍ଲାସ୍‌ ମଝିରେ ୧୦ ମିନିଟ୍‌ ଲେଖାଏ ବିରତି ଧାର୍ଯ୍ୟ କରାଯାଇଥିଲା। ଇଣ୍ଟରନାଲ୍‌ ଏବଂ ୟୁନିଭର୍ସିଟି ପରୀକ୍ଷା ପାଇଁ ପିଲାମାନଙ୍କୁ ମଡେଲ୍‌ ଏମ୍‌ସିକ୍ୟୁ ପ୍ରଶ୍ନ ଏବଂ ସେଗୁଡ଼ିକର ସମାଧାନ ସହିତ ପଢ଼ାଯାଉଥିଲା। ଅନ୍‌ଲାଇନ୍‌ ଗ୍ରୁପ୍‌ ଆଲୋଚନା, ପର୍ସନାଲ୍‌ ଇଣ୍ଟରଭ୍ୟୁ ଏବଂ ଲିଖିତ ଦ୍ୱାରା ଆମେ ସଫଳତାର ସହିତ ପ୍ଲେସ୍‌ମେଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ। ମହାମାରୀ ସମୟରେ ଆମେ ଜୁ୍‌ମ୍‌ ମାଧ୍ୟମରେ ୱେବିନାର ଆୟୋଜନ କରିଥିଲୁ। ଗୁଗଲ୍‌ ମିଟ୍‌ରେ ଏକାଥରରେ ୧୦୦ରୁ କମ୍‌ ଏବଂ ଜୁମ୍‌ ପ୍ଲାଟ୍‌ଫର୍ମରେ ୧୦୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଉପସ୍ଥିତ ରହିପାରୁଥିଲେ। ତେଣୁ ଏ ସବୁର ସମାଧାନ ପାଇଁ ଇ-ଷ୍ଟୁଡିଓ ପ୍ରତିଷ୍ଠା କରିଥିଲୁ। ଗୁଗଲ୍‌ କ୍ଲାସରୁମ୍‌ ଜରିଆରେ ପିଲାଙ୍କୁ ଆସାଇନ୍‌ମେଣ୍ଟ ଦିଆଯାଉଥିଲା ଏବଂ ଅନ୍‌ଲାଇନ୍‌ରେ ସେମାନଙ୍କ ଉତ୍ତର କପି ସଂଶୋଧନ ମଧ୍ୟ କରାଯାଉଥିଲା। ଅନ୍‌ଲାଇନ୍‌ କ୍ଲାସ୍‌ଗୁଡ଼ିକ ସା ସମୟରେ ଆୟୋଜିତ ହେଉଥିଲା। ଏହାଦ୍ୱାରା ଭାଲ୍ୟୁ ଆଡ୍‌-ଅନ୍‌ ପାଠ୍ୟକ୍ରମ ପରିଚାଳନା କରିବା ସୁବିଧା ହେଉଥିଲା।
ଅନ୍‌ଲାଇନ୍‌ ଶିକ୍ଷାର ମୁଖ୍ୟ ଅସୁବିଧା କ’ଣ?
ଅଫ୍‌ଲାଇନ୍‌ କ୍ଲାସ୍‌ରେ ଶିକ୍ଷକ-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରୁଥିଲା। ଶିକ୍ଷକଙ୍କ ଶିକ୍ଷାଦାନ ପ୍ରଣାଳୀ ଏବଂ ଅଙ୍ଗଭଙ୍ଗୀ ପିଲାଙ୍କୁ ପାଠ ବୁଝିବାରେ ସହାୟକ ହେଉଥିଲା କିନ୍ତୁ ଅନ୍‌ଲାଇନ୍‌ କ୍ଲାସ୍‌ରେ ଏହା ସମ୍ଭବ ହେଉନାହିଁ। ଅନ୍‌ଲାଇନ୍‌ ମୋଡ୍‌ରେ ଲ୍ୟାବ୍‌ କ୍ଲାସ୍‌ କରିବା କଷ୍ଟକର। ଏପରି କି କେତେଜଣ ପିଲା ଲିଙ୍କ୍‌ ମାଧ୍ୟମରେ ଲଗ୍‌ଇନ୍‌ କରୁଥିଲେ ମାତ୍ର କ୍ଲାସ୍‌ରେ ଉପସ୍ଥିତ ରହୁ ନ ଥିଲେ। ଗ୍ରାମାଞ୍ଚଳର ଛାତ୍ରୀଛାତ୍ର ନେଟ୍‌ୱର୍କ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପିଲାମାନେ ଫିଜିକାଲ୍‌ ଗ୍ରୀଷ୍ମ ଇଣ୍ଟର୍ନଶିପ୍‌ କରିବାରୁ ମଧ୍ୟ ବଞ୍ଚତ୍ତ ହୋଇଥିଲେ।
ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଉପରେ ଆପଣଙ୍କ ମତାମତ?
ସାଧାରଣତଃ ଛାତ୍ରୀଛାତ୍ରମାନେ ଅଫ୍‌ଲାଇନ୍‌ କ୍ଲାସ୍‌କୁ ଅଧିକ ପସନ୍ଦ କରନ୍ତି। ଏହା ସେମାନଙ୍କ ପାଇଁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। କିନ୍ତୁ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେବା ପରେ ପିଲାମାନେ ହାଇବ୍ରିଡ୍‌ ମଡେଲ୍‌କୁ ଅଧିକ ପସନ୍ଦ କରୁଛନ୍ତି। ହାଇବ୍ରିଡ୍‌ ମଡେଲ୍‌ ହେଉଛି ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ମୋଡ୍‌ ଶିକ୍ଷଣର ମିଶ୍ରିତ ଶିକ୍ଷା ବ୍ୟବସ୍ଥା।
ବିଆଇଆଇଟିଏମ୍‌ ଛାତ୍ରୀଛାତ୍ରଙ୍କୁ କିଭଳି ଉତ୍ସାହିତ କରେ?
ଶିକ୍ଷାନୁଷ୍ଠାନର ସୁସଂଗଠିତ ପ୍ଲେସ୍‌ମେଣ୍ଟ ବ୍ୟବସ୍ଥା ଏହାକୁ ପିଲାଙ୍କ ପାଇଁ ଏକ ଉତ୍ତମ ଅନୁଷ୍ଠାନର ପରିଚୟ ଦେଇଥାଏ। ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଗ୍ରୁପ୍‌ ଆଲୋଚନା ଏବଂ ପର୍ସନାଲ୍‌ ଇଣ୍ଟରଭ୍ୟୁ ପାଇଁ ତାଲିମ୍‌ ଦିଆଯିବା ସହ ଉତ୍ସାହିତ କରାଯାଇଥିଲା। ଏହା ପ୍ଲେସ୍‌ମେଣ୍ଟ ଆକ୍ଟିଭିଟିରେ ସଫଳ କରିବା ସହିତ ସେମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ଉତ୍ସାହିତ କରିଥିଲା।
ଭବିଷ୍ୟତକୁ ନେଇ ଆଶାୟୀ ଛାତ୍ରୀଛାତ୍ରଙ୍କୁ କି ପରାମର୍ଶ ଦେବେ?
ଆଶାୟୀ ଛାତ୍ରୀଛାତ୍ରମାନେ ନିଜ ଆଇଟି ଦକ୍ଷତା ବିକାଶ କରିବା ସହିତ ହାଇବ୍ରିଡ୍‌ ମଡେଲ୍‌ର ଲାଭ ଉଠାଇବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri